ETV Bharat / state

ରାଷ୍ଟ୍ରୀୟ ଏକତା ଦିବସରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ, ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ

author img

By ETV Bharat Odisha Team

Published : Nov 1, 2023, 7:43 AM IST

ସାରା ଦେଶ ପାଳିଥିଲା ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା ଗଣଦୌଡ଼ କାର୍ଯ୍ୟକ୍ରମ । ଏଥିରେ ଶତାଧିକ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନେ ସାମିଲ ହୋଇ ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଷ୍ଟ୍ରୀୟ ଏକତା ଦିବସରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ

ଅନୁଗୋଳ: ସାରା ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜନ୍ମତିଥିରେ ତାଙ୍କ ଅବଦାନକୁ ମନେ ପକାଇ ଓ ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ତାଙ୍କର ପ୍ରୟାସକୁ ସମ୍ମାନ ଜଣାଇ ଏକତା ଦିବସକୁ ସାରା ଭାରତବର୍ଷରେ ପାଳନ କରାଯାଉଛି । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ବିକାଶ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ନାଗରିକ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମରେ ଯୋଗଦେଇ ସାମୂହିକ ଶପଥ ପାଠ କରିଛନ୍ତି ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶ ପାଇଁ ଦେଇଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ, ନେହୁରୁ ଯୁବ କେନ୍ଦ୍ର ସଂଗଠନ (ଏନଓ୍ୱାଇକେଏସ) ଓ ଏନଏସଏସର ମିଳିତ ଆୟୋଜନରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେଏକତା ପାଇଁ ଦୌଡ଼ (Run For Unity) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସର୍ଦ୍ଦାର ପଟେଲ ଦେଇଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଅନୁଗୋଳ, ଖମାର, ଛେଣ୍ଡିପଦା, ଆଠମଲ୍ଲିକ ଓ ତାଳଚେରଠାରେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହୋଇ ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ହେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ଯୋଗୁଁ ୫୬୫ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟଗୁଡିକର ମିଶ୍ରଣ, ସୋମନାଥ ମନ୍ଦିର ପୁନଃନିର୍ମାଣ, ଗାନ୍ଧୀ ସ୍ମାରକୀ ନିଧିର ସ୍ଥାପନା ଭଳି ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ସର୍ଦ୍ଦାର ପଟେଲ । ରାଷ୍ଟ୍ରୀୟ ଏକତା ସାଙ୍ଗକୁ ସବୁ ବର୍ଗର ସମାନତା, ମହିଳା ସଶକ୍ତିକରଣ ଏବଂ ଶିଳ୍ପାୟନ ଦ୍ୱାରା ଆତ୍ମନିର୍ଭର ଭାରତ ଗଠନ ଥିଲା ପଟେଲଙ୍କ ମୂଳ ଲକ୍ଷ୍ୟ । କୃତଜ୍ଞ ଦେଶ, ସର୍ଦ୍ଦାର ପଟେଲଙ୍କ ତ୍ୟାଗ ଓ ମହାନ କାର୍ଯ୍ୟ ପାଇଁ ତାଙ୍କୁ ଆଜି ଜନ୍ମ ଦିବସରେ ସ୍ମରଣ କରୁଛି । ଏହି କାର୍ଯ୍ୟକ୍ରମ ଆଗାମୀ ପିଢି଼କୁ ଦେଶର ଏକତା ଓ ଅଖଣ୍ଡତାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଅନୁପ୍ରାଣିତ କରିବ । ଏହି କାର୍ଯ୍ୟକ୍ରମରେ ସମାଜର ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.