ETV Bharat / state

ସାତକୋଶିଆ ଗଣ୍ଡରେ ପୁଣି ନୂଆ ଅତିଥି, ଜନ୍ମ ନେଲେ 30ରୁ ଅଧିକ ଘଡ଼ିଆଳ

author img

By

Published : May 26, 2023, 7:44 AM IST

ପୁଣି ପାକୃତିକ ଆବଶସ୍ଥଳୀରେ ଜନ୍ମ ନେଲେ ଘଡ଼ିଆଳ । ଟ୍ବିଟ କରି ବିଭାଗକୁ ଶୁଭେଚ୍ଛା ଜଣାଇଲା ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ସାତକୋଶିଆ ଗଣ୍ଡରେ ପୁଣି ନୂଆ ଅତିଥି
ସାତକୋଶିଆ ଗଣ୍ଡରେ ପୁଣି ନୂଆ ଅତିଥି

ଅନୁଗୋଳ: ଘଡିଆଳଙ୍କୁ ନେଇ ସାତକୋଶିଆରୁ ଆସିଲା ଖୁସି ଖବର । ପୁଣି ପାକୃତିକ ଆବଶସ୍ଥଳୀରେ ଜନ୍ମ ନେଲେ ଘଡ଼ିଆଳ । ଲଗାତାର ତିନି ବର୍ଷ ହେବ ଗଣ୍ଡରେ କୁମ୍ଭୀର ଅଣ୍ଡାରୁ ଜନ୍ମ ନେଇଛନ୍ତି ଛୁଆ । ଗତ ପାଞ୍ଚବର୍ଷ ହେବ ପ୍ରାକୃତିକ ଉପାୟରେ ଘଡ଼ିଆଳ ଛୁଆ ଜନ୍ମ ପାଇଁ ଚାଲିଥିବା ପ୍ରୟାସରେ ସଫଳ ହୋଇଛି ବନବିଭାଗ । ଗଣ୍ଡର ବଳଦ ମରା ନିକଟରେ କୁମ୍ଭୀର ଅଣ୍ଡାରୁ 30ରୁ ଅଧିକ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା । ଏନେଇ ଟ୍ବିଟ କରି ବିଭାଗକୁ ଶୁଭେଚ୍ଛା ଜଣାଇଛି ଜିଲ୍ଲା ପ୍ରଶାସନ।

ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡ ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ସ୍ୱତନ୍ତ୍ର ପରିଚିତ ଅର୍ଜନ କରିଛି । ଗଣ୍ଡରେ ଅର୍ଥାତ ପ୍ରକୃତିର ଏହି ଆବାସ ସ୍ଥଳୀରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ଅଣ୍ଡାରୁ ଛୁଆ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା’ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ଯାହାର ଭିଡ଼ିଓ ଜାରି କରିଛି ବନ ବିଭାଗ । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ ଘଡ଼ିଆଳ ଛୁଆ ଖେଳୁ ଥିବା ଦେଖିବାକୁ ମିଳିଛି । ଘଡ଼ିଆଳ ପ୍ରଜନନ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଚଲିଥିବା ବେଳେ ୨୦୨୧ ମସିହାରୁ ସଫଳତାର ସହ ଘଡ଼ିଆଳ ଛୁଆ ଜନ୍ମ ନେଉଛନ୍ତି । ଦୀର୍ଘ ୪୦ ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷବି ୨୮ ଅଣ୍ଡା ଫୁଟିଥିଲା।

କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ମହାନଦୀର ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ 2020ରେ ଆରମ୍ଭ ହୋଇଥିଲା । ଏହି ପ୍ରାକୃତିକ ଆବାସ ସ୍ଥଳୀରେ କିଭଳି ପୁଣି ଥରେ କୁମ୍ଭୀର ରହିବେ ସେ ନେଇ ବନ ବିଭାଗ ଉଦ୍ୟମ ଚଳାଇଛି । ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପାଇଁ ନନ୍ଦନକାନନ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଛି । ପଥମେ ପରୀକ୍ଷାମୂଳକ ଭାବେ ୫ଟି ଘଡ଼ିଆଳ କୁମ୍ଭୀର ଛଡା ଯାଇଥିଲା । ସେଥିରୁ ୩ଟିର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଉ ୬ଟି ଘଡ଼ିଆଳ ଛଡ଼ାଯାଇଥିଲା । ଗତ ୧୯୭୫ରୁ ୧୯୮୭ ଏହି ଗଣ୍ଡରେ ପ୍ରାୟ ୮୦୦ଘଡ଼ିଆଳ ଛଡା ଯାଇଥିଲା । ଏବେ ସେମାନେ କୁଆଡେ ଗଲେ ତାହାର କୌଣସି ହିସାବ ନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.