ETV Bharat / state

Rathayatra 2022: ଶୈଳ ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଶୁକ୍ରବାର ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାବାହୁଙ୍କ ରଥଯାତ୍ରା । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ

Rathayatra 2022: ଶୈଳ ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
Rathayatra 2022: ଶୈଳ ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
author img

By

Published : Jun 30, 2022, 2:10 PM IST

ଅନୁଗୋଳ: ଶୁକ୍ରବାର ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାବାହୁଙ୍କ ରଥଯାତ୍ରା । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ଏନେଇ ମନ୍ଦିର ପରିଚାଳନା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି ।

Rathayatra 2022: ଶୈଳ ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ସୂଚନାଅନୁସାରେ, ରଥଯାତ୍ରା ପାଇଁ ୩ଟି ଯାକ ରଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ବଡ଼ଦାଣ୍ଡରେ ରଖାଯାଇଛି । ଆସନ୍ତାକାଲି ସକାଳୁ ବିଧି ଅନୁସାରେ ଶ୍ରୀଜିଉମାନଙ୍କ ସେବା ସମାପନ କରାଯିବ । ଯଥା ସମୟରେ ପହଣ୍ଡି, ଛେରା ପହଁରା ଓ ରଥ ଟଣା କାର୍ଯ୍ୟ ସମ୍ପନ୍ନ ହେବ । ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ସେବାୟତ ମାନଙ୍କୁ ମଧ୍ୟ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସୂଚନା ଦିଆସରିଛି । ଦୁଇ ବର୍ଷ ପରେ ପ୍ରଭୁଙ୍କ ରଥଯାତ୍ରା ହେଉଥିବାରୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୋଲିସ ଓ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କମିଟିର ସମ୍ପାଦକ ହେମନ୍ତ ଦାସ ଓ ଉପସଭାପତି ଭବାନୀ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.