ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ତାଳଚେର ମେଡ଼ିକାଲ କଲେଜ, କାର୍ଯ୍ୟକ୍ଷମ କରିବାକୁ ଦାବି

author img

By ETV Bharat Odisha Team

Published : Oct 4, 2023, 9:03 PM IST

କାର୍ଯ୍ୟକ୍ଷମ ହେଉନାହିଁ ତାଳଚେର ମେଡିକାଲ କଲେଜକ । ଆନ୍ଦୋଳନକୁ ଓହ୍ଲାଇଲେ ସ୍ଥାନୀୟଲୋକେ । ସରକାରଙ୍କୁ ଟାରଗେଟ୍ କଲା ବିଜେପି । ଅଧିକ ପଢନ୍ତୁ

ଜରାଜୀର୍ଣ୍ଣ ଅବସ୍ଥାରେ ତାଳଚେର ମେଡ଼ିକାଲ କଲେଜ

ଅନୁଗୋଳ: ରାଜନୀତିର ପଶା ପାଲିରେ ତାଳଚେର ମେଡ଼ିକାଲ କଲେଜ । ଏହି ମେଡିକାଲ କଲେଜକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହା କେବେ ଚାଲିବା ଆଉ କିଏ ଚଳାଇବ ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ସେଥିରେ ବିଳମ୍ବ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଘଣ୍ଟପାଡା ପଞ୍ଚାୟତବାସୀ ।

ସୂଚନାଯୋଗ୍ୟ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହାକୁ ଚାଲୁ କରିବା ପାଇଁ ବାରମ୍ବାର ତାଳଚେରବାସୀ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସରୁ ଚାଲୁ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ତାହା ହୋଇ ପାରିନାହିଁ । ଏହାରି ମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଏହା ଚାଲୁହୋଇ ପାରିବ ନାହିଁ । ତେଣୁ ଏହାର ପ୍ରତିବାଦରେ ଘଣ୍ଟାପଡା ପଞ୍ଚାୟତବାସୀଙ୍କ ଧାରଣା ଦେଇଛନ୍ତି । ତେବେ ଆନ୍ଦୋଳନକରୀଙ୍କ ଦାବି ହେଲା ଯଦି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ ନ କରାଯିବ,ତାହାଲେ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ । ତାଳଚେର ଅଞ୍ଚଳରୁ ବାହାରକୁ ଖଣ୍ଡେ କୋଇଲା ଛଡ଼ାଯିବ ନାହିଁ ଚେତାବନୀ ଦେଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ପ୍ରତିବାଦ । ନିକଟରେ ରାଜ୍ୟ ସରକାରଙ୍କ ଘୋଷଣା ଧୂଆଁବାଣ । ତାଳଚେର ମେଡ଼ିକାଲ କଲଜେ କାର୍ଯ୍ୟକ୍ଷମ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ କଯ୍ୟକାରୀ ହେଲା ନାହିଁ । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

ଏହା ମଧ୍ୟ ପଢନ୍ତୁ...ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ ପାଳନ

କେନ୍ଦ୍ରମନ୍ତ୍ରୀଙ୍କ ନିଜସ୍ବ ଉଦ୍ୟମରେ ମେଡ଼ିକାଲ କଲେଜ କୋଠା ନିର୍ମାଣ ଠାରୁ ଆରମ୍ଭ କରି କଲେଜ ପରିଚାଳନା ପର୍ଯ୍ୟନ୍ତ ପ୍ରାୟ 1500 କୋଟି ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାର୍ଯ୍ୟକ୍ଷମ କରିବାରେ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଏଠାରେ ଶାସକ ଦଳର ବିଧାୟକ ଓ ସାଂସଦ ଥାଇ ମଧ୍ୟ କାହିଁକି ମେଡ଼ିକାଲ କଲେଜ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡୁ ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି । ମୁଖ୍ୟମନ୍ତ୍ରୀ ତାଳଚେର ମେଡ଼ିକାଲ କଲେଜକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନାଁରେ କରିବାକୁ ଘୋଷଣା କରିଥିଲେ ଏବଂ ଏହା 1 ତାରିଖରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ତାହା କାହିଁକି ହେଉନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହା କୌଣସି ଘରୋଇ ହସ୍ପିଟାଲକୁ ଦେବା ପାଇଁ ସରକାର ଷଡ଼ଯନ୍ତ୍ର କରିଛନ୍ତି ଦଳ ଅଭିଯୋଗ କରିଛି ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.