ଅନୁଗୋଳ: ଡାକ୍ତରଙ୍କ ଚାମ୍ବରରୁ ରୋଗୀ ଚୋରି କରୁଛି ଟଙ୍କା। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସହରରେ । ସହରର ଜଣାଶୁଣା ଡାକ୍ତର ଦୀପକ ଗଡନାଏକଙ୍କ ଚାମ୍ବରରୁ ତିରିଶ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଆଉ ଚୋରି ସମୟର ଭିଜୁଆଲ ମଧ୍ୟ ସିସିଟିଭିରରେ ରହିଛି । ଦେଖନ୍ତୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା ମହିଳା କିଭଳି ଚୋରି କରୁଛନ୍ତି । ଏନେଇ ଡାକ୍ତର ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ