ETV Bharat / state

ପାଖଉଛି ନିର୍ବାଚନ ତାରିଖ, ଅନୁଗୋଳ 25 ନଂ ଜୋନରେ ଜମୁଛି ପ୍ରଚାର

author img

By

Published : Feb 13, 2022, 11:05 AM IST

ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ଵାଚନ ତାରିଖ । ସରଗରମ ପ୍ରଚାର ମୈଦାନ ।ଅନୁଗୋଳ ଜିଲ୍ଲାର 25 ନଂ ଜିଲ୍ଲା ପରିଷଦ ଜୋନରେ ପ୍ରଚାର ବେଶ ଜମୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପାଖେଇ ଆସୁଛି ଭୋଟ୍ ଦାନ ଦିନ , ଅନୁଗୋଳ 25 ନଂ ଜୋନରେ ଜୋରଦାର ପ୍ରଚାର

ଅନୁଗୋଳ: ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ଵାଚନ ତାରିଖ । ସରଗରମ ପ୍ରଚାର ମୈଦାନ । ଘରକୁ ଘର ଓ ଗାଁକୁ ଗାଁ ବୁଲି ନିଜ ସକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ । ଶନିବାର ଅନୁଗୋଳ ଜିଲ୍ଲାର 25 ନଂ ଜିଲ୍ଲା ପରିଷଦ ଜୋନରେ ପ୍ରଚାର ବେଶ ଜମୁଥିବା ଦେଖିବାକୁ ମିଳିଛି । ବିଜେଡିର ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏକ ରୋଡ଼ ସୋରେ ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀ ଦିଲ୍ଲୀପ କୁମାର ପ୍ରଧାନ ଓ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଦଳୀୟ କର୍ମୀ ମାନେ ଏକ ବିରାଟ ପଟୁଆରରେ ଗାଁ ଗାଁରେ ବୁଲି ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ସେହିପରି ଏହି ଜୋନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ଦେବତା ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ ଲୋକଙ୍କ ସମର୍ଥନ ଅଛି ଓ ସେ ନିର୍ବାଚନରେ ବିଜୟୀ ହେବ ବୋଲି କହିଛନ୍ତି । ତେବେ ଜିଲ୍ଲାର ବଅଁରପାଳ ବ୍ଲକ ଅଧୀନରେ ଥିବା ଏହି ଜୋନରେ ଆସନ୍ତା 16 ତାରିଖରେ ଭୋଟ ପଡିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.