ETV Bharat / state

ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ମୃତ

author img

By

Published : Apr 18, 2023, 12:04 PM IST

ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ହେବାକୁ ଯାଇଥିବା ବେଳେ ଦଳି ଦେଲା ହାତୀ । ଅଧିକ ପଢନ୍ତୁ

ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୋଳ: ଥମିବାର ନାଁ ନେଉନି ହାତୀ-ମଣିଷ ବିବାଦ । ଅନୁଗୋଳ ଜିଲ୍ଲାରେ ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି ହାତୀ ଓ ମଣିଷ । ହାତୀ ଆକ୍ରମଣରେ ଲିଭି ଯାଉଛି ଅନେକ ଜୀବନ ଦୀପ । ଆଜି ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ କାନ୍ତମେଘ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଗ୍ରାମର ରାମଚନ୍ଦ୍ର ସାହୁ । ସେ ଘର ପାଖ ଜଙ୍ଗଲକୁ ଶୌଚ ପାଇଁ ଯିବା ବେଳେ ତାଙ୍କୁ କଚାଡି ମାରିଛି ହାତୀ ।

ଏହାମଧ୍ୟ ପଢନ୍ତୁ: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ

ସୂଚନା ମୁତାବକ, ଆଜି ଭୋର୍ ସମୟରେ ରାମଚନ୍ଦ୍ର ସାହୁ ଶୌଚ ହେବାକୁ ଗାଁ ପାଖ ନାଳ ପାଖକୁ ଯାଇଥିଲେ । ଏତିକି ବେଳେ ହଠାତ୍‌ ତାଙ୍କୁ ଗୋଟିଏ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଲୋକେ କ୍ଷତିପୂରଣ ଓ ଅଞ୍ଚଳରେ ଥିବା ହାତୀପଲଙ୍କୁ ଘଉଡାଇକୁ ଦାବି କରିଛନ୍ତି । ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଜନ ଅସନ୍ତୋଷ ଯୋଗୁଁ ଏ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ: ପୁଣି ଆଶାନ୍ତ ପୁରୀ, ଦରଜିପୋଖରୀ ଛକରେ ଯୁବକଙ୍କୁ ଛୁରାମାଡ

ବନ୍ତଳା ପୋଲିସ ଘଟଣା ଉପରେ ନଜର ରଖିଛି । ଜିଲ୍ଲାରେ ହାତୀ ଆକ୍ରମଣ ଘଟଣା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାକୁ ଲାଗିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୧ ତାରିଖରେ ମଧ୍ୟ ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଥିଲା । ସେହିପରି ଫେବୃଆରୀ ୧ ତାରିଖରେ ବନ୍ତଳା ବନାଞ୍ଚଳର ବସଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ବିଶେଷ କରି ଜିଲ୍ଲାରେ ହାତୀ ଆକ୍ରମଣରେ ଜୀବନ ଯିବା ଚିନ୍ତାର କାରଣ ହୋଇଛି । ଦିନକୁ ଦିନ ହାତୀ ଆକ୍ରମଣ ଘଟଣା ବଢୁଥିବାରୁ ଜନ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ: Building Collapses in Karnal: ଭୁଶୁଡିଲା ରାଇସ ମିଲ , 3ମୃତ ଫସିଛନ୍ତି 30

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.