ETV Bharat / state

ହସୁଛି କ୍ଷେତ, ହସୁଛି ଚାଷୀ

ଟାଙ୍ଗରା କ୍ଷେତ ଏବେ ଶସ୍ୟ ଶ୍ୟାମଳା । ହସୁଛି କ୍ଷେତ, ହସୁଛି ଚାଷୀ । ପାଣି ଟିକେ ପାଇଁ ଡହଳବିକଳ ହେଉଥିବା ଚାଷୀଙ୍କ ପାଖରେ ଏବେ ବର୍ଷ ତମାମ ଜଳର ଉତ୍ସ । ପାହାଡ ଛାତିରେ ବନ୍ଧ ବାନ୍ଧି କରାଯାଉଛି ଜଳ ସଂରକ୍ଷଣ । ଯେଉଁ ପ୍ରୟାସକୁ ସରକାର କରିଦେଖାଇ ପାରିଲେ ନାହିଁ, ତାହାକୁ ଚଷା ପୁଅ କରି ଦେଖେଇଛି ।

ଡିଜାଇନ ଫଟୋ
author img

By

Published : Jul 15, 2019, 3:01 PM IST

ଅନୁଗୋଳ: ଯେଉଁ ଅଞ୍ଚଳ ଦିନେ ଶୁଖା ପଡୁଥିଲା, ସେଠାରେ ଏବେ ଦେଖିବାକୁ ମିଳୁଛି ସବୁଜିମା । ପାଣି ପାଇଁ ଯେଉଁ ଲୋକେ ନାନା ହୀନସ୍ଥା ଭୋଗୁଥିଲେ ଏବେ ବର୍ଷ ତମାମ ତାଙ୍କ ପାଖରେ ରହୁଛି ଜଳର ଉତ୍ସ । ତେବେ ଏପରି ପ୍ରୟାସକୁ ସଫଳ କରି ଦେଖାଇଛନ୍ତି ଅନୁଗୋଳ ଜିଲ୍ଲାର ଚାଷୀକୂଳ । ଦିନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷରୁ ମୁହଁ ଫେରେଇ ନେଇଥିବା ଚାଷୀ ଏବେ ବର୍ଷା ଜଳକୁ ଅମଳ ଓ ତାର ସଂରକ୍ଷଣ କରି ଆତ୍ମନିର୍ଭରଶୀଳ ହୋଇପାରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଜିଲ୍ଲା । ଏହାର ଜଙ୍ଗଲ ପାହାଡ଼ ଘେରା କୋଠଭୂଇଁ, ଟାଇଁଶି, ଅନ୍ତୁଳିଆ, କନ୍ତପଡ଼ା ଓ ଟାପଢୋଲ ଆଦି 5ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ ଲୋକେ ଦିନେ ଜଳ ପାଇଁ ହାହାକାର ହେଉଥିଲେ । କେବଳ ଚାଷ ଉପରେ ନିର୍ଭର କରୁଥିବା ଏହି ଲୋକଙ୍କ ପାଇଁ ବର୍ଷା ଜଳ ହିଁ ଥିଲା ସାହାଭରସା । ହେଲେ ବର୍ଷାର ଅନିୟମିତତା ପାଇଁ ଚାଷ କାର୍ଯ୍ୟ ଛାଡ଼ି ଦେଇଥିଲେ ଚାଷୀ । ହେଲେ ଏବେ ଯେଉଁ ବର୍ଷା ଜଳ ବହି ଯାଉଥିଲା, ତାକୁ ବନ୍ଧ ବାନ୍ଧି ନିଜ ଅଞ୍ଚଳକୁ ଜଳକିଷ୍ଟରୁ ବଞ୍ଚାଇଛନ୍ତି ।

ପାହାଡ଼ରେ ପଥର ବନ୍ଧ ନିର୍ମାଣ କରି ପୋଖରୀ ଖୋଳି ବର୍ଷା ଜଳକୁ ସଂରକ୍ଷଣ କରିଛନ୍ତି । ପ୍ରାୟ 10ବର୍ଷ ହେଲା ଲୋକେ ବର୍ଷା ଜଳ ଅମଳ ଓ ସଂରକ୍ଷଣ କରି ଆସୁଛନ୍ତି । ଏହାଦ୍ବାରା କେବଳ ବର୍ଷା ଜଳ ସଂରକ୍ଷଣ ହେଉଛି ତାହା ନୁହେଁ, ମୃତ୍ତିକା ସଂରକ୍ଷଣ ହୋଇପାରୁଛି । ଭୂତଳ ଜଳସ୍ତର ବୃଦ୍ଧି ପାଉଛି ।

ଯେଉଁ କୂଅରେ ଦିନେ ଗଛ ଉଠୁଥିଲା, ଆଜି ସେହି କୂଅରେ ଖରାଦିନେ ମଧ୍ୟ ପାଣି ଶୁଖୁନି । ଗୋଟିଏ ଗୋଟିଏ କୂଅରେ 5/6ଟି ଲେଖାଏଁ ମୋଟର ପମ୍ପ ଲଗାଇ ଲୋକେ ପାଣି ନେଉଛନ୍ତି । ବାଡ଼ି ବଗିଚାରେ ବିଭିନ୍ନ ଫସଲ କରୁଛନ୍ତି । ନାଳ, ପୋଖରୀ ଓ ଗାଡ଼ିଆରେ ବର୍ଷ ତମାମ ପାଣି ରହୁଥିବାରୁ ଯେଉଁ ଜମି ଦିନେ ପଡ଼ିଆ ପଡ଼ୁଥିଲା ଆଜି ତାହା ଶସ୍ୟଶ୍ୟାମଳା ହୋଇ ପାରୁଛି ।

ଲୋକେ ବର୍ଷା ପାଣିକୁ ସଂରକ୍ଷଣ କରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ ପାଖରେ ଉପଯୁକ୍ତ ଜ୍ଞାନ କୈାଶଳ ନଥିବାରୁ ତାହା କରି ପାରୁ ନଥିଲେ । ଏଫଇଏସ ନାମକ ଏକ ବେସରକାରୀ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ବର୍ଷା ଜଳ ଅମଳ ଓ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଛି । ଯାହା ପାଇଁ 5ଟି ପଞ୍ଚାୟତରେ 13ଟି ଜଳ ସଂରକ୍ଷଣ ବନ୍ଧ ନିର୍ମାଣ କରାଯାଇଛି । ଦେଖିବାକୁ ଗଲେ ମୋଟ 13ହଜାର ହେକ୍ଟର ଜମିରେ ଏବେ ବର୍ଷ ତମାମ ଫସଲ ହୋଇପାରୁଛି । ଏହା ଛଡା ଭୂତଳ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଉଛି । ଏହା କେବଳ ସମ୍ଭବ ହୋଇ ପାରିଛି ଲୋକଙ୍କର ଆଗ୍ରହ ଓ ଇଛାଶକ୍ତି ଯୋଗୁ । କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ସମ୍ଭବ ହୋଇଛି ଏହି ସବୁ ଜଳ କିଷ୍ଚଗାଁରେ ଗୋଷ୍ଠୀ ଗତ ଉଦ୍ୟମ ଯୋଗୁ ଶୁଖିଲା ଭୂଇଁ ଆଜି ଶସ୍ୟଶ୍ୟାମଳା । ଯାହା ଅନ୍ୟ ଗ୍ରାମ୍ୟ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ନିଶ୍ଚିତ !

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Anchor-
ଯେଉଁ ଅଞ୍ଚଳ ଦିନେ ଶୁଖା ପଡୁଥିଲା ସେଠାରେ ଏବେ ଦେଖିବାକୁ ମିଳୁଛି ସବୁଜିମା । ପାଣି ପାଇଁ ଯେଉଁ ଲୋକେ ନାନା ହୀନସ୍ଥା ହୋଊ ଥିଲେ ଏବେ ବର୍ଷ ତମାମ ତାଙ୍କ ପାଖରେ ରହୁଛି ଜଳର ଉତ୍ସ । ଏସବୁ ସମ୍ଭବ ହୋଇଛି ଗାଁ ଗୋଷ୍ଠୀ ଙ୍କ ଉଦ୍ୟମ ଯୋଗୁ । ବର୍ଷା ଜଳକୁ ଜଳ ଅମଳ ଓ ତାର ସରକ୍ଷଣ କରି ଲୋକେ ହୋଇଛନ୍ତି ଆତ୍ମନିର୍ଭର ଶୀଳ ।
Body:Vo – 1
ଅନୁଗୋଳ ଜିଲା । ଏହାର ଜଙ୍ଗଲ ପାହାଡ଼ ଘେରା କୋଠଭୁଇଁ, ଟାଇଁଶି, ଅନ୍ତୁଳିଆ, କନ୍ତପଡ଼ା ଓ ଟାପଢୋଲ ଆଦି 5ଟି ପଞ୍ଚାୟତର ୪୦ ରୁ ଅଧିକ ଗାଁ ଲୋକେ ଦିନେ ଜଳ ପାଇଁ ହାହାକାର ହୋଇ ଯାଉଥିଲେ । କେବଳ ଚାଷ ଉପରେ ନିର୍ଭର କରୁଥିବା ଏହି ଲୋକ ଙ୍କ ପାଇଁ ବର୍ଷା ଜଳ ହିଁ ଥିଲା ସାହାଭରସା । ହେଲେ ବର୍ଷା ର ଅନିୟମିତ ତା ପାଇଁ ଚାଷ କାର୍ଯ୍ୟ ଛାଡ଼ି ଦେଇଥିଲେ ଏମାନେ । ହେଲେ ଏବେ ଯେଉଁ ବର୍ଷା ଜଳ ବହି ଯାଉ ଥିଲା ତାକୁ ବନ୍ଧ ବାନ୍ଧି ନିଜ ଅଞ୍ଚଳକୁ ଜଳ କିଷ୍ଠ ରୁ ବଞ୍ଚାଇଛନ୍ତି । ପାହାଡ଼ରେ ପଥର ବନ୍ଧ ନିର୍ମାଣ ପାହାଡ଼ ତଳେ ଜଳ ସଂରକ୍ଷର ପାଇଁ ବନ୍ଧ ପୋଖରୀ ଖୋଳି ବର୍ଷା ଜଳକୁ ସଂରକ୍ଷଣ କରିଛନ୍ତି । ପ୍ରାୟ 10ବର୍ଷ ହେଲା ଲୋକେ ବର୍ଷା ଜଳ ଅମଳ ଓ ସଂରକ୍ଷଣ କରି ଆସୁଛନ୍ତି । ଏହାଦ୍ବାରା କେବଳ ବର୍ଷା ଜଳ ସଂରକ୍ଷଣ ହେଉଛି ତାହା ନୁହେଁ ମୃତ୍ତିକା ସଂରକ୍ଷଣ ହୋଇ ପାରୁଛି । ଭୁତଳ ଜଳସ୍ତର ବୃଦ୍ଧି ପାଉଛି । ଯେଉଁ କୁଅରେ ଦିନେ ଗଛ ଉଠୁଥିଲା ଆଜି ସେହି କୁଅରେ ଖରାଦିନେ ମଧ୍ୟ ପାଣି ଶୁଖୁନି । ଗୋଟିଏ ଗୋଟିଏ କୁଅରେ 5/6ଟି ଲେଖାଏଁ ମୋଟର ପମ୍ପ ଳଗାଇ ଲୋକେ ପାଣି ନେଉଛନ୍ତି । ବାଡ଼ି ବଗିଚାରେ ବିଭିନ୍ନ ଫସଲ କରୁଛନ୍ତି । ନାଳ, ପୋଖରୀ ଓ ଗାଡ଼ିଆରେ ବର୍ଷ ତମାମ ପାଣି ରହୁଥିବାରୁ ଯେଉଁ ଜମି ଦିନେ ପଡ଼ିଆ ପଡ଼ୁଥିଲା ଆଜି ତାହା ଶସ୍ୟଶ୍ୟାମଳା ହୋଇ ପାରୁଛି ।
Byte – 1 ବ୍ରଜ ମୋହନ ସାହୁ, ଭଗତପୁର ଗାଁ ସଭାପତି
Byte – 2 ନିଳାମ୍ବର ସାହୁ, ଚାଷି
Byte – 3 ରମେଶ ସାହୁ, ଚାଷି
Vo – 2
ଲୋକେ ବର୍ଷା ପାଣିକୁ ସଂରକ୍ଷଣ କରିବାକୁ ଚାହୁଥିଲେ ମଧ୍ୟ ସେମାନଙ୍କ ପାଖରେ ଉପଯୁକ୍ତ ଜ୍ଞାନ କୈାଶଳ ନଥିବାରୁ ତାହା କରି ପାରୁ ନଥିଲେ । ଏଫଇଏସ ନାମକ ଏକ ବେସରକାରୀ ଅନୁଷ୍ଠାନ ର ପ୍ରତକ୍ଷ ତତ୍ଵା ବଧାନରେ ଏହି ବର୍ଷା ଜଳ ଅମଳ ଓ ସଂରକ୍ଷଣ ବ୍ୟବସ୍ଥା ହୋଇ ପାରିଛି । ଯାହା ପାଇଁ 5ଟି ପଞ୍ଚାୟତରେ 13ଟି ଜଳ ସଂରକ୍ଷଣ ବନ୍ଧ ନିର୍ମାଣ କରା ଯାଇଛି । ଗୋଟିଏ ଗୋଟିଏ ବନ୍ଧ ଉପରେ 5ଟି ଲେଖାଏଁ ଗାଁ ନିର୍ଭର କରୁଛନ୍ତି । ଦେଖିବାକୁ ଗଲେ ମୋଟ 13ହଜାର ହେକ୍ଟର ଜମିରେ ରେ ଏବେ ବର୍ଷ ତମାମ ଫସଲ ହୋଇ ପାରୁଛି । ଏହା ଛଡା ଭୁତଳ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଉଛି । ଏହା କେବଳ ସମ୍ଭବ ହୋଇ ପାରିଛି ଲୋକଙ୍କର ଆଗ୍ରହ ଓ ଇଛାଶକ୍ତି ଯୋଗୁ ।
Byte – 4 ଶୁସିଳ ପ୍ରଧାନ, ଆବାହକ, ବର୍ଷା ଜଳ ସଂରକ୍ଷଣ ଅଭିଯାନ
Byte – 5 ସ୍ବପ୍ନାଶ୍ରୀ ଷଡ଼ଙ୍ଗୀ, ଟିମ ଲିଡ଼ର, ଏଫଇଏସ
Conclusion:Final Vo –
କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ସମ୍ଭବ ହୋଇଛି ଏହି ସବୁ ଜଳ କିଷ୍ଠ ଗାଁ ରେ ଗୋଷ୍ଠୀ ଗତ ଉଦ୍ୟମ ଯୋଗୁ ଶୁଖିଲା ଭୁଇଁ ଆଜି ଶସ୍ୟଶ୍ୟାମଳା । ଯାହା ଅନ୍ୟ ଗ୍ରାମ୍ୟ ଗୋଷ୍ଠୀ ଙ୍କ ପାଇଁ ପେରଣା ନିଶ୍ଚିତ !
PTC
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.