ETV Bharat / state

ଅକ୍ସିଜେନ ଏକ୍ସପ୍ରେସରେ ଅନୁଗୁଳରୁ ପାଞ୍ଚ ଟ୍ୟାଙ୍କର ଗଲା ସିକନ୍ଦରାବାଦ - Oxygen Express

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ଆଜି(ଶନିବାର) ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଭରି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ । ଅଧିକ ପଢନ୍ତୁ...

ଅମ୍ଳଜାନ ଭରା ପାଞ୍ଚଟି ଟ୍ୟାଙ୍କର ସହ ଅନୁଗୁଳରୁ ସିକନ୍ଦରାବାଦ ଗଲା ଅକ୍ସିଜେନ୍ ଏକ୍ସପ୍ରେସ୍

author img

By

Published : May 1, 2021, 4:26 PM IST

ଅନୁଗୋଳ: ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ଆଜି(ଶନିବାର) ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଭରି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ । ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ 63.6 ଟନ୍ LMO ଭର୍ତି କରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ଆଜି ତେଲେଙ୍ଗାନା ଯାତ୍ରା କରିଛି । ଗୁରୁବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଦ୍ୱାରା ଆସିଥିବା ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍, ଅନୁଗୁଳସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ 32 ଟନ୍ LMO ଧାରଣ କରି ଗତକାଲି(ଶୁକ୍ରବାର) ସକାଳେ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ହରିୟାଣାକୁ ପଠାଯାଇଥିଲା । ଶୁକ୍ରବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନରୁ ଅନଲୋଡ୍ ହୋଇଥିବା ଆଉ ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ଅନୁଗୁଳରୁ ହରିୟାଣାକୁ ପଠାଇବାକୁ ପ୍ରସ୍ତୁତ କରାଯାଉଅଛି।

ତେବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅକ୍ସିଜେନ୍ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ କରାଇବା ସହିତ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି । ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ହୋଇଥିବା ଯୋଗୁଁ ଏହାପ୍ରତି ସର୍ବାଧିକ ଯତ୍ନ ନିଆଯାଇଛି, ଯେଉଁଥିରେ ସର୍ବାଧିକ ବେଗ ତ୍ୱରାନ୍ୱିତ ଏବଂ ହ୍ରାସ ହୋଇପାରେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି । ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.