ETV Bharat / state

ଗରିବ ପକେଟରେ ମହଙ୍ଗା ମାଡ, ପିଆଜ ପରେ ଦାଉ ସାଜୁଛି ଆଳୁ - ବଢୁଛି ଆଳୁ ଦର

ପିଆଜ ପରେ ଏବେ ଦାଉ ସାଧୁଛି ଆଳୁ। ଆଳୁ ପରି ଏକ ଅତ୍ୟାବଶ୍ୟକ ପରିବାର କେଜି ପ୍ରତି ମୂଲ୍ୟ ଏବେ ଅନୁଗୋଳ ବଜାରରେ ନିଆଁ ଲଗାଇଛି । ଅଧିକ ପଢନ୍ତୁ...

Potato rate rise
ଗରିବ ପକେଟରେ ମହଙ୍ଗା ମାଡ, ପିଆଜ ପରେ ଦାଉ ସାଜୁଛି ଆଳୁ
author img

By

Published : Jan 11, 2020, 9:09 AM IST

Updated : Jan 11, 2020, 9:34 AM IST

ଅନୁଗୋଳ: ପିଆଜ ପରେ ଆଳୁ । ଦରରେ ଲାଗୁନି ଲଗାମ । ପିଆଜ କିଣିବା ପୂର୍ବରୁ ଲୋକଙ୍କୁ କନ୍ଦାଉଥିଲା ଏବେ ଆଳୁ କାଟିବା ମହଙ୍ଗା ପଡିଛି । ଆଳୁ ଓ ପିଆଜ ଅତ୍ୟାବଶ୍ୟକ ପନିପରିବା ହୋଇଥିଲେ ହେଁ, ଅନୁଗୋଳରେ ଆଳୁ ଦର 30ରୁ 35 ଟଙ୍କାରେ ବିକ୍ରି ହେଉଛି। ଫଳରେ ନାହିଁ ନଥିବା ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ଖାଉଟି। ସେପଟେ ଯୋଗାଣ ବିଭାଗ ବି ନିରୁପାୟ ।

ପ୍ରାୟ ଦୁଇ ସପ୍ତାହ ହେଲାଣି ଅନୁଗୋଳରେ ଦର ବଢ଼ିବାରେ ଲାଗିଛି। ଏବେ ଆଳୁ କେଜି ପ୍ରତି 30 ରୁ 35 ଟଙ୍କା ଦରରେ ବିକ୍ରି ହେଉଛି । କାରଣ ଏଠାକୁ ବର୍ତ୍ତମାନ ଆଳୁ ଆମଦାନୀ ହେବାରେ କମିଛି । ଆଉ ଦର ବୃଦ୍ଧି ସାଧାରଣ ଖାଉଟି ପକେଟ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଳୁ ଭଳି ଏକ ଅତ୍ୟାବଶ୍ୟକୀୟ ପରିବାର ଦରବୃଦ୍ଧି ଏବେ ସମସ୍ତଙ୍କ ଉପରେ ସାଜୁଛି ଦାଉ । ଦର ବୃଦ୍ଧି ଯୋଗୁଁ କେବଳ ସାଧାରଣ ଖାଉଟି କାହିଁକି ଛୋଟ ବେପାରୀମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ।

ଗରିବ ପକେଟରେ ମହଙ୍ଗା ମାଡ, ପିଆଜ ପରେ ଦାଉ ସାଜୁଛି ଆଳୁ

ଅନୁଗୋଳ ପାଇଁ ସରକାରୀ ଭାବେ ଦୈନିକ 600 କ୍ବିଣ୍ଟାଲ ଆଳୁର ଆବଶ୍ୟକତା ଥିବାବେଳେ ପ୍ରକୃତରେ ଦୈନିକ 800 କ୍ବିଣ୍ଟାଲରୁ ଅଧିକ ଆବଶ୍ୟକତା ପଡୁଛି । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ ପୁରୁଣା ଆଳୁ ଶେଷ ହୋଇଛି । ଆଉ ନୂଆ ଆଳୁ ଆବଶ୍ୟକତା ଅନୁସାରେ ଅମଳ ହୋଇ ନହିଁ । ଫଳରେ ଜିଲ୍ଲାରେ ବଢିବାରେ ଲାଗିଛି ଦର । ଏନେଇ ଜିଲ୍ଲା ଯୋଗାଣ ଅଧିକାରି କହିଛନ୍ତି ବେପାରୀମାନେ ପଶ୍ଚିମବଙ୍ଗରୁ ଚଢା ଦରରେ ଆଳୁ କିଣି ଆଣୁଥିବାରୁ ଏଠାରେ ବାଧ୍ୟ ହୋଇ ଅଧିକ ଦାମରେ ବିକ୍ରି କରୁଛନ୍ତି। ଆଳୁର କାଳବଜାରୀ ନହୁଏ ସେଥିପ୍ରତି ବିଭାଗ ନଜର ରଖିଛି । କିଛି ଦିନ ହେଲା ପିଆଜ ଦର ବୃଦ୍ଧି ଲୋକଙ୍କୁ କନ୍ଦାଇ ଥିବାବେଳେ ଏବେ ଆଳୁର ମହଙ୍ଗା ମାଡ ସମସ୍ତଙ୍କ ପାଇଁ ଦାଉ ସାଧୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପିଆଜ ପରେ ଏବେ ଦାଉ ସାଧୁଛି ଆଳୁ। ଆଳୁ ପରି ଏକ ଅତ୍ୟାବଶ୍ୟକ ପରିବା କେଜି ପ୍ରତି 30 ରୁ 35 ଟଙ୍କାରେ ବିକ୍ରି ହେଉଛି ଅନୁଗୋଳରେ । ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ସେପଟେ ଯୋଗାଣ ବିଭାଗ ନିରୁପାୟ ।Body:ପ୍ରାୟ ଦୁଇ ସପ୍ତାହ ହେଲାଣି ଅନୁଗୋଳ ରେ ଆଳୁ ଦର ବଢ଼ିବାରେ ଲାଗିଛି। ଏବେ କେଜି ପ୍ରତି 30 ରୁ 35 ଟଙ୍କା ଦରରେ ବିକ୍ରି ହେଉଛି ଆଳୁ । ଅନୁଗୋଳକୁ ଆଳୁ ଆମଦାନୀ କମି ଯିବା ଫଳରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା । ଆଲୁର ଦର ବୃଦ୍ଧି ସାଧାରଣ ଖାଉଟି ପକେଟ ଉପରେ ହୋଇଛି ମହଙ୍ଗା ମାଡ । ଆଲୁ ଭଳି ଏକ ଅତ୍ୟାବଶ୍ୟକୀୟ ପାରିବା ର ଦରବୃଦ୍ଧି ଏବେ ସମସ୍ତଙ୍କ ଉପରେ ସାଜୁଛି ଦାଉ । ଦର ବୃଦ୍ଧି ଯୋଗୁ କେବଳ ସାଧରଣ ଖାଉଟି କାହିଁକି ଛୋଟ ବେପାରୀ ମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ।
Byte – 1 ପ୍ରତାପ ପ୍ରଧାନ, ପିଆଜ ହୋଲ୍ଶେଳର
Byte – 2 ବିନୋଦ ସାହୁ, ଖାଉଟି
Vo – 2
ଅନୁଗୋଳ ପାଇଁ ସରକାରୀ ଭାବେ ଦୈନିକ 600 କୁଇଣ୍ଟାଲ ଆଲୁର ଆବଶ୍ୟକତା ଥିବା ବେଳେ ପ୍ରକୃତ ପକ୍ଷେ ଦୈନିକ 800 କୁଇଣ୍ଟାଲରୁ ଅଧିକ ଆଳୁ ଆବଶ୍ୟକତା ପଡୁଛି । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ପୁରୁଣା ଆଳୁ ଶେଷ ହୋଇଥିବା ରୁ ନୂଆ ଆଳୁ ଆବଶ୍ୟକତା ଅନୁସାରେ ଅମଳ ହୋଇ ନହିଁ । ଫଳରେ ଜିଲ୍ଲାରେ ବଢିବାରେ ଲାଗିଛି ଆଲୁ ଦର । ଏନେଇ ଜିଲ୍ଲା ଯୋଗାଣ ଅଧିକାରି କହିଛନ୍ତି ବେପାରୀ ମାନେ ପଶ୍ଚିମବଙ୍ଗ ରୁ ଚଢା ଦରରେ ଆଳୁ କିଣି ଆଣୁଥିବାରୁ ଏଠାରେ ବାଧ୍ୟ ହୋଇ ଅଧିକ ଦାମରେ ବିକ୍ରି କରୁଛନ୍ତି। ଜେଭଳି ଆଳୁର କାଳବଜାରୀ ନହୁଏ ସେଥିପ୍ରତି ବିଭାଗ ନଜର ରଖିଛି ।
Byte – 3 ମାଧବ ସାହୁ, ସାଧାରଣ ଖାଉଟି
Byte – 4 ଉମାକାନ୍ତ ପତି, ଜିଲା ଯୋଗାଣ ଅଧିକାରୀConclusion:କିଛି ଦିନ ହେଲା ପିଆଜ ଦର ବୃଦ୍ଧି ଲୋକଙ୍କୁ କନ୍ଦାଇ ଥିବା ବେଳେ ଏବେ ଆଳୁ ର ମହଙ୍ଗା ମାଡ ସମସ୍ତଙ୍କ ପାଇଁ ଦାଉ ସାଧୁଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Jan 11, 2020, 9:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.