ETV Bharat / state

ଶିଳ୍ପ ଜିଲ୍ଲାକୁ ପୁଣି ଫେରିଲା ମାଣ୍ଡିଆ, ମିଶନ ମୋଡ଼ରେ ହେଉଛି ଚାଷ

ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ମାଣ୍ଡିଆ ମିଶନ । ପ୍ରତ୍ୟେକ ବ୍ଲକରେ ୧୭୦ ହେକ୍ଟର ଲେଖାଏଁ ଅଣ ଜଳ ସେଚିତ ଓ ଢିପ ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ଫସଲ ମଧ୍ୟ ଖୁବ ଭଲ ହୋଇଛି। ଅଧିକ ପଢନ୍ତୁ

author img

By

Published : Nov 17, 2021, 9:46 AM IST

ଶିଳ୍ପ ଜିଲ୍ଲାକୁ ପୁଣି ଫେରିଲା ମାଣ୍ଡିଆ, ମିଶନ ମୋଡ଼ରେ ହେଉଛି ଚାଷ
ଶିଳ୍ପ ଜିଲ୍ଲାକୁ ପୁଣି ଫେରିଲା ମାଣ୍ଡିଆ, ମିଶନ ମୋଡ଼ରେ ହେଉଛି ଚାଷ

ଅନୁଗୋଳ: ଶିଳ୍ପ ଜିଲ୍ଲାରେ ହସୁଛି ମଣ୍ଡିଆ କ୍ଷେତ। ଯେଉଁ ମଣ୍ଡିଆ ଚାଷଠାରୁ ଦିନେ ଚାଷୀ ମୁହଁ ଫେରାଇ ନେଇଥିଲା, ଏବେ ପୁଣି ସେଇ ଚାଷକୁ ଆଦରି ନେଇଛି ଚାଷୀ । ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ମାଣ୍ଡିଆ ମିଶନ । ଅନୁଗୋଳ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାରେ ମଣ୍ଡିଆ ଚାଷକୁ ମିଶନ ମୋଡରେ ଚାଷ କରୁଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାର ଅନୁଗୋଳ ବ୍ଲକ ସମେତ ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ ଏବଂ ପାଲଲହଡ଼ା ଏହି ୫ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଇଛି। ପ୍ରତ୍ୟେକ ବ୍ଲକରେ ୧୭୦ ହେକ୍ଟର ଲେଖାଏଁ ଅଣ ଜଳ ସେଚିତ ଓ ଢିପ ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ଫସଲ ମଧ୍ୟ ଖୁବ ଭଲ ହୋଇଛି। ତେବେ ଧାନଠାରୁ ମାଣ୍ଡିଆର ଦର ଢେର ଅଧିକ ଥିବାରୁ ଚାଷୀମାନଙ୍କ ମନରେ ଆଗ୍ରହ ଦେଖିବାକୁ ମିଳିଛି ।

ରାଜ୍ୟ ସରକାରଙ୍କ ମାଣ୍ଡିଆ ମିଶନ ଜିଲ୍ଲାରେ କାର୍ଯ୍ୟକାରୀ କରିବା ନେଇ ପାଇଁ ପ୍ରଥମେ ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଆଯାଇଥିଲା । ଏହା ପରେ ଆଗ୍ରହୀ ଚାଷୀଙ୍କୁ ତାଲିମ ଦିଆଯାଇଛି। କୃଷି ବିଭାଗ ସେମାନଙ୍କୁ ମାଗଣାରେ ବିହନ ଯୋଗାଇ ଦେଇଛନ୍ତି। ଖାଲି ସେତିକି ନୁହଁ, ଚାଷୀମାନଙ୍କ ଦ୍ବାରା ଅମଳ ମାଣ୍ଡିଆକୁ ସରକାର ନିଜେ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ୨୦୦ କୁଇଣ୍ଟାଲ ମାଣ୍ଡିଆ ଚାଷୀଙ୍କଠାରୁ ଉପଯୁକ୍ତ ଦରରେ ପ୍ରଶାସନ କିଣିବ। ସେହିପରି ଆସନ୍ତା ରବି ଋତୁରେ ପ୍ରତ୍ୟେକ ବ୍ଲକରେ ୧୦ ହେକ୍ଟର ଲେଖାଏଁ ଜମିରେ ମାଣ୍ଡିଆ ଚାଷ କରାଯିବ। ଆଗାମୀ ବର୍ଷକୁ ଆହୁରି ଅଧିକ ଜମିରେ ମାଣ୍ଡିଆ ଚାଷ କରାଯିବା ସହ ଅଧିକରୁ ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି।

ପୂର୍ବେ ଜିଲ୍ଲାର ମଣ୍ଡିଆ ଚାଷ ହେଉଥିଲା, ହେଲେ ଆବଶ୍ୟକ ଜ୍ଞାନ କୌଶଳ ଏବଂ ପ୍ରୋତ୍ସାହନ ନମିଳିବାରୁ ଧୀରେ ଧୀରେ ଚାଷୀ ଏହା ପ୍ରତି ବିମୁଖ ହେଲେ। କିନ୍ତୁ ଏବେ ସରକାରଙ୍କ ଉଦ୍ୟମରେ ଏହା ପୁନର୍ଜିବିତ ହେବାକୁ ଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.