ETV Bharat / state

କିଏ ହାତେଇବ ଶିଳ୍ପ ରାଜଧାନୀର ଜିଲ୍ଲା ପରିଷଦ, ଚାଲିଛି ଛକାପଞ୍ଝା - ଅନୁଗୋଳ ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ଦଖଲ ପାଇଁ ନେତାଏ ଆରମ୍ଭ କରିଛନ୍ତି ସମର ସଜ୍ଜା । କିଏ ହାତେଇବ ଶିଳ୍ପ ରାଜଧାନୀର ଜିଲା ପରିଷଦ ତାକୁ ଅପେକ୍ଷା । ଅଧିକ ପଢନ୍ତୁ:

କିଏ ହାତେଇବ ଶିଳ୍ପ ରାଜଧାନୀର ଜିଲ୍ଲା ପରିଷଦ, ଚାଲିଛି ଛକାପଞ୍ଝା

author img

By

Published : Jan 26, 2022, 12:24 PM IST

ଅନୁଗୋଳ: ପଞ୍ଚାୟତ ଦଖଲ ପାଇଁ ନେତାଏ ଆରମ୍ଭ କରିଛନ୍ତି ସମରସଜ୍ଜା । ଅନୁଗୋଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପୁରା ଦମରେ ଲାଗି ପଡିଛନ୍ତି । କଂଗ୍ରେସ ଦୁର୍ନୀତିକୁ ପ୍ରସଙ୍ଗ କରି ପଞ୍ଚାୟତ ଦଖଲ କରିବାକୁ ପାଗ ଭିଡିଥିବା ବେଳେ BJP ମୋଦୀଙ୍କୁ ଭରସା କରିଛି । ସେହିପରି BJD ନିଜ 21 ବର୍ଷ ଶାସନର ଗାଥା ବଖାଣି ପୁଣି ଜିଲ୍ଲା ପରିଷଦ ସଭାପତି ପଦ ହାତେଇବାକୁ ଅଣ୍ଟା ଭିଡିଛି ।

କିଏ ହାତେଇବ ଶିଳ୍ପ ରାଜଧାନୀର ଜିଲ୍ଲା ପରିଷଦ, ଚାଲିଛି ଛକାପଞ୍ଝା

ଶିଳ୍ପ ରାଜଧାନୀ ଅନୁଗୋଳ । ସେ ରାଜସ୍ୱ ହେଉ କି ରାଜନୀତି ସବୁଥିରେ ଜିଲ୍ଲାର ରହିଛି ଆଧିପତ୍ୟ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଉଠିଛି । କିଏ ହାତେଇବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ତାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଗୋଟିଚାଳନା ଆରମ୍ଭ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ୨୮ଟି ଜିଲ୍ଲା ପରିଷଦ ଜୋନ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଥିଲା । ଗତଥର ଏହି ପଦବୀ ଆଦିବାସୀ ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏଥର ସାଧାରଣବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଯାହାକୁ ଅକ୍ତିଆର କରିବା ଲାଗି ଚାଲିଛି ଅଙ୍କକଷା । ଶାସକ ଦଳ ହାତରୁ ଅଧ୍ୟକ୍ଷ ପଦ ଛଡାଇ ନେବାକୁ ଗୋଟି ଚଳଉଛି ବିଜେପି । କାରଣ ଗତ ୧୭ ନିର୍ବାଚନରେ ଦଳ ହାତେଇଥିଲା ୧୨ ଆସନ । ସେପଟେ ଗତ ନିର୍ବାଚନରେ ଖାତା ଖୋଲିନଥିବା କଂଗ୍ରେସ ମଧ୍ୟ ଏଥର ନିଜର ଦବଦବା ଜାହିର କରିବାକୁ ଚଳାଇଛି ରଣକୌଶଳ ।

ଜିଲ୍ଲାରେ ଥିବା ୨୮ ଜୋନ ମଧ୍ୟରୁ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୯ଟି ସଂରକ୍ଷିତ ଥିବାବେଳେ ୧୦ଟି ଆସନ ଅଣ ସଂରକ୍ଷିତ । ବାକିସବୁ ଆସନ ଅନୁସୂଚିତ ଜାତି, ଜନଜାତି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେପଟେ ଜିଲ୍ଲାରେ ଥିବା ପାଞ୍ଚଟିଯାକ ବିଧାନସଭା ମଣ୍ଡଳୀରେ ଅଛନ୍ତି ଶାସକ ଦଳର ବିଧାୟକ । ତେଣୁ ସେମାନେ ନିଜ ନିଜର ପତିଆରା ଜାହିର କରିବାକୁ କଳବଳ ଲଗାଇଛନ୍ତି । ନବୀନ ସରକାରଙ୍କ ଜନହିତକର ଯୋଜନା ଏଥର ଦଳ ପାଇଁ ପୁଞ୍ଜି ହେବ ଓ ଦଳ ଏଥର ବି ପୂର୍ବ ଭଳି କ୍ଷମତା ଦାଖଲ କରିବ ବୋଲି ଆଶା କରିଛି ।

ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନରେ ତିନି ଦଳ ନିଜ ପସନ୍ଦ ମୁତାବକ ପ୍ରାର୍ଥୀ ଦେଇଛନ୍ତି । ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଆଗକୁ ଲଢେଇ ଜୋରଦାର ହେବ । ତେବେ ଭୋଟର କାହାକୁ ନିଜର ନେତା ବାଛିବେ ତାହା ସମୟ କହିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.