ଅନୁଗୋଳ: ତାଳଚେର ଘଣ୍ଟପଡା ଓ ତାଳଚେର ଷ୍ଟେସନ ମଧ୍ୟରେ ଟ୍ରେନ ଧାରଣାରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହି ଟ୍ରେନ । ତାଳଚେରରେ ଟ୍ରେନର ଏକ ବଗି ମରାମତି ହେଉଥିବା ବେଳେ ଆପେ ଆପେ ଗଡ଼ିଲା ୱାଗନ ।
ସୂଚନା ଅନୁଯାୟୀ, ରେଳ କର୍ମଚାରୀ ଉପସ୍ଥିତିରେ ଟ୍ରେନ ବଗି ମରାମତି ହେଉଥିଲା । କିନ୍ତୁ ହଠାତ ଗୋଟିଏ ୱାଗନ ଆପେ ଗଡ଼ିବାରେ ଲାଗିଥିଲା । ଆଉ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲେ ସେହି ଟ୍ରାକରେ କାମ କରୁଥିବା ଶ୍ରମିକ । ତେବେ ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ବହୁ ପ୍ରେଚଷ୍ଟା ପରେ ବଗିକୁ ଆୟତ କରିବା ପରେ ଇଞ୍ଜିନ ସହିତ ଯୋଡ଼ା ଯାଇଥିଲା । ତେବେ ଏହି ଘଟଣାରେ କିଛି ସମୟ ପାଇଁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ସେପଟେ ରେଳ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ବେ ବିନା ସୁରକ୍ଷାରେ କେଉଁ ପରିପ୍ରେକ୍ଷୀରେ ବଗି ମରାମତି କରାଯାଉଥିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଅନୁଗୋଳରୁ ସଂଗ୍ରମାମ ରଞ୍ଜନ ନାଥ, ଇଟିଭି ଭାରତ