ଅନୁଗୋଳ: ବେସରକାରୀ ସ୍କୁଲରେ ଚାଲିଛି ବହି ବିକ୍ରି । ଭୁଲ୍ ବହି ବିକ୍ରି କରି ବେସରକାରୀ ସ୍କୁଲ୍ ଗୁଡ଼ିକ ମୁନାଫା କମାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଚିନ୍ତାରେ ରହିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅନୁଗୋଳର ଅଭିଭାବକ । ଆଜି(ମଙ୍ଗଳବାର) ଅନୁଗୋଳ ରୋଟାରୀ ସ୍କୁଲ ଆଗରେ ଅଭିଭାବକମାନେ ଏହାକୁ ପ୍ରତିବାଦ କରି ଧାରଣା ଦେଇଛନ୍ତି।
CBSE ଅନୁମୋଦିତ ସମସ୍ତ ଘରୋଇ ସ୍କୁଲରେ NCERT ପାଠ୍ୟକ୍ରମ କିମ୍ବା NCRT ବହି ପାଠ୍ୟକ୍ରମରେ ପାଠ ପଢ଼ାଇବା ପାଇଁ ନିୟମ ରହିଛି । କିନ୍ତୁ ଘରୋଇ ସ୍କୁଲ୍ ଏହି ନିୟମ ଭଙ୍ଗ କରି ବେଆଇନ ଭାବେ ଭୁଲ ବହି ବିକ୍ରି । ଏଭଳି ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୨୯, ସଂଶୋଧିତ ଜୁଭେନାଇଲ ଜଷ୍ଟିସ ଆଇନ ୨୦୧୫ ନିୟମରେ ସ୍କୁଲଗୁଡ଼ିକ NCERT ବହିରେ ପାଠ ପଢ଼ାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।
ତେବେ ଘରୋଇ ସ୍କୁଲ ଗୁଡ଼ିକ ବେଆଇନ ଭାବେ କୋଟିକୋଟି ଟଙ୍କର ମୁନାଫା କରିବାକୁ ଏହି ଚକ୍ରବ୍ୟୁହ ରଚନା କରିଥିବା ଅଭିଯୋଗ ହୋଇଛି । ବର୍ଷବର୍ଷ ଧରି ଏଭଳି ଭାବରେ ବହି ବିକ୍ରି କରି ଚାଲିଛନ୍ତି ଘରୋଇ ସ୍କୁଲ୍ । ଏହାଦ୍ୱାରା ଅଭିଭାବକମାନେ ଅଯଥାରେ ଆର୍ଥିକ ବୋଝ ସହିବା ସହିତ କୋମଳମତି ପିଲାଙ୍କ ବସ୍ତାନି ବୋଝ ବଢ଼ୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ଶିକ୍ଷା ବିଭାଗ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ