ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଶିକ୍ଷକଙ୍କ ଅବସର ପରେ ସ୍କୁଲରେ ଝୁଲୁଛି ତାଲା, ଅନ୍ଧାରରେ ୬୧ପିଲାଙ୍କ ଭବିଷ୍ୟତ - ସାନ କଞ୍ଜନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଶିକ୍ଷକଙ୍କ ଅବସର ପରେ ସ୍କୁଲରେ ପଡିଛି ତାଲା । ଫଳରେ ସେଠାରେ ପଡୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଅନୁଗୋଳ ଜିଲ୍ଲାର ସାନ କଞ୍ଜନି ଗାଁରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ରିପୋର୍ଟ

ଶିକ୍ଷକଙ୍କ ଅବସର ପରେ ସ୍କୁଲରେ ପଡିଛି ତାଲା, ଅନ୍ଧାରରେ ୬୧ ପିଲାଙ୍କ ଭବିଷ୍ୟତ

author img

By

Published : Sep 19, 2022, 10:25 PM IST

ଅନୁଗୋଳ: ଜିଲ୍ଲାର ସାନ କଞ୍ଜନି ଗାଁରେ ଶିକ୍ଷା ବିଭାଗର ବିକଳ ଚିତ୍ର । ବିଦ୍ୟାଳୟରେ ନିଯୁକ୍ତ ଥିବା ଶିକ୍ଷକଙ୍କ ଅବସର ପରେ ଏବେ ସ୍କୁଲ ପଡିଛି ତାଲା (School closed after retirement of Teacher) । ବିଭାଗର ଅଜବ ନୀତି ଯୋଗୁଁ ୬୧ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ସେମାନଙ୍କୁ ଅନ୍ୟ କୌଣସି ସ୍କୁଲ ସହ ମିଶ୍ରଣ କରାନଯିବା ପରେ ସେମାନେ ପଢିବେ କେଉଁଠି ଓ ପରୀକ୍ଷା ଦେବେ କେଉଁଠି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ଶିକ୍ଷକଙ୍କ ଅବସର ପରେ ସ୍କୁଲରେ ପଡିଛି ତାଲା, ଅନ୍ଧାରରେ ୬୧ ପିଲାଙ୍କ ଭବିଷ୍ୟତ

ବିଦ୍ୟାଳୟରେ ନିଯୁକ୍ତ ଥିବା ଶିକ୍ଷକଙ୍କ ଅବସର ପରେ ଏବେ ସ୍କୁଲ ପଡିଛି ତାଲା । ସେପଟେ ଶିକ୍ଷକ ନିଯୁକ୍ତି ଦାବି କରି ଅଭିବାବକ ବସିଛନ୍ତି ଧାରଣାରେ । ସେଇ ବିଦ୍ୟାଳୟରେ ଅଧ୍ୟୟନ ରତ ୬୧ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଗତ ପ୍ରାୟ ୪ମାସ ହେବ ତାଙ୍କ ସ୍କୁଲରେ ତାଲା ଝୁଲୁଛି । ଏ ଦୃଶ୍ୟ ହେଉଛି ଜିଲ୍ଲାର ଅନୁଗୋଳ ବ୍ଲକ ଅଧୀନସ୍ଥ ସାନ କଞ୍ଜନି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଏଠାରେ ନିଯୁକ୍ତ ଶିକ୍ଷକ ୨ଜଣ ଅବସର ନେବା ପରେ ସେଠାରେ ଆଉ ଶିକ୍ଷକ ନିଯୁକ୍ତି କରା ନଯିବାରୁ ସ୍କୁଲରେ ଏବେ ତାଲା ଝୁଲୁଛି । ପିଲାଙ୍କ ସବୁ କାଗଜପତ୍ର ସ୍କୁଲ ଭିତରେ ରହିଯାଇଛି ।

ଏହା ବି ପଢନ୍ତୁ- ଅନୁଗୋଳରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର

ଆଖ ପାଖରେ କୌଣସି ସ୍କୁଲ ନଥିବାରୁ ସ୍ଥାନୀୟ ପିଲା ମାନଙ୍କର ଏହି ସ୍କୁଲ ହିଁ ଏକମାତ୍ର ଭରସା ଥିଲା । ୧୯୮୨ ମସିହାରୁ ଏଠାରେ ଶିକ୍ଷାଦାନ ଚାଳୁଥିଲା । ହେଲେ ଏବେ ସ୍କୁଲରେ ତାଲା ପଡିଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମାନେ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଭେଟି ବିଦ୍ୟାଳୟ ଚାଲୁ କରିବାକୁ ନିବେଦନ କରିଛନ୍ତି । କେହି ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ପାଖରେ ଥିବା ହାଇସ୍କୁଲରେ ନେଇ ପିଲାଙ୍କୁ ନିଜେ ପାଠ ପଢାଉଛନ୍ତି ।

ତେବେ ଏନେଇ ଆମେ ଜିଲାପାଳଙ୍କୁ ଭେଟିଥିଲୁ । ତାଙ୍କ କହିବା କଥା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ପିଲାମାନଙ୍କର ଯେମିତି ପାଠପଢ଼ାରେ ବ୍ୟାଘାତ ନହୁଏ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ । ସରକାର ଶିକ୍ଷାର ବିକାଶ ପାଇଁ ବହୁ ପଦକ୍ଷେପ ନେଉଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ସାନ କଞ୍ଜନି ଗାଁର ଏହି ୬୧ ଛାତ୍ରଛାତ୍ରୀ ଶିକ୍ଷା ବିଭାଗର ଏଭଳି ବିଚିତ୍ର ନିୟମ ଭିତରେ ଛନ୍ଦି ହୋଇ ନିଜର ଭବିଷ୍ୟତ ଖୋଜୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.