ଅନୁଗୋଳ: ସହରରୁ ଅଳିଆ ଛଡା ଯାଉନଥିବାବେଳେ ନିର୍ମାଣ ହେଉଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ କରିଛନ୍ତି ଦୁଇ ସଂଗଠନର କର୍ମକର୍ତ୍ତା । ଲୋକ ବଞ୍ଚାଅ ଆନ୍ଦୋଳନ ଓ ଜିଲ୍ଲା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏହି ପ୍ରତିବାଦ କରାଯାଉଛି । ଜନବସତି ମଧରେ ଏହି ଅଳିଆ ପ୍ଲାଣ୍ଟ ନ କରାଯାଇ ପୌରପାଳିକାର ଡ଼ମ୍ପିଂୟାର୍ଡରେ ଏହି କାରଖାନା କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ସହର ମଧ୍ୟରେ ଆବର୍ଜନା ପ୍ଲାଣ୍ଟ କଲେ ତାହା ଜନସାଧାରଣଙ୍କ ପାଇଁ ବିପଦ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ