ETV Bharat / state

ସାବରମତି ଆଶ୍ରମର ଆଧୁନିକୀକରଣକୁ ଅନୁଗୋଳରେ ବିରୋଧ - angul gandhi park

ଗାନ୍ଧୀ ଚିନ୍ତାଧାରା, ନୀତି ଓ ଆଦର୍ଶକୁ ଏବେ ସରକାର ବ୍ୟବସାୟୀକରଣ କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଉଠିଛି ବିଦ୍ରୋହର ସ୍ୱର । ଅଧିକ ପଢ଼ନ୍ତୁ...

ଶାବରମତି ଆଶ୍ରମର ଆଧୁନିକକରଣକୁ ଅନୁଗୋଳରେ ବିରୋଧ

author img

By

Published : Oct 24, 2021, 9:54 PM IST

ଅନୁଗୋଳ: ଗାନ୍ଧୀ ଚିନ୍ତା ଧାରା, ନୀତି ଓ ଆଦର୍ଶକୁ ଏବେ ସରକାର ବ୍ୟବସାୟୀକରଣ କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଉଠିଛି ବିଦ୍ରୋହର ସ୍ୱର । ଅନୁଗୋଳରେ ଏହି ସ୍ୱର ଉଠାଇଛି ବାଜି ରାଉତ ଛାତ୍ରାବାସ, ଉତ୍କଳ ନବ ଜୀବନ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବ ସଂଗଠନ । ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ଉନ୍ନତି ଆଳରେ ୧୨୪୬ କୋଟି ଟଙ୍କା ଖର୍ଚ୍ଚକରି ଏଠାରେ ପର୍ଯ୍ୟଟନସ୍ଥଳୀ ଓ ପଞ୍ଚତାରକା ହୋଟେଲ ନିର୍ମାଣ କରିବା ପାଇଁ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହାକୁ ନେଇ ଅନୁଗୋଳ ଗାନ୍ଧୀ ପାର୍କରେ ତିନି ସଂଗଠନ କର୍ମକର୍ତ୍ତାଙ୍କ ସହ ବହୁ ଗାନ୍ଧିବାଦୀ ସାମିଲ ହୋଇ ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି ।

ଶାବରମତି ଆଶ୍ରମର ଆଧୁନିକକରଣକୁ ଅନୁଗୋଳରେ ବିରୋଧ

ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ଏଭଳି ଯୋଜନାରୁ ବିରତ ରହିବାକୁ ଦାବି କରିଛନ୍ତି ବାଜି ରାଉତ ଛାତ୍ରାବାସ, ଉତ୍କଳ ନବ ଜୀବନ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବ ସଂଗଠନର କର୍ମକର୍ତ୍ତା । ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ଗାନ୍ଧିବାଦୀ । ଯେଉଁ ବ୍ୟକ୍ତିଙ୍କ ହୃଦୟ ସାଧାରଣ ଲୋକଟି ପାଇଁ କାନ୍ଦୁଥିଲା ତାଙ୍କ ଆଶ୍ରମକୁ ଏଭଳି କରିବା ନେଇ ନାପସନ୍ଦ କରିଛନ୍ତି ଗାନ୍ଧୀବାଦୀ ବ୍ୟକ୍ତିତ୍ବ ।

ଗୁଜୁରାଟର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶି ଏଭଳି ହୀନ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଯାହା ଆଦୌ ସମୀଚିନ ନୁହେଁ ବୋଲି ଉପସ୍ଥିତ ଗାନ୍ଧିବାଦୀ ବ୍ୟକ୍ତିମାନେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.