ETV Bharat / state

କୋଇଲା ଖଣି ଟ୍ରାଜେଡି, 3 କୋଟି କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ ଡାକରା

କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 3 କୋଟି କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଦାବିରେ ଖଣି ବନ୍ଦ ଡାକରା ଦିଆଯାଇଛି । ଖଣିବନ୍ଦ ଆନ୍ଦୋଳନ ଡାକରାରେ ସମସ୍ତ 8ଟି କୋଇଲା ଖଣି ବନ୍ଦ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Aug 1, 2019, 6:01 PM IST

ଅନୁଗୋଳ: ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ତାତିଲେ ମୃତକଙ୍କ ପରିବାର ଓ ଗାଁଲୋକେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ତାଳଚେରରେ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଡାକରାରେ ସମସ୍ତ 8ଟି କୋଇଲା ଖଣି ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଓ ତାଙ୍କ ଗାଁଲୋକଙ୍କ ପକ୍ଷରୁ ଦିଆଯାଇଛି ତାଳଚେର ଖଣି ବନ୍ଦ ଆନ୍ଦୋଳନ ଡାକରା।

କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲକୈଇ ପତି, ଗୋବରା ଓ କୁକୁଡାଙ୍ଗ ଗାଁଲୋକେ ଏହି ବନ୍ଦ ଡାକରା ଦେବା ସହ ମୃତକଙ୍କ ପରିବାରକୁ 3କୋଟି କ୍ଷତିପୂରଣ ସହ MCLରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।

ଆନ୍ଦୋଳନ ଯୋଗୁଁ NTPCରେ କୋଇଲା ସଙ୍କଟ ସୃଷ୍ଟି ହେବା ସହ ବିଦ୍ୟୁତ ଉତ୍ପାଦନ ମଧ୍ୟ କମିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.