ETV Bharat / state

ମଦୁଆଙ୍କୁ କାବୁ କରିବାକୁ ଯାଇ ମାଡ ଖାଇଲେ ପୋଲିସ ବାବୁ - ଅନୁଗୋଳ ପୋଲିସ

ବନ୍ତଳା ଥାନାର ଏଏସଆଇ ବିଏନ ସାହୁ ସାଧା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଦୁଇ ନିଶାସକ୍ତ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ମଦୁଆଙ୍କୁ କାବୁ କରିବାକୁ ଯାଇ ମାଡ ଖାଇଲେ ପୋଲିସ ବାବୁ

author img

By

Published : Nov 17, 2020, 2:07 PM IST

ଅନୁଗୋଳ: ସାଧା ପୋଷାକରେ ଯାଇ ମଦୁଆଙ୍କୁ କାବୁ କରିବା ପୋଲିସ ବାବୁଙ୍କ ପାଇଁ ପଡିଲା ମହଙ୍ଗା। ନିଶାସକ୍ତ ଯୁବକ ପୋଲିସ ବାବୁଙ୍କୁ ଆକ୍ରମଣ କରିଛନ୍ତି । ଏହି ସମୟର ଭିଡିଓ ହୋଇଛି ଭାଇରାଲ। ଘଟଣା ଘଟିଛି ଅନୁଗୋଳ ବନ୍ତଳା ଥାନା ଅଞ୍ଚଳରେ।

ମଦୁଆଙ୍କୁ କାବୁ କରିବାକୁ ଯାଇ ମାଡ ଖାଇଲେ ପୋଲିସ ବାବୁ

କୌଣସି ସୂତ୍ରରୁ ଖବର ପାଇ ବନ୍ତଳା ଥାନା ଏଏସଆଇ ବିଏନ ସାହୁ ସାଧା ପୋଷାକରେ ଦୁଇ ମଦୁଆ ଯୁବକଙ୍କୁ କାବୁ କରିବାକୁ ଯାଇଥିଲେ । ହେଲେ ଏହି ସମୟରେ ଦୁଇ ଯୁବକ ଏଏସଆଇଙ୍କୁ ଆକ୍ରମଣ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବନ୍ତଳା ଥାନା ପୋଲିସ ଉଭୟ ଯୁବକଙ୍କୁ ଦଫା ୩୦୭ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ବନ୍ତଳା ଛକରେ ବଲଙ୍ଗ ଗାଁର ଆଲୋକ ସାହୁ ଓ ମହେଶ କୁମାର ସ୍ବାଇଁ ନାମକ ଦୁଇ ଯୁବକ ମଦ ପିଇ ବନ୍ତଳା ଛକରେ ଉତ୍ପାତ କରିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବନ୍ତଳା ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ବନ୍ତଳା ଥାନା ଏଏସଆଇ ଛକରେ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଏହି ଘଟଣା ଘଟିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.