ETV Bharat / state

Pre-poll violence: ପୌରାଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ

author img

By

Published : Mar 23, 2022, 10:50 PM IST

ଅନୁଗୋଳ ଜିଲ୍ଲାରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଅନୁଗୋଳ ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଶିମିଳିପଡାରେ ବୁଧବାର ଅପରାହ୍ଣରେ ଜଣେ ସ୍ୱାଧୀନ ପୌର ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ବିଜେଡି କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅଧିକ ପଢ଼ନ୍ତୁ

ଅନୁଗୋଳରେ ପ୍ରାକ ନିର୍ବାଚନୀ ହିଂସା, ପୌରାଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ

ଅନୁଗୋଳ: ଜିଲ୍ଲାରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଅନୁଗୋଳ ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଶିମିଳିପଡାରେ ବୁଧବାର ଅପରାହ୍ଣରେ ଜଣେ ସ୍ୱାଧୀନ ପୌର ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ବିଜେଡି କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ସମର୍ଥକ ହାତହାତୀ ହୋଇଥିଲେ । ଏନେଇ ଉଭୟ ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଉଭୟଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ସିମିଳିପଡା ବାସଭବନକୁ ଯାଉଥିବା ବେଳେ କାଉନସିଲର ପ୍ରାର୍ଥୀ ସୁକାନ୍ତି ଦାସ ନିଜ ସମର୍ଥକଙ୍କ ସହ କିଛି ଲୋକଙ୍କ ଘରକୁ ଟଙ୍କା ବାଣ୍ଟିବାକୁ ଯାଇଥିଲେ । ଅନିରୁଦ୍ଧ ଏହାର ବିରୋଧ କରିବା ସହ ମୋବାଇଲରେ ଫୋଟ ଉଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁକାନ୍ତି ଓ ତାଙ୍କ ସମର୍ଥକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ସୁକାନ୍ତି ନିଜ ନଣନ୍ଦଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଅନିରୁଦ୍ଧ ଦୂରରେ ରହି ମୋବାଇଲରେ ଫୋଟ ଉଠାଇଥିଲେ । ମହିଳାମାନଙ୍କ ଫଟୋ ବିନା କାରଣରେ କାହିଁକି ଉଠାଉଛ ବୋଲି ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ଅନ୍ୟ ସମର୍ଥକଙ୍କ ମିଶି ଟଣା ଓଟରା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇନାହଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.