ETV Bharat / state

୭୫ ବର୍ଷରେ ବାଜି ରାଉତ ଛାତ୍ରାବାସ: ବିଶେଷ ଆକର୍ଷଣ ଓଡ଼ିଆ ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀ - Amrut mahotsav

ଅମୃତ ମହୋତ୍ସବରେ (Amrut mahotsav) ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ (former cm Nabakrushna Choudhary) 122ତମ ଜୟନ୍ତୀ ଓଡ଼ିଆ ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀ । ଅଧିକ ପଢନ୍ତୁ

Amrut mahotsav
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସାଧନା ପୀଠ
author img

By

Published : Nov 23, 2021, 9:25 PM IST

ଅନୁଗୋଳ: 75 ବର୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସାଧନା ପୀଠ ବାଜି ରାଉତ ଛାତ୍ରାବାସ । ଏହି ଅବସରରେ ଆୟୋଜିତ ହୋଇଯାଇଛି ଅମୃତ ମହୋତ୍ସବ । ଏଥିରେ ବିଶେଷ ଆକର୍ଷଣ ରହିଥିଲା ଓଡ଼ିଆ ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀ (Photo gallery) ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସାଧନା ପୀଠ

ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ (former cm Nabakrushna Choudhary) 122ତମ ଜୟନ୍ତୀ ଓ ତାଙ୍କ ସାଧନାର ପୀଠ ବାଜି ରାଉତ ଛାତ୍ରାବାସର 75 ବର୍ଷ ପୂର୍ତ୍ତି । ଆଜି ଅନୁଗୋଳ ବାଜି ରାଉତ ଛାତ୍ରାବାସରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ ହୋଇଛି । ଗତକାଲି ସନ୍ଧ୍ୟାରେ ହିନ୍ଦୀ ଲେଖିବା ସୁଜାତା ଚୌଧୁରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି ଏହି ପ୍ରଦର୍ଶନରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନବ୍ୟାପୀ କାର୍ଯ୍ୟ ତଥା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟର ଅନେକ ଫଟୋଚିତ୍ର ସ୍ଥାନ ପାଇଛି। ଏହି ପ୍ରଦର୍ଶନୀରେ ଓଡ଼ିଆ ସଂଗ୍ରାମୀ ଓ ବରପୁତ୍ରଙ୍କ ଫଟୋ ଚିତ୍ର ସବୁ ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇଥିଲେ । ବାପି ଓ ନୁମା ଆଦର୍ଶ ପାଇଁ ଆସି ସେ ଭାରତ ବର୍ଷରେ ସେବା କରିପାରୁଛନ୍ତି । ଯାହା ତ୍ୟାଗ ଓ ସମଗ୍ର ମାନବ ଜାତିପାଇଁ ଉଦାହରଣ ବୋଲି କହିଥିଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ରାଷ୍ଟ୍ରୀୟ ଯୁବା ସଂଗଠନ ଓ ନବ ମାଳତୀ ସ୍ମୃତି କମିଟି ଆନୁକୂଲ୍ୟରେ ଏହି ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଆଜି ନବ ବାବୁଙ୍କ ଜୟନ୍ତୀ ପାଇଁ ମଧ୍ୟ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.