ETV Bharat / state

ଅନୁଗୋଳରେ ପାଳିତ ପ୍ରେସ ଦିବସ, ସାମ୍ବାଦିକଙ୍କ ସ୍ବାଧୀନତାକୁ ନେଇ ପ୍ରଶ୍ନ - anugul news

ଜିଲ୍ଲାରେ କଯ୍ୟକରୁଥିବା ବିଭିନ୍ନ ଜିଲା ସ୍ଥରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ ପାଳିତ ପ୍ରେସ ଦିବସ
ଅନୁଗୋଳରେ ପାଳିତ ପ୍ରେସ ଦିବସ
author img

By

Published : Nov 16, 2020, 1:57 PM IST

ଅନୁଗୋଳ: ଜିଲ୍ଲାରେ କଯ୍ୟକରୁଥିବା ବିଭିନ୍ନ ଜିଲା ସ୍ଥରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ପୌରପାଳିକା ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମେହସ ସାହୁ ମୁଖ୍ୟ ଅତିଥି ଓ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରେସ ସ୍ଵାଧୀନତା ଓ ବର୍ତ୍ତମାନ ସ୍ଥିତିରେ ବିଭିନ୍ନ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଅନୁଗୋଳରେ ପାଳିତ ପ୍ରେସ ଦିବସ

ବର୍ତ୍ତମାନ ଗଣମାଧ୍ୟମ ଉପରକୁ ବିପଦ ମାଡିଆସୁଛି । ନିର୍ଭୀକତାର ସହ ସମ୍ବାଦିକତା କରିବା ଏକ ଚ୍ୟାଲେଞ୍ଜ ହୋଇଛି । ଏହାକୁ ନେଇ ଅତିଥି ମାନେ ନିଜ ନିଜ ମତ ରଖିଥିଲେ। ଜାତୀୟ ପ୍ରେସ ଦିବସ ଉପଲକ୍ଷେ ନିଜର ନିଷ୍ଠାପର ସାମ୍ବାଦିକତା ପାଇଁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ପଟ୍ଟନାଏକଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସଙ୍କ ସଭାପତିତ୍ୱରେ ସମ୍ବାଦିକ ରତ୍ନାକର ଭୋଇ ମଞ୍ଚ ପରିଚାଳନା କରିଥିଲେ।

ସାମ୍ବାଦିକ ଭିକାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାମ୍ବାଦିକ ତପନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ । କୋଭିଡ୍ କଟକଣାକୁ ମାନି ପାଳନ ହୋଇଥିଲା ଏହି ଦିବସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.