ଅନୁଗୋଳ: ଜିଲ୍ଲା କୁସାସିଂହା ଗାଁରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି । ଏହି ଗାଁର ଅବିନ ରାଉତଙ୍କ ଘରେ ଉକ୍ତ ପକ୍ଷୀଟି ବସିଥିବା ପରିବାର ଲୋକେ ଦେଖିଥିଲେ । ପକ୍ଷୀଟି ଦେଖିବାକୁ ଆକାରରେ ବଡ ଏବଂ ବିରଳ । ପକ୍ଷୀଟିକୁ ଉଦ୍ଧାର କରିବା ପାଇଁ ଅବନୀ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହାରାଙ୍କ ସାହାଯ୍ୟ ଲୋଡିଥିଲେ ।
ଖବର ପାଇ ଆଦିତ୍ୟ ଏବଂ ସହଯୋଗୀ ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । ସର୍ପମିତ୍ର ଅତି ସତର୍କତାର ସହ ଏହି ବିରଳ ପକ୍ଷୀଟିକୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅନୁଗୋଳ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଟିକୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ାଯାଇଥିଲା । ସୂଚନା ଅନୁସାରେ ପକ୍ଷୀଟି ଏକ ଇଗଲ ପ୍ରଜାତିର ଏବଂ ଏହାର ନାମ "କ୍ରେଷ୍ଟେଡ ସରପେଣ୍ଟ ଇଗଲ" ବୋଲି ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ