ETV Bharat / state

କଂଗ୍ରେସର ଅଭିଯୋଗ, ଅନୁଗୋଳରେ ବଢୁଛି ନିର୍ବାଚନ ପରେ ରାଜନୈତିକ ହିଂସା - ଅନୁଗୋଳରେ ବଢୁଛି ନିର୍ବାଚନ ପରେ ରାଜନୈତିକ ହିଂସା

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଲଗଡ଼ ଗାଁର ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସର ଅଭିଯୋଗ ଅନୁଗୋଳରେ ବଢୁଛି ନିର୍ବାଚନ ପରେ ରାଜନୈତିକ ହିଂସା
କଂଗ୍ରେସର ଅଭିଯୋଗ, ଅନୁଗୋଳରେ ବଢୁଛି ନିର୍ବାଚନ ପରେ ରାଜନୈତିକ ହିଂସା
author img

By

Published : Apr 20, 2022, 10:11 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଲଗଡ଼ ଗାଁରେ ଉମେଶ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ଆଜି ସର୍ବଭାରତୀୟ ମହିଳା କଂଗ୍ରେସର ସମ୍ପାଦିକା ସସ୍ମିତା ବେହେରା, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ରାଜ୍ୟ କଂଗ୍ରେସ ଓବିସି ସେଲ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତାପସ୍ୱିନୀ ବିଶ୍ୱାଳ ପ୍ରମୁଖ ଏକ ଟିମ ତଳଗଡ଼ ଗାଁକୁ ଯାଇ ମୃତକ ଉମେଶଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନ କରିବାକୁ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଥିଲେ ।

କଂଗ୍ରେସର ଅଭିଯୋଗ, ଅନୁଗୋଳରେ ବଢୁଛି ନିର୍ବାଚନ ପରେ ରାଜନୈତିକ ହିଂସା

ତଳଗଡ଼ ଗାଁର ଉମେଶ ଦେହୁରୀ ସେହି ଗାଁର ଜଣେ ଯୁବକଙ୍କୁ ୪୦ହଜାର ଟଙ୍କା ଧାର ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ହେଲା ସେ ଆଉ ଟଙ୍କା ଫେରସ୍ତ କରିନଥିଲେ। ଉମେଶ ଗତ ୧୫ତାରିଖ ତାଙ୍କୁ ଟଙ୍କା ମାଗିଥିଲେ । ଧାର ନେଇଥିବା ଯୁବକ ଅନୁଗୋଳ ଠାରେ ଟଙ୍କା ଦେବାକୁ କହିଲେ। ଫଳରେ ଉମେଶଙ୍କୁ ଧାର ନେଇଥିବା ଯୁବକଙ୍କ ଭାଇ ଅନୁଗୋଳ ନେଇ ଯାଇଥିଲେ । ସେଠାରୁ ତାଙ୍କୁ ନରସିଂହପୁର ବୁଢ଼ାବୁଢ଼ୀ ଘାଟିକୁ ନେଇଥିଲେ । କିନ୍ତୁ ଘାଟିରେ ଉମେଶଙ୍କ ଗଳା କାଟି ପକାଇ ଦିଆଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନରସିଂହପୁର ଡାକ୍ତରଖାନାକୁ ନେଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଉମେଶଙ୍କ ପତ୍ନୀ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ବନ୍ତଳା ପୋଲିସ ଏବଂ ନରସିଂହପୁର ପୋଲିସ ମିଳିତ ଭାବେ ତଦନ୍ତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ସନ୍ଦିଗ୍ଧ ମାନଙ୍କୁ ପଚରାଉଚରା କରିନାହିଁ । ତେଣୁ ଆଗାମୀ ଦିନରେ ପୋଲିସ ଅଭିଯୁକ୍ତ ମାନଙ୍କ ଗିରଫ ନକଲେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.