ETV Bharat / state

ଶିଳ୍ପ ସମୃଦ୍ଧ ଜିଲ୍ଲାର ଗାଁରେ ନାହିଁ ପକ୍କା ରାସ୍ତା - ଅନୁଗୋଳ

ସ୍ଵାଧୀନତାର ଦୀର୍ଘ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୧ କିଲୋମିଟର ରାସ୍ତା ପାଇଁ ଲୋକେ ହେଉଛନ୍ତି ହିନସ୍ତା । ବର୍ଷା ଦିନେ ନାଳ ବଢିଲେ କଥା ସରିଲା । ଅଧିକ ପଢନ୍ତୁ...

_no road connection to village of anugul
ଶିଳ୍ପ ସମୃଦ୍ଧ ଜିଲ୍ଲାର ଗାଁରେ ନାହିଁ ପକ୍କା ରାସ୍ତା
author img

By

Published : Feb 19, 2020, 7:57 PM IST

ଅନୁଗୋଳ: ସ୍ଵାଧୀନତାର ଦୀର୍ଘ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୧ କିଲୋମିଟର ରାସ୍ତା ପାଇଁ ଲୋକେ ହେଉଛନ୍ତି ହିନସ୍ତା । ବର୍ଷା ଦିନେ ନାଳ ବଢିଲେ କଥା ସରିଲା । ଏବେବି ଏଭଳି ଏକ ଗାଁ ଅଛି ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ । ଯେଉଁ ଗାଁ ଉପରେ ପଡିନି କାହାରି ନଜର ।

ଶିଳ୍ପ ସମୃଦ୍ଧ ଜିଲ୍ଲାର ଗାଁରେ ନାହିଁ ପକ୍କା ରାସ୍ତା
ଏହି ରାସ୍ତା ହେଉଛି ଅନୁଗୋଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତର ଗଞ୍ଜଡା ତଳସାହିକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତା ସାରା ବଡ ବଡ ପଥର । ଏହି ରାସ୍ତା ଉପରେ ରହିଛି ଏକାଧିକ ପାହାଡିଆ ନାଳ । ନାଳ ଅତିକ୍ରମ କଲେ ଗାଁର ଲୋକେ ଯିବା ଆସିବା କରନ୍ତି । ବର୍ଷା ଚାରି ମାସ ଲୋକେ ଗାଁରୁ ବାହାରି ପାରୁ ନଥିବା ବେଳେ ଅନ୍ୟ ସମୟରେ ଚାଲି ଚାଲି ଆସିବା ମଧ୍ୟ କଷ୍ଟକର ହୋଇଯାଏ । ସବୁଠାରୁ ବଡ କଥା ହେଉଛି ଗାଁରେ ସ୍କୁଲ ନଥିବାରୁ ପାଖ ଗାଁକୁ ପିଲାଏ ପଢିଯାନ୍ତି । ଆଉ ରାସ୍ତା ନଥିବାରୁ ପାଠ ପଢିଯିବା ମଧ୍ୟ କଷ୍ଟକର । ଅନ୍ୟପକ୍ଷେ ଦେହ ଖରାପ ବୋଝ ଉପରେ ନଳିତା ବିଡା ପଡିବା ପରି ଲାଗେ । କାନ୍ଧରେ ବୋହି ପ୍ରାୟ ୧ କିଲୋମିଟର ନେବାପରେ ଅଟୋ କିମ୍ବା ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥାଏ । ଏନେଇ ଅନେକ ଥର ଗାଁ ଲୋକେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାଶନକୁ ଜଣେଇଥିଲେ ବି କେହି ତାଙ୍କ କଥା ଶୁଣିନାହାଁନ୍ତି । ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଆଜି ଦିନରେ ଗାଁକୁ ରାସ୍ତା ନଥିବା କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ । ଏନେଇ ଆମ ସମ୍ବାଦଦାତା ଅନୁଗୋଳ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ ମାତ୍ର ସେ ଏନେଇ କିଛି କହିନଥିଲେ । ସେପଟେ ସ୍ଥାନୀୟ ସମିତି ସଭ୍ୟ କହିଛନ୍ତି ପୁରା ଘଟଣା ସମ୍ପର୍କରେ ସମସ୍ତଙ୍କୁ ଜଣା ଅଛି । ସମସ୍ୟାର ସମାଧାନ ପାଇଁ କାହାରି ଇଚ୍ଛା ନଥିବାସେ ମଧ୍ୟ ଅଭିଯୋଗ କରିଛନ୍ତି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.