ETV Bharat / state

୨୦୨୪ ପାଇଁ କଂଗ୍ରେସର ୯ରୁ ୯୦ ମିଶନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶରତ

ଅନୁଗୋଳ ଜିଲ୍ଲା ଗସ୍ତରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ଶରତ । ୨୦୨୪ ସାଧାରଣ ନିର୍ବାଚନରେ ଦଳ ୯ରୁ ୯୦ ଆସନ ହାତେଇବା ନେଇ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

author img

By

Published : Sep 26, 2022, 7:57 AM IST

୨୦୨୪ ପାଇଁ କଂଗ୍ରେସର ୯ରୁ ୯୦ ମିଶନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶରତ
୨୦୨୪ ପାଇଁ କଂଗ୍ରେସର ୯ରୁ ୯୦ ମିଶନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶରତ

ଅନୁଗୋଳ: ଜିଲ୍ଲା କଂଗ୍ରେସ କର୍ମୀଙ୍କୁ ମିଳିଲା ସଞ୍ଜୀବନି । ଉତ୍ସାହିତ ହେଉଛି କଂଗ୍ରେସ ଶିବିର । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଅନୁଗୋଳ ଜିଲ୍ଲା ଗସ୍ତରେ ଯାଇ ରବିବାର ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । କର୍ମୀମାନଙ୍କର ମନବଳକୁ ସୁଦୃଢ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳ ୯ରୁ ୯୦ ଆସନ ହାତେଇବା ନେଇ ଦେଇଛନ୍ତି ଗୁରୁମନ୍ତ୍ର । ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସର ଭୋଟ ପରିମାଣ ବଢ଼ିବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରାଇବେ ବୋଲି ନେତାମାନେ କହିଛନ୍ତି ।

ଅନୁଗୋଳରେ କଂଗ୍ରେସର ପାୱାର ଶୋ । ରବିବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ଦଳର ଏକ ବିରାଟ ରାଲି ଅନୁଗୋଳ ସହର ପରିକ୍ରମା କରିଥିଲା । ଏହି ରାଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ଏଥିରେ ପ୍ରାୟ ୩ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ । ଶରତ ପଟ୍ଟନାୟକ ନୂତନ ଭାବେ ପ୍ରଦେଶ କଂଗ୍ରେସ ସଭାପତି ହେବା ପରେ ପ୍ରଥମ ଥର ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଥିଲେ । ଆଗକୁ ଭାରତ ଯୋଡ ପଦଯାତ୍ରା ପାଇଁ ପ୍ରସ୍ତୁତ ହେବା ସହ ଆଗାମୀ ନିର୍ବାଚନ ପାଇଁ କର୍ମୀଙ୍କୁ ଏକଜୁଟ କରିବା ଲକ୍ଷରେ ତାଙ୍କର ଏହି ଗସ୍ତ ବୋଲି ଜଣାପଡ଼ିଛି ।

ଗତକାଲି (ରବିବାର) ସକାଳ ପ୍ରାୟ ୧୧ଟା ସମୟରେ କଂଗ୍ରେସର ବିରାଟ ରାଲି ସହର ପରିକ୍ରମା କରିଥିଲା । ଏହାପରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ ନେତା ଯୋଗ ଦେଇଥିଲେ । ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ନେତାମାନେ ବର୍ଷିଥିଲେ ।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏ ହେଉଛି କଂଗ୍ରେସର ଜନ ସମ୍ପର୍କ ଯାତ୍ରା । ଏହି ଯାତ୍ରାରେ ବିଭିନ୍ନ ଜିଲ୍ଲା ଗସ୍ତ କରି ମୁଁ ଅନୁଗୋଳରେ ପହଞ୍ଚିଛି । ତେବେ ରାଜ୍ୟରେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଶାସନରେ ରହିବା ପରେ ଓ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟରେ ଅନେକ ମୌଳିକ ସମସ୍ୟା ରହିଛି ।" ଏହି ଅବସରରେ ସେ ଦେଶରେ ଲାଗି ରହିଥିବା ବେକାରୀ ଓ ଦରଦାମ ବୃଦ୍ଧି ସମସ୍ୟା ଉପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.