ETV Bharat / state

ମାରିଦେଲା ହାତୀ !

author img

By

Published : Feb 10, 2021, 12:05 PM IST

ଅନୁଗୋଳ ବନାଞ୍ଚଳ କରତପଟା ଫେରେଷ୍ଟ ବିଟ ହାଉସ ନିକଟରେ ପୁଣି ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସେ କୌଣସି କାମରେ ବଲଙ୍ଗରୁ ଗାଁକୁ ଫେରୁଥିବା ବେଳେ ହାତୀ ଆକ୍ରମଣ ଶିକାର ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ସନ୍ଦେହ !
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ସନ୍ଦେହ !

ଅନୁଗୋଳ: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଏବଂ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ତେବେ ଅନୁଗୋଳ ବନାଞ୍ଚଳ କରତପଟା ଫେରେଷ୍ଟ ବିଟ ହାଉସ ନିକଟରେ ପୁଣି ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ବନ୍ତଳା ଥାନା ବନ୍ତଳା ବଜାର ଗାଁ ର ରମେଶ ସାହୁ । ସେ କୌଣସି କାମରେ ଗତକାଲି ବଲଙ୍ଗରୁ ଗାଁ କୁ ଫେରୁଥିବା ବେଳେ ହାତୀ ଆକ୍ରମଣ ଶିକାର ହୋଇଥିବା ଅନୁମାନ କରାଯାଉଛି।

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ସନ୍ଦେହ !

ସ୍ଥାନୀୟ ଲୋକଙ୍କ କହୁବାନୁସାରେ ଘଟଣା ସ୍ଥଳରେ ହାତୀର ପାଦ ଚିହ୍ନ ମଧ୍ୟ ପଡିଛି। ସମଗ୍ର ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ହାତୀ ଆକ୍ରମଣରେ ରମେଶଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେପଟେ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ଏହା ଦୁର୍ଘଟଣା କିମ୍ବା କୌଣସି ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ଓ ବନ ବିଭଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.