ଅନୁଗୋଳ: ତାଲାବନ୍ଦର ଅବଧିକୁ ପୁଣି ଦୁଇ ସପ୍ତାହ ବଢାଇଛନ୍ତି କେନ୍ଦ୍ର ସରକାର । ଏହାସହ ଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରି ଭିନ୍ନ ଭିନ୍ନ ନିୟମ ଲାଗୁ କରିଛନ୍ତି । ଯେଉଁସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି ସେଠାରେ କଟକଣା ସାମାନ୍ୟ କୋହଳ ହୋଇଛି । ଅନୁଗୋଳ ଗ୍ରୀନ ଜୋନରେ ଥିବାବେଳେ ଏଠାରେ କଟକଣା କୋହଳ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ସବୁଠି ଓ ସବୁକ୍ଷେତ୍ରରେ ସାମାଜିକ ଦୂରତା ମାନିବାକୁ ନିୟମ ହୋଇଥିବାବେଳେ ଲୋକେ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଉଛି ମନ୍ଦିରକୁ ଭକ୍ତ ନ ଆସିବାକୁ କଟକଣା ରହିଥିବାବେଳେ ଲୋକେ ଏହାକୁ ମାନି ନାହାନ୍ତି । ସବୁ ମନ୍ଦିରରେ ଆଜି ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
ସରକାରୀ କଟକଣାକୁ ଫୁ କରି ଲୋକେ ମନ୍ଦିରରେ ଭିଡ ଜମାଇଛନ୍ତି । ଏହାଛଡା ବ୍ୟାଙ୍କ ଓ ଖୋଲା ଯାଉଥିବା ଦୋକାନ ଗୁଡିକରେ ମଧ୍ୟ ସାମାଜିକ ଦୂରତାକୁ କେହିବି ମାନି ନଥିବା ଦେଖିବାକୁ ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ