ଅନୁଗୋଳ: ଜଳସ୍ତର ବୃଦ୍ଧି ପାଇବାରୁ ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଆଉ ଏକ ଗେଟ୍ । ଡ୍ୟାମର ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଛି ଗେଟ୍ । ବର୍ତ୍ତମାନ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୪୩୭ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୫୨୬ ଘନ ମିଟର ଜଳ ନିଷ୍କାସିତ ହେଉଛି ।
ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୧୨୩.3 ମିଟର । ଉପରମୁଣ୍ଡରେ ବର୍ଷା କାରଣରୁ ରେଙ୍ଗାଲି ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ ଦ୍ବିତୀୟ ଥର ପାଇଁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ