ETV Bharat / state

କୋଇଲା ମରୁଡି: ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରର 6ରୁ, 4 ୟୁନିଟ୍‌ ବନ୍ଦ - ଏନଟିପିସି

କୋଇଲା ନିଅଣ୍ଟ ଲାଗି ରହିଛି ଏନଟିପିସି । କୋଇଲା ମରୁଡି ଫଳରେ ମୋଟ 6ଟି ୟୁନିଟରୁ ଏବେ ସୁଦ୍ଧା 4ଟି ୟୁନିଟ ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 4, 2019, 2:23 PM IST

ଅନୁଗୋଳ: ଦିନକୁ ଦିନ ଅନୁଗୋଳ କଣିହାଁସ୍ଥିତ ମହାରତ୍ନ କମ୍ପାନୀ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ର ଦୁର୍ଦ୍ଦିନ ଆଡକୁ ଗତି କରୁଛି । କୋଇଲା ଅଭାବ ଯୋଗୁଁ ସ୍ଥିତି ସଂଘାତିକ ହେବାରେ ଲାଗିଲାଣି । ଏଭଳି କୋଇଲା ନିଅଣ୍ଟ ଲାଗି ରହିଲେ ଅଚଳାବସ୍ଥା ଆଶଙ୍କାରେ ଏନ୍‌ଟିପିସି । କୋଇଲା ମରୁଡି ଫଳରେ ମୋଟ 6ଟି ୟୁନିଟରୁ ଏବେ ସୁଦ୍ଧା 4ଟି ୟୁନିଟ ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏନ୍‌ଟିପିସିରେ ଥିବା ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ୩ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ । ଏଥିପାଇଁ ଦିନକୁ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ପଡ଼ିଥାଏ । ସେଠାରେ ଏବେ 2ଟି ୟୁନିଟରୁ ମାତ୍ର ପାଖାପାଖି 700 ମେଗାୱାଟରୁ କମ୍‌ ବିଦ୍ୟୁତ ଉତ୍ପାଦିତ ହୋଇଛି । ଏମସି୍‌ଏଲ୍‌ ର ତାଳଚେର କୋଇଲା ଖଣି ଗୁଡିକ 12ଦିନ ହେଲା ବନ୍ଦ ରହିଛି । ଫଳରେ ଖଣ୍ଡେ ବି କୋଇଲା ଯୋଗାଣ ହୋଇ ପାରି ନାହିଁ । ସେପଟେ ବିଜୁଳି ଉତ୍ପାଦନ କମିଥିବାରୁ ଉତ୍ତର ଭାରତର ଅନେକ ରାଜ୍ୟରେ ବିଜୁଳି କାଟ ଆରମ୍ଭ ହୋଇଛି ।

ସେପଟେ କୋଇଲା ଖଣି ଆନ୍ଦୋଳନର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଭଳି ମନେ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବିଗୁଛି NTPC ର ସ୍ଥିତି । ମିଳୁନି କୋଇଲା , 6 ରୁ 4 ୟୁନିଟ ବନ୍ଦ । Body:ବିଗିଡିବାରେ ଲାଗିଛି ଅନୁଗୋଳ କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନଟିପିସି ର ସ୍ଥିତି । ଲାଗି ରହିଛି କୋଇଲା ସଂକଟ ।କୋଇଲା ଅଭାବ ରୁ ମୋଟ 6ଟି ୟୁନିଟରୁ ଏବେ ସୁଦ୍ଧା 4ଟି ୟୁନିଟ ବନ୍ଦ ରହିଛି। ଫଳରେ ବିଦ୍ୟୁତ ଉତ୍ପାଦନ ଆଶାତୀତ ଭାବେ କମି ଯାଇଛି। ଯେଉଁଠି 3000 ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା ସେଠାରେ ଏବେ 2ଟି ୟୁନିଟରୁ ମାତ୍ର ପାଖାପାଖି 700 ମେଗାୱାଟରୁ କମ ବିଦ୍ୟୁତ ଉତ୍ପାଦିତ ହୋଇଛି । ଏମ ସି ଏଲ ର ତାଳଚେର କୋଇଲା ଖଣି ଗୁଡିକ 12ଦିନ ହେଲା ବନ୍ଦ ରହିଛି। ଫଳରେ ଖଣ୍ଡେ ବି କୋଇଲା ଯୋଗାଣ ହୋଇ ପାରି ନାହିଁ।ଯାହା ଏବେ ସମସ୍ଥ ପାଇଁ ଚିନ୍ତା ର କାରଣ ହୋଇଛି । ସେପଟେ ବିଜୁଳି ଉତ୍ପାଦନ କମିଥିବାରୁ ଉତ୍ତର ଭାରତ ର ଅନେକ ରାଜ୍ୟରେ ବିଜୁଳି କାଟ ଆରମ୍ଭ ହୋଇଛି ।Conclusion:ସେପଟେ କୋଇଲା ଖଣି ଆନ୍ଦୋଳନ ର ସମାଧାନ ପାଇଁ କୋୖଣସି ପଦକ୍ଷେପ ନିଆ ଯାଉ ନଥିବା ଭଳି ମନେ ହେଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.