ETV Bharat / state

ପାଞ୍ଚମ ଦିନରେ ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ, ବହାରୁନି ସମାଧାନର ବାଟ - ରେଙ୍ଗାଲି ଜଳ ଭଣ୍ଡାର

ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ । ପ୍ରାୟ ୪୦ବର୍ଷ ଧରି ବିସ୍ଥାପିତମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏକର ପ୍ରତି ୫୦ହଜାର ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ପାଞ୍ଚମ ଦିନରେ ପହଞ୍ଚିଲା ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ , ବହାରୁନି ସମାଧାନର ବାଟ

author img

By ETV Bharat Odisha Team

Published : Dec 4, 2023, 10:49 PM IST

ପାଞ୍ଚମ ଦିନରେ ପହଞ୍ଚିଲା ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ , ବହାରୁନି ସମାଧାନର ବାଟ

ଅନୁଗୋଳ: ନିଜର ହକ ପାଇଁ ଅଭିନବ ଢଙ୍ଗରେ ଆନ୍ଦୋଳନ। 3 ଦିନ ହେଲା ପାଣି ଭିତରେ ଠିଆ ହୋଇ ଶତାଧିକ ପୁରୁଷ ଓ ମହିଳା ନିଜର ଅଧିକାର ମାଗୁଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ପାଲଲହଡା ଠାରେ ଥିବା ଦ୍ଵିତୀୟ ଚିଲିକାରେ । ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରତିବାଦ ପ୍ରଶାସନକୁ ଚିନ୍ତାରେ ପକାଇଛି।

ଗତ ୧୯୭୦ ବେଳକୁ ରେଙ୍ଗାଲି ଠାରେ ଏକ ବୃହତ ଜଳ ସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଯୋଗୁ ଜିଲ୍ଲାର ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବୁଡି ଅଞ୍ଚଳ ଭିତରେ ରହୁଥିବାରୁ ସେହିସବୁ ଗାଁ ଗୁଡିକୁ ବିସ୍ଥାପନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଫଳରେ ୧୯୮୦ ବେଳକୁ ସବୁ ଗାଁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ପ୍ରାୟ ୧୨ହଜାର ପରିବାର ପ୍ରଭାବିତ ହୋଇଥିଲେ । ସେ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରଙ୍କ ତରଫରୁ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦିଆଯାଇଥିଲା । କିନ୍ତୁ ଥଇଥାନ ବାବଦରେ ତତ୍କାଳୀନ ସରକାର କୌଣସି ପଦକ୍ଷେପ ନେଇନଥିଲା । ଫଳରେ ବିସ୍ଥାପିତ ଲୋକେ କିଏ କେଉଁଠି ଯାଇ ରହିଥିଲେ ।

ସେମାନଙ୍କୁ ଜମି ପଟା ମଧ୍ୟ ପ୍ରଦାନ କରାଗଲା ନାହିଁ । କିଛି ବର୍ଷ ପରେ ଲୋକେ ଏକାଠି ହୋଇ ନିଜର ହକ ପାଇଁ ଲଢେଇ କଲେ । ବିଭିନ୍ନ ଉପାୟରେ ଆନ୍ଦୋଳନ କଲେ । ପ୍ରାୟ ୪୦ବର୍ଷ ଧରି ସେମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି ।ଗତ ପ୍ରାୟ ୧୦ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳକୁ ଆସି ଲୋକଙ୍କ ଅସୁବିଧା ଦେଖି ଏକର ପ୍ରତି ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ମିଳିପାରିଲା ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଗତ ୧ ତାରିଖ ଠାରୁ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ.....ରେଙ୍ଗାଳି ବିସ୍ଥାପିତଙ୍କୁ ମିଳୁନି ନ୍ୟାୟ, ଦ୍ବିତୀୟ ଦିନରେ ଜଳ ସତ୍ୟାଗ୍ରହ

ବର୍ତମାନ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତଥାପି ତାହାକୁ ଖାତିରି ନକରି ପ୍ରାୟ ୬୦ରୁ ଅଧିକ ଗାଁର ଲୋକେ ଦିନ ରାତି ପାଣି ଭିତରେ ଆନ୍ଦୋଳନ କରୁଛନ୍ତି । ପାଲଲହଡା ବିଡ଼ିଓ, ତହସିଲଦାର ଓ ଉପଜିଲ୍ଲାପାଳ ସେଠାରେ ପହଞ୍ଚିମଧ୍ୟ କୌଣସି ଆଲୋଚନା ନକରି ଫେରି ଆସିଛନ୍ତି ଅଭିଯୋଗ କରିଛନ୍ତି ଆନ୍ଦେଳନକାରୀ । ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି।ସେମାନଙ୍କ ଦାବି କରହିଛି ସରକାର ସେମାନଙ୍କ ହକ ଦିଅନ୍ତୁ। ଅତିକମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏକର ପ୍ରତି ୫୦ହଜାର ଟଙ୍କା ଦିଅନ୍ତୁ । ନଚେତ ଆମେ ମରିବୁ ପଛେ ପାଣି ଭିତରୁ ବହାରିବୁ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଯାହାକି ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ପାଲ ଲହଡା ଉପ ଜିଲ୍ଲାପାଳ କହିଛନ୍ତି, "ରେଙ୍ଗାଲି ପ୍ରକଳ୍ପ ଶେଷ ହେବା ପରେ ଏଠାରେ ଆଉ କାର୍ଯ୍ୟାଳୟ ନାହିଁ । ସୁକିନ୍ଦ ଠାରେ କାର୍ଯ୍ୟାଳୟ ରହିଛି । ତେଣୁ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି । ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା ଚାଲିଛି ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.