ETV Bharat / state

ଅନୁଗୋଳରେ ହେବ ମେଗା ଉଠା ଜଳସେଚନ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା BJD

author img

By

Published : Sep 24, 2022, 11:45 AM IST

ଅନୁଗୋଳ ଜିଲ୍ଲାରେ ହେବ ତିନୋଟି ମେଗା ଉଠା ଜଳସେଚନ ପ୍ରକଳ୍ପ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲା ଜିଲ୍ଲା ବିଜେଡି । ଅଧିକ ପଢନ୍ତୁ

ଅନୁଗୋଳରେ ହେବ ମେଗା ଉଠା ଜଳସେଚନ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ତିନୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପ(Mega Lift Irrigation Projects) କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏନେଇ ଶୁକ୍ରବାର ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ସାମ୍ବାଦିକ ସମ୍ମିଳନୀ ଯୋଗେଁ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରକଳ୍ପର ଶ୍ରେୟ ଦେଇଛନ୍ତି । ଅନୁଗୋଳ ଓ କଟକ ଜିଲ୍ଲାରେ ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ ହୋଇଛି । ସେଥିମଧ୍ୟରୁ କେବଳ ଅନୁଗୋଳ ଜିଲ୍ଲା ପାଇଁ ୨୩୯ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ।

ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ବିଜେଡି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ସଭାପତିତ୍ବ କରିଥିଲେ । ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲ ଲହଡା ବିଧାୟକ ମୁକେଶ ପାଳ ଏବଂ ଅନୁଗୁକ ବିଧାୟକ ତଥା ଉପବାଚସ୍ପତିଙ୍କ ପ୍ରତିନିଧି ଅରୁଣାଭ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ସ୍ଥାନୀୟ ଚାଷୀମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନୁଗୋଳ ଜିଲ୍ଲା(Anugl District)ରେ ଏହି ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ଖରସୁଆଁ, କାଣୀ ଏବଂ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରି ଉଭୟ ଜିଲ୍ଲାର ୧୨,୯୧୪ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ ।

ପ୍ରକଳ୍ପ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ ହେବ । ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ତେଣୁ ଏହି ପ୍ରକଳ୍ପ ହେଲେ ଚାଷୀମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରିବ । ସେଥିପାଇଁ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.