ETV Bharat / state

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଗତି କୁଆଡ଼େ ! ବନ୍ଧୁ ମିଳନକୁ ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Dec 19, 2023, 10:34 AM IST

Updated : Dec 19, 2023, 11:01 AM IST

Anugul Congress Inter Group Conflict: ଅନୁଗୋଳ ଜିଲ୍ଲାର କରତପଟା ଠାରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିଳ୍ପବ ଜେନାଙ୍କ ନେତୃତ୍ୱରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Anugul Congress Inter Group Conflict
Anugul Congress Inter Group Conflict
Anugul Congress Inter Group Conflict

ଅନୁଗୋଳ : ଅନୁଗୋଳରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିଳ୍ପବ ଜେନା ନିଜ ସମର୍ଥକଙ୍କୁ ନେଇ ଏକ ସଭାର ଆୟୋଜନ କରିଥିଲେ । ବିପ୍ଲବ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାକୁ ସେ ବନ୍ଧୁ ମିଳନ କାର୍ଯ୍ୟକ୍ରମର ନାଁ ଦେଇଛନ୍ତି । ଜିଲ୍ଲାର କରତପଟା ଠାରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିପ୍ଳବ ଜେନା ତାଙ୍କ ସମର୍ଥକଙ୍କୁ ଏକାଠି କରିଥିଲେ । ଏଥିସହ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଭବିଷ୍ୟତରେ ଏକ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ ହେବାକୁ ଇଙ୍ଗିତ କରିଛନ୍ତି ।

ତେବେ କିଛି ମାସ ତଳେ ବିପ୍ଳବଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସଂଗ୍ରାମ ମିଶ୍ରଙ୍କୁ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଥିଲା । ଏହା ପରଠାରୁ ବିଳ୍ପବ କଂଗ୍ରେସ ଛାଡି ନଥିଲେ ବି ଦଳଠାରୁ ଦୁରେଇ ରହିଛନ୍ତି । କୌଣସି ଦଳୀୟ କାର୍ଯ୍ୟକ୍ରମରେ ବିପ୍ଲବଙ୍କୁ ଦେଖିବାକୁ ମିଳି ନଥିବା ବେଳେ ହଠାତ ଏଭଳି ବନ୍ଧୁମିଳନ ଆଳରେ ସମର୍ଥକମାନଙ୍କୁ ଏକାଠି କରିବା ନେଇ ଅନେକ ମତ ପ୍ରକାଶ ପାଇଛି । ଏବେ ଚର୍ଚ୍ଚା ହେଉଛି ବିପ୍ଳବଙ୍କ ଗତି କୁଆଡ଼େ । ତେବେ ତାଙ୍କର ଗତିବିଧି ଉପରେ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ - କଟକ କଂଗ୍ରେସରେ କନ୍ଦଳ, ମୋକିମଙ୍କ ବନ୍ଧୁ ମିଳନରେ ଯୋଗଦେଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ସୁରେଶ

ଏହା ମଧ୍ୟ ପଢନ୍ତୁ - ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା

ସେପଟେ ବିଳ୍ପବ ନିଜର ରାଜନୈତିକ ଦିଗ କୁଆଡ଼େ ହେବ ବୋଲି କିଛି ସ୍ପଷ୍ଟ କରି ନଥିବା ବେଳେ ଜିଲ୍ଲାର ସମସ୍ୟା ନେଇ ସେ ଲୋକଙ୍କ ପାଇଁ ଲଢେ଼ଇ କରିବେ ବୋଲି କହିଛନ୍ତି । ଏହା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଶହ ଶହ କୋଟି ରାଜସ୍ବ ଆଦାୟ ହେଉଛି । ହେଲେ ଯେଉଁ ମାତ୍ରାରେ ଜିଲ୍ଲାର ବିକାଶ ହେବା କଥା ହେଉନାହିଁ । ଯାହାକୁ ନେଇ ବିଳ୍ପବ ତାଙ୍କ ସଂଗ୍ରାମ ଆରମ୍ଭ କରିବେ ବୋଲି କହିଛନ୍ତି ।

ଏନେଇ ବିପ୍ଳବଙ୍କ ସମର୍ଥକ ଜିତେନ୍ଦ୍ର ସାହୁ କହିଛନ୍ତି, "ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ସମାଜସେବୀ ବିପ୍ଳବ ଜେନା ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହୋଇଛି । ବିଭିନ୍ନ ସମସ୍ୟାର ସମାଧାନ କରାଯିବ । ଏଥିସହ ଜିନ୍ଦଲ ରାସ୍ତା ମଧ୍ୟ ଖୋଲାଯିବ ।"

ଇଟିଭି ଭାରତ, ଅନୁଗୋଳ

Last Updated : Dec 19, 2023, 11:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.