ETV Bharat / state

କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ଅନୁଗୋଳ ପୁଅ ମାନସ, ଆଜିବି ଝୁରୁଛି ଜନ୍ମ ମାଟି

author img

By

Published : Jul 26, 2021, 10:27 AM IST

Updated : Jul 26, 2021, 4:19 PM IST

ଆଜିର ଦିନରେ ଭାରତୀୟ ସେନାର ବୀରତ୍ବ ଆଗରେ ମୁଣ୍ଡ ନଇଁଥିଲା ପାକିସ୍ତାନ । ଶେଷରେ କାର୍ଗିଲ ଯୁଦ୍ଧରେ ବିଜୟ ହୋଇଥିଲା ଭାରତ । ଏହି ଯୁଦ୍ଧରେ ଦେଶର ୫୨୭ଜଣ ସୈନିକ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଓଡ଼ିଶାର 13 ଜଣ ସୈନିକ ପ୍ରାଣବଳୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନୁଗୋଳ ମାଟିର ପୁଅ ମାନସ ରଞ୍ଜନ ସାହୁ ସହିଦ ହୋଇଥିଲେ । ଯାହାଙ୍କ ବୀରତ୍ଵ ପାଇଁ ଅନୁଗୋଳ ମାଟି ଗର୍ବ କରେ । ଦେଖନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡିଆ ପୁଅ ମାନସ, ଆଜିବି ଝୁରୁଛି ଜନ୍ମ ମାଟି

ଅନୁଗୋଳ: ଆଜି କାର୍ଗିଲ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀରତ୍ବ ଆଗରେ ମୁଣ୍ଡ ନଇଁଥିଲା ପାକିସ୍ତାନ । ଏହି ଯୁଦ୍ଧରେ ଦେଶର 562ଜଣ ବୀର ଯବାନ ଦେଶ ମାତୃକାର ସେବାରେ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଓଡ଼ିଶାର 13 ଜଣ ସୈନିକ ପ୍ରାଣବଳୀ ଦେଇଥିଲେ । କାରଗିଲ ବିଜୟ କଥା ଭାବିଲେ ଆଜି ସେହି ମହାନ ବୀର ସୈନିକଙ୍କ କଥା ମନେ ପଡ଼େ ।

କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ଅନୁଗୋଳ ପୁଅ ମାନସ, ଆଜିବି ଝୁରୁଛି ଜନ୍ମ ମାଟି

ତାଙ୍କର ବିରତ୍ବ ପାଇଁ ଦେଶ ଆଜି ଗର୍ବିତ । ଯେଉଁ ମାନଙ୍କ ବଳୀଦାନ ଯୋଗୁଁ ଆମଦେଶର ଅଖଣ୍ଡତା ବଜାୟ ରହିପାରିଛି । ଆଜି ସେହି ବୀରମାନେ ନାହାନ୍ତି ସତ କିନ୍ତୁ ଛାଡ଼ି ଦେଇ ଯାଇଛନ୍ତି ଅନେକ ଗାଥା ଓ ସ୍ମୃତି । ସେମାନଙ୍କ ବୀରତ୍ବର କାହାଣୀ ଆଜି ପ୍ରତ୍ୟେକ ଦେଶବାସୀଙ୍କ ମନରେ ଲିପିବଦ୍ଧ ହୋଇ ରହିଛି । ସେଥିପାଇଁ ସାରା ଦେଶ ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି । କାର୍ଗିଲ ଯୁଦ୍ଧରେ ଓଡିଶାରୁ ସହିଦ ହୋଇଥିବା 13 ଜଣଙ୍କ ମଧ୍ୟରେ ଥିଲେ ଅନୁଗୋଳର ମାନସ ରଞ୍ଜନ ସାହୁ । ଯାହାଙ୍କ ବୀରତ୍ଵ ପାଇଁ ଅନୁଗୋଳ ମାଟି ଗର୍ବ କରେ ।

ଦୀର୍ଘ ୨୨ ବର୍ଷ ତଳେ ଭାରତ ମାତାର ସୁରକ୍ଷା ପାଇଁ ସେ ଦେଇଥିଲେ ପ୍ରାଣବଳି । 1999 ମସିହା ଜୁନ ମାସ 7ତାରିଖରେ ପାକିସ୍ତାନ ସହ ହୋଇଥିବା କାର୍ଗିଲ ଯୁଦ୍ଧରେ ମାନସ ହୋଇଥିଲେ ସହିଦ । ଶତ୍ରୁ ଦ୍ଵାରା ନଷ୍ଟ ହୋଇଥିବା ସିଗନାଲ ତାର ଯୋଡୁ ଥିବା ବେଳେ ଶତ୍ରୁ ସୈନ୍ୟର ଆକ୍ରମଣରେ ସହୀଦ ହୋଇ ଯାଇଥିଲେ ମାନସ । ମାନସ ହେଉଛନ୍ତି ଓଡିଶାର ପ୍ରଥମ କାର୍ଗିଲ ସହିଦ । ଆଜି ସାରା ଦେଶ କାର୍ଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ମାନସକୁ ଝୁରୁଛନ୍ତି ଅନୁଗୋଳ ବାସୀ ଓ ପରିବାର ଲୋକେ । ଯାହାଙ୍କ ପ୍ରାଣବଳିକୁ ନେଇ ସମସ୍ତେ ଗର୍ବ କରୁଛନ୍ତି ।

ମାନସଙ୍କ ବଡ଼ ଭାଇ ଓ ବାପା ଥିଲେ ଜଣେ ଶିକ୍ଷକ । ମା ଗୃହିଣୀ । 3 ଭାଇଙ୍କ ମଧ୍ୟରେ ମାନସ ଥିଲେ ମଝିଆ । 1974 ମସିହା ମେ ମାସ 27 ତାରିଖ ମାନସଙ୍କ ଜନ୍ମ । 1997 ମସିହାରେ ସେ ଭାରତୀୟ ସେନା ବାହିନୀରେ ସିଗନାଲ ଅପରେଟର ଭାବେ ଯୋଗ ଦେଇଥିଲେ । ଆଉ କାର୍ଗିଲ ଯୁଦ୍ଧରେ ପ୍ରାଣବଳୀ ଦେଇ ଦେଶ ପାଇଁ ହୋଇଯାଇଥିଲେ ସହିଦ । ତାଙ୍କ ମର ଶରୀର ପହଞ୍ଚିବା ଦିନ ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ମାନସ ରଞ୍ଜନ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ସାଙ୍ଗସାଥୀ, ପରିବାର, ଆତ୍ମୀୟ ସ୍ବଜନ ଓ ନିଜ ମାଟିର ମଣିଷ ମାନଙ୍କ ଆଖିରେ ଝରୁଥିଲା ଲୁହ । କିନ୍ତୁ ଗର୍ବରେ ଛାତି ପୁରି ଉଠୁଥିଲା ।

ଏହା ମଧ୍ୟରେ 22 ବର୍ଷ ବିତି ଯାଇଛି । ଦେଶ ପାଇଁ ବଳିଦାନ ଦେଇଥିବା ବୀର ସୈନିକ ମାନେ ଆକାଶର ତାରା ହୋଇ ଯାଇଛନ୍ତି । ହେଲେ କାହା ସ୍ତ୍ରୀ, କାହା ପିଲାଛୁଆ, କାହା ମା, ଭାଇଭଉଣୀ ଓ ବାପାଙ୍କ ଆଖିରୁ ଶୁଖୁନି ଲୁହ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବାରୁ ଯଦିଓ ସେମାନେ ଗର୍ବିତ କିନ୍ତୁ ଜଣେ ଆତ୍ମୀୟକୁ ହରେଇବାର ଦୁଃଖକୁ ଏତେ ସହଜରେ ଭୁଲି ପାରୁ ନାହାନ୍ତି । ସେହି ବୀର ଜବାନ ମାନଙ୍କ ପ୍ରତି ‘ଇଟିଭି ଭାରତ’ର ଶ୍ରଦ୍ଧାଞ୍ଜଳି ଏବଂ ପରିବାରବର୍ଗ ପ୍ରତି ଗଭୀର ସମବେଦନା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 26, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.