ETV Bharat / state

ଲୋକାୟୁକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଶୋଇଲା ପୋଲିସ - ଓଡିଶା ଲୋକାୟୁକ୍ତ ସଦସ୍ୟ

ଲୋକାୟୁକ୍ତଙ୍କ ଆଇନ ସଚେତନତା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ଲୋକାୟୁକ୍ତ ଆଇନ ଜାଣିବାକୁ ଆସି ଶୋଇପଡିଲେ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 22, 2019, 6:53 AM IST

ଅନୁଗୁଳ : ଲୋକାୟୁକ୍ତ ଆଇନ ୨୦୧୪ କୁ ନେଇ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି । ଓଡିଶା ଲୋକାୟୁକ୍ତ ସଦସ୍ୟ ମାନେ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୁଳ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଇନକୁ ନେଇ ସଚେତନତା ସଭା ଆୟୋଜନ କରାଯାଇଛି । କିଭଳି ଦୁର୍ନୀତି ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିହେବ । ଲୋକାୟୁକ୍ତ ଆଇନ ବଳରେ ସମ୍ପୃକ୍ତ ସଂସ୍ଥା ବା ଦୁର୍ନୀତି ଖୋର ଅଫିସରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ସେ ନେଇ ବିଶଦ ଭାବେ ବୁଝାଇଥିଲେ ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ ବିନୟ କୁମାର ନାଏକ, ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଦେବବ୍ରତ ସ୍ଵାଇଁ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

ତେବେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ସଚେତନତା ସଭାରେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୋଲିସ ଅଧିକାରୀମାନେ ସଚେତନ ହେବେ କଣ ସମସ୍ତେ ଶୋଇ ପଡିଥିଲେ । ଏଥିରୁ ମଧ୍ୟ ବାଦ ପଡି ନଥିଲେ ଅନ୍ୟ ବରିଷ୍ଠ ଅଧିକାରୀ । ଗୋଟେ ପଟେ ଆଇନକୁ ନେଇ ସଚେତନ କରାଯାଉଥିବା ବେଳେ ଅନ୍ୟପଟେ କିନ୍ତୁ ସେମାନେ ନିଶ୍ଚିନ୍ତରେ ଶୋଇ ପଡିଥିବା ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଲୋକାୟୁକ୍ତ ଙ୍କ ଆଇନ ସଚେତନତା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ଆଇନ ଜାଣିବାକୁ ଆସି ଶୋଇ ପଡିଲେ ପୋଲିସ ବାବୁ । Body:ଲୋକାୟୁକ୍ତ ଆଇନ ୨୦୧୪ କୁ ନେଇ ସଚେତନତା କାର୍ମଶାଳା । ଖୋଦ ଲୋକାୟୁକ୍ତ ସଦଶ୍ୟ ମାନେ ଜିଲ୍ଲାକୁ ଆସି ଏହି ଆଇନ ସମ୍ପର୍କରେ ସଚେତନତା କରାଇଛନ୍ତି । ଅନୁଗୋଳ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାଶନ ର ମିଳିତ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଆଇନ କୁ ନେଇ ସଚେତନତା ସଭା କରା ଯାଇଥିଲା । କିଭଳି ଦୁର୍ନୀତି ନିଇରୁଦ୍ଧରେ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିହେବ ଓ ଲୋକାୟୁକ୍ତ ଆଇନ ବଳରେ ସମ୍ପୃକ୍ତ ସଂସ୍ଥା ବା ଦୁର୍ନୀତି ଖୋର ଅଫିସରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ ସେନେଇ ବିଶଦ ଭାବେ ବୁଝାଇଥିଲେ ଲୋକାୟୁକ୍ତ ସଦଶ୍ୟ ଯଷ୍ଟୀଜ ବିନୟ କୁମାର ନାଏକ , ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଦେବବ୍ରତ ସ୍ଵାଇଁ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ , ପୋଲିସ ପ୍ରଶାଶକ ଓ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।
Byte - 1 ଯଷ୍ଟୀଜ ବିନୟ କୁମାର ନାୟକ , ସଦଶ୍ୟ ଓଡିଶା ଲୋକାୟୁକ୍ତ
Conclusion:ତେବେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ସଚେତନତା ସଭାରେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୋଲିସ ଅଧିକାରୀ ମାନେ ସଚେତନ ହେବେ କଣ ସମସ୍ତେ ଶୋଇ ପଡିଥିଲେ । ଏଥିରୁ ମଧ୍ୟ ବାଦ ପଡୁ ନଥିଲେ ଅନ୍ୟ ବସରିଷ୍ଠ ଅଧିକାରୀ । ଗୋଟେ ପଟେ ଆଇନ କୁ ନେଇ ସଚେତନ କରାଯାଉଥିବା ବେଳେ ସେମାନେ କିନ୍ତୁ ନିଶ୍ଚିତ ରେ ଶୋଇ ପଡିଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.