ETV Bharat / state

ବର୍ଷା ଉଜାଡି ଦେଲା ଚାଷୀର ରୋଜଗାର, ଜମିରେ ପଚୁଛି ଟମାଟୋ

ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଟମାଟୋ ଚାଷ ପାଇଁ ବେଶ ନାଁ ରହିଛି । ହେଲେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ହତାଶ । ଲଗାଣ ବର୍ଷା ଯୋଗୁଁ ଚାଷୀ କରିଥିବା ଏକର ଏକର ଟମାଟୋ ଫସଲ ଏବେ ନଷ୍ଟ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Feb 9, 2020, 6:30 PM IST

aa
ବର୍ଷା ଉଜାଡି ଦେଲା ଚାଷୀର ବର୍ଷକର ରୋଜଗାର, କ୍ଷେତରେ ପଚୁଛି ଟମାଟୋ

ଅନୁଗୋଳ: ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ଭବିଷ୍ୟତ। କେତେ ଆସ କରି ଧାର କରଜ କରି ଯେଉଁ ଫସଲ ଅମଳ ପାଇଁ ଚିନ୍ତା ରଖିଥିଲା ତାହା ପାଣିରେ ମିଳେଇ ଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷୀ କରିଥିବା ଏକର ଏକର ଟମାଟୋ ଫସଲ ଏବେ ନଷ୍ଟ ହୋଇଯାଇଛି । ଏଭଳି କ୍ଷତିର ଶିକାର ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଚାଷୀ ।

ବର୍ଷା ଉଜାଡି ଦେଲା ଚାଷୀର ବର୍ଷକର ରୋଜଗାର, କ୍ଷେତରେ ପଚୁଛି ଟମାଟୋ

ଜିଲ୍ଲାର ଅନୁଗୋଳ ବ୍ଲକ ଟମାଟୋ ଚାଷ ପାଇଁ ବେଶ ନାଁ ରହିଛି । ବ୍ଲକର ବନ୍ତଳା ଅଞ୍ଚଳର ନନ୍ଦପୁର, ମଧୁପୁର, କରତପଟା ଶଙ୍ଖାପୁର ଆଦି ଅନେକ ଗାଁର ଲୋକେ ଟମାଟୋ ଚାଷ କରନ୍ତି । କହିବାକୁ ଗଲେ ଏମାନେ ଟମାଟୋ ଲଗାଇ ଭଲ ଦୁଇ ପଇସା ରୋଜଗାର କରନ୍ତି । ହେଲେ ଲଗାଣ ବର୍ଷା ଏମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।

ଅମଳ ପୂର୍ବରୁ ପଚି ନଷ୍ଟ ହୋଇ ଯାଉଛି ଟମାଟୋ । ଗଛ ହଳଦିଆ ପଡି ଯାଉଥିବା ବେଳେ ଟମାଟୋ ସବୁ ପଚି ଯାଉଛି । ଖାଲି ସେତିକି ନୁହେଁ କଞ୍ଚା ଥିବା ଅବସ୍ଥାରେ ଫଳ ସବୁ ଖସି ପଡୁଛି । ଟମାଟୋ ଚାଷ ପାଇଁ ଯାହା ଖର୍ଚ୍ଚ କରିଥିଲେ ଏବେ ସେତିକ ମିଳିବ କି ନାହିଁ ତାକୁ ନେଇ ସନ୍ଦେହରେ ଚାଷୀ । ଯେଉଁ ଆଶା ରଖି କିଏ ଧାର କରଜ ତ ଆଉ କିଏ ଭାଗ ଚାଷ କରି ଟମାଟୋ ଲଗାଇ ଥିଲା ସେ ସବୁ ଆଶା ମଉଳି ଯାଇଛି । ତେବେ ଗତ 4 ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଏବେ ଅମଳ ହେବାକୁ ଥିବା ଟମାଟୋ ସବୁ ପଚି ନଷ୍ଟ ହୋଇଯାଉଛି । ଅଧିକ ପଚିଯିବା ଆଶାରେ ଚାଷୀ ଏବେ କଞ୍ଚା ଟମାଟୋକୁ ତୋଳି କ୍ଷତିରେ ବେପାରୀଙ୍କୁ ବିକୁଛି । ଯାହା ପ୍ରତି କାହାରି ନଜିର ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ଭବିଷ୍ୟତ । କେତେ ଆସ କରି ଧାର କରଜ କରି ଯେଉଁ ଫସଲ ଅମଳ ପାଇଁଚିନ୍ତା ରଖିଥିଲା ତାହା ପାଣିରେ ମିଳେଇ ଯାଇଛି । ହୋଇଥିବା ଲଗାଣ ବର୍ଷା ପାଇଁ ଚାଷୀ କରିଥିବା ଏକର ଏକର ଟମାଟୋ ଫସଲ ଏବେ ନଷ୍ଟ ହୋଇ ଯାଇଛି । ଏଭଳି କ୍ଷତିର ଶିକାର ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଚାଷୀ ।Body:Vo – 1
ଅମଳ ପୂର୍ବରୁ ପଚି ନଷ୍ଟ ହୋଇ ଯାଉଛି ଟମାଟୋ । ଗଛ ହଳଦିଆ ପଡି ଯାଉଥିବା ବେଳେ ଟମାଟୋ ସବୁ ପଚି ଯାଉଛି । ଖାଲି ସେତିକି ନୁହେଁ କଞ୍ଚା ଥିବା ଅବସ୍ଥାରେ ଫଳ ସବୁ ଖସି ପଡୁଛି ।ଏ ଦୃଶ୍ୟ ହେଉଛି ଅନୁଗୋଳ ଜିଲାର । ଜିଲାର ଅନୁଗୋଳ ବ୍ଲକ ବନ୍ତଳା ଅଂଚଳରେ ଟମାଟୋ ଚାଷୀ ଙ୍କ ଉପରେ ଏକ ରକମର ଚଡକ ପଡିଛି । ଆଉ ଏହି ଚଡକ ପକାଇଛି ଅଦିନିଆ ବର୍ଷା । ହୋଇଥିବା ଲଗାଣ ବର୍ଷା ଯୋଗୁ ଏକର ଏକର ଟମାଟୋ ଫସଲ ନଷ୍ଟ ହୋଇ ଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଟମାଟୋ ଚାଷ ପାଇଁ ଯାହା ଖର୍ଚ କରିଥିଲେ ଏବେ ସେତେକ ମିଳିବ ବ କି ନାହିଁ ତାକୁ ନେଇ ସନ୍ଦେହ ରେ ।
Byte – 1 ସୁରେଶ କୁମାର ଦେହୁରି , ଚାଷୀ
Byte – 2 ଦେବାଞ୍ଜନ ଦେହୁରି , ଚାଷୀ
Vo – 2
ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଟମାଟୋ ଚାଷ ପାଇବ ବେଶ ନାଁ ରହିଛି । ବ୍ଲକ ର ବନ୍ତଳା ଅଞ୍ଚଳ ର ନନ୍ଦପୁର , ମଧୁପୁର , କରତପଟା ସଙ୍ଖା ପୁର ଆଦି ଅନେକ ଗାଁ ର ଲୋକେ ଟମାଟୋ ଚାଷ କରନ୍ତି । କହିବାକୁ ଗଲେ ଏମାନେ ଟମାଟୋ ଲଗାଇ ଭଲ ଦୁଇ ପଇସା ରୋଜା ଗାର କରନ୍ତି । ହେଲେ ହୋଇଥିବା ଲଗାଣ ବର୍ଷା ଏମାନଙ୍କ ମେରୁଦଣ୍ଡ କୁ ଭାଙ୍ଗି ଦେଇଛି । ଯେଉଁ ଆଶା ରଖି କିଏ ଧାର କରଜ ତ ଆଉ କିଏ ଭାଗ ଚାଷ କରି ଟମାଟୋ ଲଗାଇ ଥିଲା ସେ ସବୁ ଆଶା ମଉଳି ଯାଇଛି । ତେବେ ଗତ ଚାରି ଦିନ ଲାଗି ରହିଥିବା ବର୍ଷା ଯୋଗୁ ଏବେ ଅମଳ ହେବାକୁ ଟମାଟୋ କୁ ସବୁ ପଚି ନଷ୍ଟ ହୋଇ ଯାଉଛି ।
Byte – 3 ରାମଚନ୍ଦ୍ର ସାହୁ , ଚାଷୀ
Byte – 4 ବରୁଣ ବେହେରା , ଭାଗ ଚାଷୀConclusion:ଅଧିକ ପଚିଯିବା ଆଶାରେ ଚାଷୀ ଏବେ କଞ୍ଚା ଟମାଟୋ କୁ ତୋଳି କ୍ଷତି ରେ ବେପରୀଙ୍କୁ ବିକୁଛି । ଯାହା ପ୍ରତି କାହାରି ନଜର ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.