ETV Bharat / state

ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ଉଦଘାଟିତ - ତାଳଚେରରେ ଡାକ୍ତରଖାନାର ଶୁଭାରମ୍ଭ

PMP GOVT hospital Inaugurates: ନେହେରୁ ଶତାବ୍ଦୀ ହସ୍ପିଟାଲକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ନାମରେ ନାମିତ କରାଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ ଭିସି ଜରିଆରେ କରିଥିଲେ । ଆଗକୁ ପଢ଼ନ୍ତୁ,

ଉଦଘାଟନ ହେଲେ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

author img

By ETV Bharat Odisha Team

Published : Dec 9, 2023, 6:55 AM IST

ଉଦଘାଟନ ହେଲେ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

ଅନୁଗୋଳ: ନେହେରୁ ଶତାବ୍ଦୀ ହସ୍ପିଟାଲକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ନାମରେ ନାମିତ କରାଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ ଭିସି ଜରିଆରେ କରିଥିଲେ । ଅଞ୍ଚଳର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ହସ୍ପିଟାଲକୁ ନାମକରଣ କରି ସେ ଗର୍ବିତ ବୋଲି କହିଥିଲେ ।

ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ହସ୍ପିଟାଲକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ନାମରେ ନାମିତ କରାଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ ଭିସି ଜରିଆରେ କରିଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସହ ନୂଆ ହସ୍ପିଟାଲ ନିର୍ମାଣ ମଧ୍ୟ କରାଯାଇଛି । ବହୁ ସଂଖ୍ୟାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ତାଳଚେର ମେଡ଼ିକାଲ କଲେଜ ତୁରନ୍ତ ପରିଚାଳନା ପାଇଁ ସରକାର ଉଦ୍ୟମ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଏହି ବିକାଶ ପାଇଁ ତାଳଚେରର ହଜାର ହଜାର ଲୋକ ଉପକୃତ ହେବେ ।

ଏହା ମଧ୍ୟ ପଢ଼ନ୍ତୁ....ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ ଲାବୋରେଟୋରୀ

ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଯୋଗ ଦେଇ କହିଲେ ଯେ, ‘‘ଏମସିଏଲ (MCL) ତାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଏଠାରେ ସବୁଠାରୁ ବ୍ୟୟ ବହୁଳ ଡାକ୍ତରଖାନା ନିର୍ମାଣ କରିଛି । ଆସନ୍ତା ୫ବର୍ଷ ପାଇଁ ପରିଚାଳନା ଖର୍ଚ୍ଚ ମଧ୍ୟ ଏମସିଏଲ (MCL) ବହନ କରିବ । ତେଣୁ ଏମ୍ସିଏଲ ଧନ୍ୟବାଦର ପାତ୍ର ।’’

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ତାଳଚେର ଠାରେ ମେଡ଼ିକାଲ କଲେଜ ବିଲ୍‌ଡିଙ୍ଗ ନିର୍ମାଣ ପାଇଁ ୫୦୦କୋଟି, ଡାକ୍ତର, କର୍ମଚାରୀ ନିଯୁକ୍ତି ଏବଂ ଅନ୍ୟାନ୍ୟ ଉପକରଣ ପାଇଁ ୫୦୦କୋଟି ଏବଂ ଆସନ୍ତା ୫ବର୍ଷ ପରିଚାଳନା ପାଇଁ ୬୨୮କୋଟି ଏହିପରି ମୋଟ ୧୬୨୮କୋଟି ଟଙ୍କା ବ୍ୟୟ କରାଯାଇଛି । ଏଠାରେ ମେଡ଼ିକାଲ କଲେଜ ଚାଲିଲେ ଏ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ । ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।’’

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଯୋଜନା ଗୁଡିକରୁ କିଭଳି ଲୋକେ ଉପକୃତ ହୋଇ ପାରୁଛନ୍ତି ତାହା ବିଷୟରେ କହିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଏମସିଏଲ (MCL) ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏମପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଏମସିଏଲ (MCL)ର ବହୁ ଅଧିକାରୀ ଯୋଗ ଦେଇଥିଲେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.