ETV Bharat / state

ଅଳିଆ ପକାଇବାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ - Police and villagers clashed

ଅନୁଗୋଳ ଥାନାର ପାଞ୍ଚ ମହଲା ଅଞ୍ଚଳର ଭେରୁ ବଣିଆଠାରେ ଅନୁଗୋଳ ସହରର ଅଳିଆ ପକାଯାଉଛି। ଯାହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି ।

police-and-villagers-clashed-over-garbage-issue-in-anugul
ଅଳିଆ ପକାଇବାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ
author img

By

Published : Jul 16, 2020, 8:32 PM IST

ଅନୁଗୋଳ: ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଅଳିଆ ପକାଇବାକୁ ନେଇ ଉତ୍ତେଜନା। ଅନୁଗୋଳ ପୌରପାଳିକାର ଆବର୍ଜନା ପକାଇବାକୁ ନେଇ ଦେଖା ଦେଇଛି ଏହି ଅପ୍ରୀତିକର ପରିସ୍ଥିତି।

ଅଳିଆ ପକାଇବାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଅନୁଗୋଳ ଥାନାର ପାଞ୍ଚ ମହଲା ଅଞ୍ଚଳର ଭେରୁ ବଣିଆଠାରେ ଅନୁଗୋଳ ସହରର ଅଳିଆ ପକାଯାଉଛି। ଯାହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି । ଗୁରୁବାର ଅଳିଆ ପକାଇବାକୁ ଗାଡି ଯାଇଥିବା ବେଳେ ତାକୁ ଗାଁ ଲୋକେ ଅଟକାଇ ଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଥିଲା ।

ପରବର୍ତ୍ତୀ ସମୟରେ ଅନୁଗୋଳ ତହସିଲଦାର ଅନ୍ୟ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.