ETV Bharat / state

ପ୍ରଦୂଷଣ ବୋର୍ଡର ନୂଆ ନିୟମ, ସଂକଟରେ କୁକୁଡା ଚାଷୀ ! - କୁକୁଡା ଚାଷୀ

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ନିୟମକୁ ନେଇ ଚିନ୍ତାରେ କୁକୁଡା ଚାଷୀ । ଅଧିକ ପଢନ୍ତୁ...

ପ୍ରଦୂଷଣ ବୋର୍ଡର ନୂଆ ନିୟମ, କୁକୁଡା ଚାଷୀଙ୍କ ସଂକଟ !

author img

By

Published : Sep 10, 2021, 11:20 AM IST

ଅନୁଗୋଳ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ନିୟମ ଯୋଗୁ କ୍ଷତିଗ୍ରସ୍ତ ହେବେ ଶତାଧିକ କୁକୁଡା ଚାଷୀ। ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଏବଂ ଧାରକରଜ କରି କୁକୁଡା ଚାଷ କରିଥିବା ଅନେକ ଚାଷୀ ନୂଆ ନିୟମ ଓ କଟକଣାକୁ ନେଇ ଏବେ ପ୍ରମାଦ ଗଣିଲେଣି। କାରଣ ପୂର୍ବରୁ କୁକୁଡା ଚାଷ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୌଣସି ଅନୁମତି ଆବଶ୍ୟକ ପଡ଼ୁନଥିଲା। କେବଳ ଏକ ଲକ୍ଷ କୁକୁଡାରୁ ଅଧିକ ଚାଷ କଲେ ଅନୁମତି ଅବଶ୍ୟକ ପଡୁଥିଲା। କିନ୍ତୁ ଏବେ ଗତ ୨୦୨୧ ଜାନୁଆରୀ ୧ତାରିଖ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସମସ୍ତ ରାଜ୍ୟର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡକୁ ନୂତନ ନିୟମ ଓ ଗାଇଡ ଲାଇନ ସମ୍ପର୍କରେ ଚିଠି କରିଛନ୍ତି। ଏବଂ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ କୁକୁଡା ଚାଷୀଙ୍କ ବଢିଲାଣି ଚିନ୍ତା ।

ପ୍ରଦୂଷଣ ବୋର୍ଡର ନୂଆ ନିୟମ, କୁକୁଡା ଚାଷୀଙ୍କ ସଂକଟ !
ନୂତନ ନିୟମ ଅନୁସାରେ ଯେ କୌଣସି କୁକୁଡା ଫାର୍ମ ଯେଉଁଠି ୫ ହଜାରରୁ ଅଧିକ କୁକୁଡା ଥିବେ, ସେ ଗୁଡିକ ଜନ ବସତି ଠାରୁ ୫୦୦ ମିଟର ଦୂରରେ ରହିବ। ନଦୀ, ନାଳ, ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ଠାରୁ ୨୦୦ ମିଟର ଦୂରତାରେ ରହିବ । ପାନୀୟ ଜଳ ଯୋଗାଉ ଥିବା କୁଅ, ପୋଖରୀ ଓ ଅନ୍ୟ ଜଳ ଉତ୍ସ ଠାରୁ ୧୦୦ ମିଟର ଦୂରତା ରହିବ । ଏତତ ବ୍ୟତୀତ ଜାତୀୟ ରାଜପଥ ଠାରୁ ୧୫୦ ରୁ ୨୦୦ ମିଟର, ରାଜ୍ୟ ରାଜପଥ ଠାରୁ ୧୦୦ ମିଟର ଓ ଗ୍ରାମ ପଞ୍ଚାୟତର ସବୁଦିନିଆ ରାସ୍ତା ଠାରୁ ୧୦ ରୁ ୧୫ ମିଟର ଦୂରତା ମଧ୍ୟରେ ଫର୍ମକୁ ଅନୁମତି ଦିଆ ଯିବ ନାହିଁ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁଇଟି କୁକୁଡା ଫାର୍ମ ମଧ୍ୟରେ ଅତିକମରେ ୫୦୦ ମିଟର ଦୂରତା ରହିବା ଅନିବାର୍ଯ୍ୟ । ଏହି ନିୟମକୁ ଦେଖିଲେ ଶତାଧିକ କୁକୁଡା ଫାର୍ମ ଗାଇଡ ଲାଇନ ପରିସରଭୁକ୍ତ ନାହିଁ। ତେଣୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ସେଭଳି କୁକୁଡା ଫାର୍ମ ଗୁଡିକୁ ଚିହ୍ନଟ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନୋଟିସ କରାଯିବ। ଯଦି ତାହା ହୁଏ ତେବେ ଯେଉଁ କୁକୁଡା ଚାଷୀ କ୍ଷତିଗ୍ରସ୍ତ ହେବେ। ଯେଉଁମାନେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ କରି କୁକୁଡ଼ା ଚାଷ କରିଛନ୍ତି ସେମାନେ ଋଣ ପରିଶୋଧ କରିବା କଷ୍ଟକର ହୋଇ ପଡିବ। ଏହାଛଡା ସେମାନଙ୍କ ପରିବାର ଚଳାଇବା ସମ୍ଭବ ହେବ ନାହିଁ। କାରଣ କଟକଣା ଅନୁସାରେ ଅନ୍ୟତ୍ର କୁକୁଡ଼ା ଫାର୍ମ ସ୍ଥାନାନ୍ତର କରିବା ବହୁତ ବ୍ୟୟ ବହୁଳ। ଏ କ୍ଷେତ୍ରରେ କଟକଣା କିଛି କୋହଳ କରିବା ଆବଶ୍ୟକ ହୋଇ ପଡିଛି।ସେପଟେ ଅନୁଗୋଳ ଜିଲ୍ଲାରେ ପଶୁ ସମ୍ପଦ ବିଭାଗ ରେକର୍ଡ ଅନୁସାରେ ପ୍ରାୟ ୧୫୦ ରୁ ଅଧିକ କୁକୁଡା ଫାର୍ମ ରହିଛି। ସେଥି ମଧ୍ୟରୁ ୫ ହଜାରରୁ ଅଧିକ କୁକୁଡା ଥିବା ଫାର୍ମ ୨୫ରୁ ଅଧିକ ଅଛି। ଅନେକ ଚାଷୀ ୨ ରୁ ୩ ଟି ଲେଖାଏଁ ଫାର୍ମ କରିଛନ୍ତି। ଆଉ ଏସବୁ ପାଖାପାଖି ରହିଛି। ଆଉ ବଡ କଥା ହେଉଛି ଅନେକ ମଧ୍ୟମ ଓ ବୃହତ୍ତ ଚାଷୀ ଆଗକୁ ସେମାନଙ୍କ ଫାର୍ମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ନୂତନ କଟକଣା ଏବେ ଚାଷୀଙ୍କ ପାଇଁ ବଡ ଅସୁବିଧା ସୃଷ୍ଟି କରିପାରେ। ଆଉ ଏକ ବଡ ସମସ୍ୟା ହେଉଛି, ଅନୁଗୁଳ ଜିଲ୍ଲାରେ ଅନେକ ଜଙ୍ଗଲ ଅଧିଷ୍ୟୁତ ଅଞ୍ଚଳ ରହିଛି। ସେଠାରେ ବଣ୍ୟଜନ୍ତୁ ଯୋଗୁଁ ଚାଷବାସ ହେଉ ନାହିଁ। ତେଣୁ କୁକୁଡା ଚାଷକୁ ଲୋକେ ଆପଣେଇଛନ୍ତି। ଏବେ ନୂଆ ନିୟମ ଓ କଟକଣା ସେମାନଙ୍କ ଜୀବିକାରେ ବାଧା ସୃଷ୍ଟି କରିବାର ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ବର୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାଜ୍ୟ ସରକାର ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୁକୁଡା ପାଲନକୁ ଗୁରୁତ୍ବ ଦେଉଛନ୍ତି। କୁକୁଡା ଚାଷୀଙ୍କୁ ବିପୁଳ ପରିମାଣର ସବସିଡି ଯୋଗାଇ ଦେଉଛନ୍ତି। ଅନୁଗୋଳ ଜିଲ୍ଲାରେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୪ଜଣ ମଧ୍ୟମ ଓ ବୃହତ୍ତ ଚାଷୀ କୁକୁଡା ଚାଷ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ଜିଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଅନୁମତି ଦେଉଥିଲେ। କିନ୍ତୁ ଏବେ ପ୍ରଦୂଷଣ ବିଭାଗ ଅନୁମତି ଆବଶ୍ୟକ ପଡ଼ୁଥିବାରୁ ସେହି ଆବେଦନ ସବୁ ସ୍ଥଗିତ ରହିଛି। ଏପରି ସ୍ଥଳେ କଟକଣା କୋହଳ ନହେଲେ ଆଗକୁ କୁକୁଡା ଚାଷୀ ହତାଶ ହେବା ସହ ସରକାରଙ୍କ ଯୋଜନା ମଧ୍ୟ ସଫଳ ହୋଇ ପାରିବ ନାହିଁ। ତେଣୁ ବର୍ତ୍ତମାନର ମହାମାରୀ କଟକଣା ସମୟରେ ପ୍ରଦୂଷଣ ବିଭାଗର ନୂଆ ନିୟମ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.