ଅନୁଗୋଳ: ଶନିବାର ପ୍ରଥମ କରି ଅନୁଗୋଳ ଜିଲ୍ଲାରେ ଥିବା ରେଙ୍ଗାଲୀ ଜଳ ଭଣ୍ଡାର ତାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ । ରାତି ନଅଟାରେ ଖୋଲିବ ଜଳଭଣ୍ଡାର ତାର ପ୍ରଥମ ସୁଇଜ ଗେଟ । ଡ୍ୟାମର 7 ନଂ ଗେଟ ଦେଇ ଛଡ଼ାଯିବ ବନ୍ୟା ଜଳ । ଏନେଇ ଡ୍ୟାମ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ରହିବାକୁ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଡ୍ୟାମର ଜଳ ଧାରଣ କ୍ଷମତା 123.50 ମିଟର ରହିଥିବାବେଳେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡକୁ 3414 ଘନ ମିଟର ଜଳ ପ୍ରବେଶ କରୁଛି । ପାୱାର ହାଉସ ଦେଇ 677 ଘନ ମିଟର ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଜଳ ସ୍ଥର ବଢିବା ଆଶଙ୍କା ଥିବାରୁ ପ୍ରଥମ କରି ବନ୍ୟାଜଳ ନିଷ୍କାସିତ ହେବ। ତେଣୁ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଇବାକୁ କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
ରେଙ୍ଗାଲୀ ଜଳ ଭଣ୍ଡାର ଛାଡିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ - Rengali Reservoir
ଅନୁଗୋଳ ଜିଲ୍ଲାରେ ଥିବା ରେଙ୍ଗାଲୀ ଜଳ ଭଣ୍ଡାର ତାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ । ରାତି ନଅଟାରେ ଖୋଲିବ ଜଳଭଣ୍ଡାର ତାର ପ୍ରଥମ ସୁଇଜ ଗେଟ । ଅଧିକ ପଢନ୍ତୁ..