ETV Bharat / state

ମନମୁଖୀ ଠିକାଦାରୀ: ଅଟକିଯାଇଛି କେନାଲ, ପାଣି ନପାଇ ଫାଟି ଆଁ କଲାଣି ଜମି

ଜଳ ସେଚନ ବିଭାଗର ସବୁ ଦିନିଆ କେନାଲକୁ ବନ୍ଦ କରିଦେଇଛି ଠିକାଦାର ସଂସ୍ଥା । ଫଳରେ ୨୦୦ ଏକର ରୁ ଅଧିକ ଜମିପାଣି ନ ପାଇ ଫାଟି ଆଁ କଲାଣି। ଏଥିଲାଗି ଚିନ୍ତାରେ ଚାଷୀ।

author img

By

Published : May 18, 2019, 8:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ମାଣଧୀନ ରାଜପଥ ପାଇଁ ଚାଲୁନି କେନାଲ । ବନ୍ଦ ହୋଇଯାଇଛି କେନାଲର ପାଣି । ଖାଲି ପାଣି ନୁହେଁ ଅଟକିଯାଇଛି ଶହ ଶହ ଚାଷୀଙ୍କ ଆଶା ଓ ଅଶୁମାରୀ ସ୍ବପ୍ନ । କାରଣ କେନାଲରୁ ପାଣି ଆସିଲେ କ୍ଷେତରେ ହସିବ ସୁନାର ଫସଲ। । ହାତକୁ ଆସିବ ପାରିଶ୍ରମିକ । ହେଲେ ଜାତୀୟ ରାଜପଥ ଦୋହରି କରଣ କାମ କରୁଥିବା କଣ୍ଟ୍ରାକ୍ଟର ମନମାନୀ ଯୋଗୁଁ ପେଶି ହେଇଯାଉଛନ୍ତି ଖଲାରି ଓ ନୂଆଗାଁ ଚାଷୀ। କାହିଁକି ନା କାମର ବାହାନା ଦର୍ଶାଇ ମନଇଚ୍ଛା କେନାଲ ବନ୍ଦ କରିଦେଉଛନ୍ତି ଠିକାଦାର ।

ମଙ୍ଗୁଳିରୁ ସମ୍ବଲପୁର କୁ ସଂଯୋଗ କରୁଥିବା ୫୫ ନଂ ଜାତୀୟ ରାଜପଥର ଦୋହରି କରଣ ପାଇଁ ଉପୁଜିଛି ଏ ପ୍ରକାର ସ୍ଥିତି । 200 ଏକର ଜମିରେ ଫସଲ ଅମଳ ନେଇ ଦେଖାଦେଇଛି ଅନିଶ୍ଚିତତା । ପ୍ରଭାବିତ ହୋଇଛନ୍ତି ପାଖାପାଖୀ 500 ଚାଷୀ । ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଡେରେଜାଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଉପନିର୍ବାହୀ ଯନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଏଠାରେ ପ୍ରଶ୍ନ ଉଠୁଛି ଜଳ ସେଚନ ବିଭାଗକୁ ନ ଜଣାଇ ଠିକା ସଂସ୍ଥା ନିଜ ମନମାନୀ କିପରି ଚଲାଇଛି । ଆଉ ଏ ନେଇ ରାଜପଥ ବିଭାଗ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଯଦି ବିଭାଗ ଅବରୋଧ ନ ହଟାଏ ଏହା ଉପରେ ନିର୍ଭର କରୁଥିବା ଚାଷୀ କିପରି ପୋଷିବେ ପେଟ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.