ETV Bharat / state

ଲୋକେ ଚାହୁଁଛନ୍ତି ପରିବର୍ତ୍ତନ, ବିକଳ୍ପ ରାଜନୀତି ଦେବ ଆପ୍: ନିଶିକାନ୍ତ ମହାପାତ୍ର

author img

By

Published : Nov 30, 2022, 9:35 AM IST

ଓଡିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଆମ୍ ଆଦମୀ ପାର୍ଟି ବିକଳ୍ପ ହେବ ବୋଲି କହିଲେ ଦଳର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର । ଅଧିକ ପଢନ୍ତୁ

ଲୋକେ ଚାହୁଁଛନ୍ତି ପରିବର୍ତ୍ତନ, ବିକଳ୍ପ ରାଜନୀତି ଦେବ ଆପ୍: ନିଶିକାନ୍ତ ମହାପାତ୍ର
ଲୋକେ ଚାହୁଁଛନ୍ତି ପରିବର୍ତ୍ତନ, ବିକଳ୍ପ ରାଜନୀତି ଦେବ ଆପ୍: ନିଶିକାନ୍ତ ମହାପାତ୍ର

ଅନୁଗୋଳ: ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଆପ ଦେବ ବିକଳ୍ପ ରାଜନୀତି । ମଙ୍ଗଳବାର ଅନୁଗୋଳ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏପରି କହିଛନ୍ତି ଓଡିଶାର ଆମ୍ ଆଦମୀ ପାର୍ଟି ମୁଖ୍ୟ ନିଶିକାନ୍ତ ମହାପାତ୍ର(AAP Leader Nishikant Mohapatra) । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆପ୍ ଓଡିଶାକୁ ଫୋକସ୍ କରୁଛି । ଏଠାରେ ତୃଣମୂଳ ସ୍ତରରୁ ନିଜର ସଂଗଠନ ମଜବୁତ କରିବାକୁ ପ୍ରଚେଷ୍ଟା କରୁଛି । ଦିଲ୍ଲୀ ଓ ପଞ୍ଜାବ ଭଳି ଓଡ଼ିଶାରେ ମଧ୍ୟ କ୍ଷମତା ଦଖଲ କରିବା ଲାଗି ଆମ ଆଦମୀ ପାର୍ଟି ଯୋଜନା ଚଳାଇଛି ।

ଏହାମଧ୍ୟ ପଢନ୍ତୁ: ଓଡିଶାରେ ବିଜେଡିକୁ ପଛରେ ପକାଇଲା AAP

ଅନୁଗୋଳ ଠାରେ ଆୟୋଜିତ ବୈଠକରେ ନିଜର ଦଳୀୟ କର୍ମକର୍ତ୍ତାଙ୍କୁ ଲୋକଙ୍କ ପାଖକୁ ଯାଇ ପାର୍ଟିର ମୁଦ୍ଦା ସମ୍ପର୍କରେ ବୁଝାଇବା ପାଇଁ ପରାମର୍ଶ ଦେବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି ନିଶିକାନ୍ତ ମହାପାତ୍ର । ସେ କହିଛନ୍ତି, ''ଦୀର୍ଘ ଦିନ ହେବ ଯେଉଁଭଳି ଭାବେ ଦେଶ ଓ ରାଜ୍ୟରେ ସରକାର ଚାଲିଛି ତାହା ଲୋକେ ଜାଣିଛନ୍ତି । ସେଥିପାଇଁ ପରିବର୍ତ୍ତନ ପାଇଁ ଚାହୁଁଛନ୍ତି ଓ ବିକଳ୍ପ ରାଜନୀତି ସନ୍ଧାନରେ ଅଛନ୍ତି । ଯେଉଁ ପରିବର୍ତ୍ତନର ବିକଳ୍ପ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି ହେବ ।'' ଏହାସହିତ ରାଜ୍ୟରେ ବିଜୁଳି, ଶିକ୍ଷା, ସ୍ଵାସ୍ଥ୍ୟ ଓ ବେରୋଜଗାରୀକୁ ଆପ୍ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ବୋଲି ଦଳର ଓଡ଼ିଶା ମୁଖ୍ୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.