ETV Bharat / state

ସାତକୋଶିଆ ଅଭୟାରଣ୍ୟରୁ ଗାଁ ଉଚ୍ଛେଦ ଭୟ, ଆଶ୍ୱାସନା ଦେଲେ ଡିଏଫଓ

author img

By ETV Bharat Odisha Team

Published : Oct 12, 2023, 9:50 PM IST

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଘାରିଛି ବିସ୍ଥାପନ ଭୟ । ଅଧିକ ପଢନ୍ତୁ

residents in fear of shifting
ଗାଁ ଉଚ୍ଛେଦ ଭୟ
ଗାଁ ଉଚ୍ଛେଦ ଭୟ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିକଟବର୍ତ୍ତୀ ଗାଁ ଉଚ୍ଛେଦ କରାଯାଉଥିବା ନେଇ ଶୁଣିବାକୁ ମିଳୁଥିବାବେଳେ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଗ୍ରାମବାସୀମାନେ ସ୍ଥାନାନ୍ତରକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଫସଲ ଉତ୍ପାଦନ କରି ଜୀବିକା ନିର୍ବାହ କରୁଥିବା ଲୋକେ ଅନ୍ୟତ୍ର ଯିବାକୁ ରାଜି ହେଉ ନାହାନ୍ତି । ବନ ବିଭାଗ ଗାଁ ସ୍ଥାନାନ୍ତର କରିବା ବଦଳରେ ବନ୍ୟ ଜନ୍ତୁଙ୍କ ଦାଉରୁ କିଭଳି ଫସଲ ସୁରକ୍ଷିତ ରହି ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଥରେ ବିଫଳ ହେବାପରେ ପୁଣି ଥରେ ଏନଟିସିଏର ସମସ୍ତ ଗାଇଡ଼ଲାଇନ ମାନି ପ୍ରକୃତ ଭିତ୍ତିଭୂମି ସଜାଡ଼ିବାରେ ବ୍ୟସ୍ତ ବନ ବିଭାଗ । କୋର ଏରିଆ ଭିତରେ ଥିବା ଗାଁ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରି ସେଠାରେ ହରିଣ, କୁଟୁରା, ସମ୍ବର ଓ ଗୟଳ ଭଳି ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଘାସ ପଡିଆ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ରାଇଗୁଡା, ଅସନବାହାଳ, କଟରଙ୍ଗ, ଟୁଲୁକା ଆଦି ଗାଁ ଗୁଡିକୁ ସ୍ଥାନାନ୍ତର ସରିଛି । ଏବେ ଭୃକୁଣ୍ଡି ସମେତ ଆଉ କିଛି ଗାଁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି ।

ତେବେ ପୁରୁଣାକୋଟ ରେଞ୍ଜର ଜଙ୍ଗଲ ଭିତରେ ଥିବା ଛୋଟକେଇ ଗାଁ ସମେତ ଅନ୍ୟ କେତେକ ଗାଁ ସ୍ଥାନାନ୍ତରକୁ ବିରୋଧ କରାଯାଇଛି । ସୂଚନା ଅନୁସାରେ, ଛୋଟକେଇ ଗାଁରେ ୩ ଶହରୁ ଅଧିକ ପରିବାର ବସବାସ କରନ୍ତି । ଧାନ,ବାଦାମ, ମୁଗ, ବିରି, ହରଡ଼ ଓ ବିଭିନ୍ନ ପନିପରିବା ଫସଲ ଉତ୍ପାଦନ କରୁଥିବାବେଳେ ବନ୍ୟଜନ୍ତୁଙ୍କ ଦାଉରୁ ବ୍ୟାପକ ଫସଲ କ୍ଷତି ହେଉଛି । ବନ୍ୟଜନ୍ତୁ ଫସଲ ନଷ୍ଟ କରିବା ସତ୍ତ୍ବେ ମଧ୍ୟ ଯେତିକି ଫସଲ ହେଉଛି ନିଜେ ବ୍ୟବହାର କରି ବାହାରେ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି ଗ୍ରାମବାସୀ । ତେଣୁ ନିଜର ଭିଟାମାଟି ଛାଡି ଯିବାକୁ ନାରାଜ ଗ୍ରାମବାସୀ ।

ଗ୍ରାମବାସୀ କହିଛନ୍ତି, "ବନ ବିଭାଗ ଗାଁ ସ୍ଥାନାନ୍ତର ପାଇଁ ଚିନ୍ତା କରିବା ପରିବର୍ତ୍ତେ ଲୋକଙ୍କ ଫସଲ କିଭଳି ସୁରକ୍ଷିତ ରହି ପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସୋଲାର ତାରବାଡ ଲଗାଇବା ସହ ଟ୍ରେଞ୍ଚ ଖୋଲିବା ଆବଶ୍ୟକ । କିନ୍ତୁ ବନ ବିଭାଗ ତାହା କରିବା ଦୂରର କଥା, ବନ୍ୟ ଜନ୍ତୁ ଫସଲ କ୍ଷତି କଲେ ମଧ୍ୟ କ୍ଷତିପୂରଣ ଦେଉନାହିଁ ।" ସାତକୋଶିଆ ବଫର ଏରିଆରେ ଥିବା ଛୋଟକେଇ, ଗୋପାଳପୁର, ପୁରୁଣା କୋଟ, ସାଲର ଆଦି ଗାଁ ସ୍ଥାନାନ୍ତର ହେବା ନେଇ ଚାରିଆଡେ ଆଲୋଚନା ଚାଲିଛି ।

ଏହା ବି ପଢନ୍ତୁ...Hirakud@66: ସରିନି ବିସ୍ଥାପିତଙ୍କ ଦଶନ୍ଧି ଦଶନ୍ଧିର ଦୁର୍ଦ୍ଦଶା, କେବେ ଶୁଣିବେ ସରକାର ?

କିଛି ଲୋକ ଆବଶ୍ୟକ କ୍ଷତିପୂରଣ ଅର୍ଥ ନେଇ ଅନ୍ୟତ୍ର ଚାଲିଯିବାକୁ ରାଜି ହୋଇଛନ୍ତି । ହେଲେ ଅଧିକାଂଶ ଲୋକ ପୁରୁଷ ପୁରୁଷ ଧରି ରହି ଆସୁଥିବା ନିଜର ଭିଟାମାଟି ଛାଡି ଯିବାକୁ ରାଜି ନାହାନ୍ତି । ତେବେ ବଫର ଏରିଆରେ ଥିବା ଗାଁ ଗୁଡିକୁ ଅଯଥାରେ ସ୍ଥାନାନ୍ତର ନକରି ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ପରିବେଶବିତମାନେ ମତ ପୋଷଣ କରିଛନ୍ତି। ଅନ୍ୟ ପକ୍ଷରେ ସାତକୋଶିଆ ଡିଏଫଓ କହିଛନ୍ତି, "ଲୋକେ ନ ଚାହିଁଲେ ଗାଁ ସ୍ଥାନାନ୍ତର ହୋଇପାରିବ ନାହିଁ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.