ETV Bharat / state

ହସ୍ପିଟାଲ ବେଡରେ ଶୈଶବ, ଚିକିତ୍ସା ପାଇଁ ଅର୍ଥ ବାଧକ - anugul omm

ଯନ୍ତ୍ରଣାରେ କଟୁଛି ଶୈଶବ । ଖେଳକୁଦ କରିବା ବୟସରେ ହସ୍ପିଟାଲ ବେଡରେ ପଡିଛି 13 ବର୍ଷୀୟ ବାଳକ । ଅର୍ଥାଭାବରୁ ବାହାର ରାଜ୍ୟକୁ ନେଇ ପୁଅର ଚିକିତ୍ସା କରିପାରୁ ନାହାନ୍ତି ବାପାମା’ । ଅନୁଗୋଳ ଜିଲ୍ଲା ବାଳୁଅକଟା ଗାଁରୁ ସାମ୍ନାକୁ ଆସିଛି ଏହି କରୁଣ କାହାଣୀ । ଅଧିକ ପଢନ୍ତୁ...

ହସ୍ପିଟାଲ ବେଡରେ ଶୈଶବ, ଚିକିତ୍ସା ପାଇଁ ଅର୍ଥ ବାଧକ

author img

By

Published : Aug 20, 2021, 10:54 PM IST

ଅନୁଗୋଳ: ଯନ୍ତ୍ରଣାରେ କଟୁଛି ଶୈଶବ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ହସ୍ପିଟାଲ ବେଡରେ ଓମ୍ । ବୟସ ମାତ୍ର 13 ବର୍ଷ । ହେଲେ ନିଷ୍ଠୁର ଦଇବ ଶୈଶବ ଉପରେ ଅଜାଡି ଦେଇଛି ଦୁଃଖର ପାହାଡ । ଏହି 13 ବର୍ଷୀୟ ପିଲାଟି ରକ୍ତ କର୍କଟ ରୋଗରେ ପୀଡିତ । ଯାହାର ଚିକିତ୍ସା ପାଇଁ ଦରକାର ପଡୁଛି ମୋଟା ଅଙ୍କର ଅର୍ଥ । ହେଲେ ପର୍ଯ୍ୟାପ୍ତ ଅର୍ଥର ଅଭାବ ଗରୀବ ବାପାମାଆଙ୍କ ହାତ ବାନ୍ଧିଛି ।

ହସ୍ପିଟାଲ ବେଡରେ ଶୈଶବ, ଚିକିତ୍ସା ପାଇଁ ଅର୍ଥ ବାଧକ

ପୁଅର ଚିକିତ୍ସା ପାଇଁ ଅର୍ଥ ମାଗିବାରୁ ମାଲିକ ବି ଚାକିରୀରୁ ବାହାର କରିଦେଲେ । ଫଳରେ ପୁଅର ଉପଯୁକ୍ତ ଚିକିତ୍ସା କରି ନପାରି ଏବେ କାନ୍ଦୁଛନ୍ତି ବାପା ମା’ । ଏହି କରୁଣ କାହିଣୀର ଚରିତ୍ର ହେଉଛନ୍ତି ଅନୁଗୋଳ ଜିଲ୍ଲା ବାଳୁଅକଟା ଗାଁର ଶ୍ରବଣ କୁମାର ଦାସ ଓ ସୀମା ଦାସ । ଯାହାଙ୍କ ଗେହ୍ଲା ପୁଅ ଏବେ ଅର୍ଥ ଅଭାବରୁ ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛି ।

ଗତ ପ୍ରାୟ ପାଞ୍ଚ ମାସ ତଳେ ପୁଅର ଦେହ ଅସୁସ୍ଥ ହୋଇଥିଲା । ପରେ ଓମ୍ ରକ୍ତ କର୍କଟରେ ପୀଡିତ ବୋଲି ଜଣାପଡିଥିଲା । ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ଏବଂ ବୁର୍ଲା ଡାକ୍ତରଖାନା ଯାଏଁ ଅନେକ ସ୍ଥାନକୁ ନେଇଛନ୍ତି ବାପାମାଆ । ହେଲେ କିଛି ସୁଫଳ ହୋଇନି । ବମ୍ବେ ନେଇ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଅର୍ଥାଭାବ ଯୋଗୁଁ ଅନୁଗୋଳ ଡାକ୍ତରଖାନରେ ପୁଅକୁ ପକାଇ ରଖିଛନ୍ତି ନାଚାର ବାପାମାଆ ।

ଶ୍ରବଣ ଅନୁଗୋଳ ସହରର ଏକ କପଡା ଦୋକାନରେ କାମ କରି ନିଜର ପରିବାର ଚଳାଉଥିଲେ । ପୁଅକୁ ଭଲ କରିବାକୁ ଦୋକାନ ମାଲିକକୁ ଟଙ୍କା ମାଗିବାରୁ ମାଲିକ ବି ତାଙ୍କୁ ଚାକିରୀରୁ ବାହାର କରିଦେଇଛି । ଏଭଳି ସ୍ଥିତିରେ ଅଭାବୀ ମଣିଷ କିଭଳି ପୁଅର ଚିକିତ୍ସା କରାଇବ ତାକୁ ନେଇ ଚିନ୍ତାରେ । ଡାକ୍ତର କହୁଛନ୍ତି ଓଡିଶା ବାହାରକୁ ନେଇ ପୁଅର ଚିକିତ୍ସା କାଲେ ସେ ସୁସ୍ଥ ହେବ । ପୁଅକୁ ବଞ୍ଚାଇବା ପାଇଁ ଆଶା ରଖିଛନ୍ତି ବାପାମାଆ । କିନ୍ତୁ ଅର୍ଥ ଅଭାବ ତାଙ୍କ ଠାରୁ ତାଙ୍କ ପୁଅକୁ ଛଡ଼ାଇନେବ ନି ତ ଏହି ଡରରେ ପ୍ରତିଦିନ ବଞ୍ଚୁଛନ୍ତି ସେମାନେ । ଏ ସମ୍ପର୍କରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ସମସ୍ତ ନୀରବ ।

ପୁଅର ଜୀବନ ପାଇଁ ବାପାମାଆ ଦୁହେଁ ଆକୁଳ ନିବେଦନ କରୁଥିବା ବେଳେ ସତେ ଯେମିତି କେହି ବି ତାଙ୍କ କଥା ଶୁଣୁ ନାହାନ୍ତି । ଯଦି ଅର୍ଥ ଅଭାବରୁ ଓମର କିଛି ହୋଇଯାଏ ତେବେ ସରକାର କରୁଥିବା ମାଳ ମାଳ ଯୋଜନା କାହା ପାଇଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.