ETV Bharat / state

ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ ! - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌

ଅଭୟାରଣ୍ୟ ଭିତରୁ ଗଛ କାଟିବା ତ ଦୂରର କଥା ପତ୍ରଟିଏ ମଧ୍ୟ ଅଣାଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୌଣସି ଅଣ-ଜଙ୍ଗଲ କାମରେ ବ୍ୟବହାର କରାଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ତଥାପି ଜଙ୍ଗଲରେ ବନ ବିଭାଗର ଚାଲିଛି ବେଧଡକ ଗଛ କଟା ।

deforestation in angul satakosia, angul latest news, satakosia latest news, ସାତକୋଶିଆ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳର ସାତକୋଶିଆରେ ଗଛ କଟା
ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ !
author img

By

Published : Jan 9, 2020, 8:01 PM IST

ଅନୁଗୋଳ: ଜଙ୍ଗଲ ବିଭାଗର ଖୋଲାଖୋଲି ଜଙ୍ଗଲ ଆଇନ ଉଲଂଘନ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆରେ ଶହ ଶହ ଗଛ କାଟି ଧରାଶାୟୀ କରୁଛି ବନ ବିଭାଗ । ଘାସ ପଡ଼ିଆ କରିବା ନାଁରେ ଜେସିବି ଲଗାଇ ଏକର ଏକର ଜାଗାରେ ଗଛ କାଟୁଛି । ଏପଟେ ବାଘୁଣୀ ଫେରିଯିବା ନିଶ୍ଚିତ ହୋଇ ଯାଇଥିବା ବେଳେ ବ୍ୟାଘ୍ର ପ୍ରକଳ୍ପ ମଧ୍ୟ ଅନିଶ୍ଚିତତା ଘେରରେ । ବନ ବିଭାଗର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଅଧିବାସୀ ଓ ପରିବେଶପ୍ରେମୀ ନାପସନ୍ଦ କରିଛନ୍ତି ।

ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ !

ଅଭୟାରଣ୍ୟ ଭିତରୁ ଗଛ କାଟିବା ତ ଦୂରର କଥା ପତ୍ରଟିଏ ମଧ୍ୟ ଅଣାଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୌଣସି ଅଣ-ଜଙ୍ଗଲ କାମରେ ବ୍ୟବହାର କରାଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ସ୍ଥାନୀୟ ଅଧିବାସୀ ଜାଳେଣୀ ପାଇଁ କାଠ କିମ୍ବା କୌଣସି ଜଙ୍ଗଲଜାତ ଜିନିଷ ଆଣୁଥିବା ଦେଖିଲେ ତୁରନ୍ତ ବନ ବିଭାଗ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦେଉଥିବା ନଜିର ରହିଛି । ହେଲେ ଯେଉଁ ଜଙ୍ଗଲରେ ପାଦ ପକାଇବା ଆଇନତଃ ଅପରାଧ ସେହି ଜଙ୍ଗଲରେ ଖୋଦ ବନ ବିଭାଗ ତୃଣଭୋଜୀମାନଙ୍କ ପାଇଁ ଘାସ ପଡ଼ିଆ କରିବା ନାଁରେ କୋର ଏରିଆରୁ ସଫା କରିବାରେ ଲାଗିଛି ଜଙ୍ଗଲ । ତେବେ ଏହା କେଉଁ ଆଇନରେ ଅଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ ।

ଅନୁସନ୍ଧାନରୁ ଜଣା ପଡ଼ିଛି ବ୍ୟାଘ୍ର ପ୍ରକଳ୍ପ ପରିଚାଳନା ଅନୁସାରେ ଜଙ୍ଗଲ ଭିତରେ ତୃଣଭୋଜୀମାନଙ୍କ ପାଇଁ ଘାସ ପଡ଼ିଆର ପୁନରୁଦ୍ଧାର କରାଯିବା ଆବଶ୍ୟକ । କିନ୍ତୁ ପୂର୍ବରୁ ଯେଉଁଠି ଘାସ ପଡ଼ିଆ ଅନୁନ୍ନତ ଅବସ୍ଥାରେ ରହିଥିବା ସେହି ପଡ଼ିଆକୁ ଉଦ୍ଧାର କରାଯିବା ପାଇଁ ଆଇନ ରହିଛି । ହେଲେ ଅଭୟାରଣ୍ୟ ଭିତରେ ବହୁ ସଂଖ୍ୟାରେ ଗଛ କାଟି ନୂଆ ଘାସ ପଡ଼ିଆ କରିବା ଜଙ୍ଗଲ ସୁରକ୍ଷା ଆଇନକୁ ଉଲଘଂନ କରୁଛି ।

ସାତକୋଶିଆ ଭିତରେ ପମ୍ପାସର, ଟିକରପଡ଼ା, ପୁରୁଣାକୋଟ ବନାଞ୍ଚଳର ପ୍ରାୟ 5ଟି ସ୍ଥାନରେ ଶହ ଶହ ଗଛ କଟାଯାଇ ଘାସ ପଡ଼ିଆ କରାଯାଉଛି । ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା କି କୋର ଏରିଆ ଭିତରେ କୌଣସି ଶବ୍ଦଯୁକ୍ତ ଯନ୍ତ୍ର କିମ୍ବା ଯାନ ପ୍ରବେଶ ନିଷେଧ । କିନ୍ତୁ ଅତ୍ୟନ୍ତ ଶବ୍ଦ କରୁଥିବା ଜେସିବି ଲଗାଇ ବନ ବିଭାଗ ଗଛ କାଟୁଛି । ବନ୍ୟଜନ୍ତୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ତାହା ମଧ୍ୟ ବନ୍ୟ ଜନ୍ତୁ ସୁରକ୍ଷା ଆଇନର ଉଲଘଂନ ।

ଯେଉଁଠି ଘାସ ପଡ଼ିଆ କରାଯାଉଛି ସେଠାରେ କଣ୍ଟାଯୁକ୍ତ ତାର ବାଡ଼ ଦିଆ ଯାଉଛି । ବନ୍ୟଜନ୍ତୁ ଚଳପ୍ରଚଳ ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହୁଛି । ତାର ବାଡ଼ ଦିଆ ଯାଇଥିବା ସ୍ଥାନରେ ପଡ଼ିଥିବା ହାତୀ ମଳରୁ ଜଣା ପଡ଼ୁଛି କି ସେଠାରେ ଶହ ଶହ ହାତୀ ଚଳପ୍ରଚଳ କରୁଛନ୍ତି । ତେଣୁ ବନ ବିଭାଗର ଏଭଳି କାମ ଅପରିଣାମଦର୍ଶୀତାକୁ ସୁଚାଉଛି ।

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସଠିକ ପରିଚାଳନା କରିନପାରିବା କାରଣରୁ ମହାବଳ ଶିକାରୀ ଫାସରେ ମଲା । ଏନଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) ବାଘୁଣୀକୁ ଫେରାଇ ନେବାକୁ ନିଷ୍ପତ୍ତି ନେଲା । କୋଟି କୋଟି ଟଙ୍କା ପାଣିରେ ପଡ଼ିଲା । ଏବେ ବାଘ ପାଇଁ ଶହ ଶହ ଗଛ ମାଟିରେ ମିଶିଲା । ଗତ 2007ରେ ସାତକୋଶିଆକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେତେବେଳେ ଏଠାରେ 12ଟି ବାଘ ଥିଲେ । ବହୁ ସଂଖ୍ୟାରେ ତୃଣଭୋଜୀ ପ୍ରାଣୀ ଥିଲେ । ନଚେତ ଏତେ ବାଘ ରହୁଥିଲେ କେମିତି !

କିନ୍ତୁ ମାତ୍ର 2ଟି ବାଘ ପାଇଁ ହଠାତ 44ଟି ଘାସ ପଡ଼ିଆର ଆବଶ୍ୟକତା ପଡ଼ିଲା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ । କେବଳ ଏନଟିସିଏରୁ ମଞ୍ଜୁରୀ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବନ ବିଭାଗ ଏଭଳି ବାହାନା କରୁଛି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସାତକୋଶିଆ ଫିଲ୍ଡ ଡାଇରେକ୍ଟର କ୍ୟାମେରା ସାମ୍ନାରେ ଏନେଇ କିଛି କହିବାକୁ ମନା କରିଥିଲେ । କିନ୍ତୁ ପରୋକ୍ଷରେ ବହୁ ସଂଖ୍ୟାରେ ଗଛ କଟାଯିବାକୁ ସେ ଅସ୍ବୀକାର କରିଥିଲେ । କେବଳ ଏନଟିସିଏ ଗାଇଡ଼ ଲାଇନ ଅନୁସାରେ ଘାସ ପଡ଼ିଆ କରାଯାଉଥିବା ସଫେଇ ଦେଇଛନ୍ତି ସାତକୋଶିଆ ଫିଲ୍ଡ ଡାଇରେକ୍ଟର ।

ତେଣେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଖୋଲାଖୋଲି ଭାବେ ଉଲଘଂନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଅଧିବାସୀ ଓ ପରିବେଶବିତମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜଙ୍ଗଲ ବିଭାଗର ଖୋଲାଖୋଲି ଜଙ୍ଗଲ ଆଇନ ଉଲଂଘନ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆରେ ଶହ ଶହ ଗଛ କାଟି ଧରାଶାୟୀ କରୁଛି ବନ ବିଭାଗ । ଘାସ ପଡ଼ିଆ କରିବା ନାଁରେ ଜେସିବି ଲଗାଇ ଏକର ଏକର ଜାଗାରେ ଗଛ କାଟୁଛି । ଏପଟେ ବାଘୁଣୀ ଫେରିଯିବା ନିଶ୍ଚିତ ହୋଇ ଯାଇଥିବା ବେଳେ ବ୍ୟାଘ୍ର ପ୍ରକଳ୍ପ ମଧ୍ୟ ଅନିଶ୍ଚିତତା ଘେରରେ । ବନ ବିଭାଗର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଅଧିବାସୀ ଓ ପରିବେଶ ପ୍ରେମୀ ମାନେ ନାପସନ୍ଦ କରିଛନ୍ତି ।Body:Vo – 1
ଅଭୟାରଣ୍ୟ ଭିତରୁ ଗଛ କାଟିବାତ ଦୁରର କଥା ପତ୍ରଟିଏ ମଧ୍ୟ ଅଣା ଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୈାଣସି ଅଣ ଜଙ୍ଗଲ କାମରେ ବ୍ୟବହାର କରା ଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ସ୍ଥାନୀୟ ଅଧିବାସୀ ଜାଳ କାଠ କିମ୍ବା କୈାଣସି ଜଙ୍ଗଲଯାତ ଜିନିଷ ଆଣୁଥିବା ଦେଖିଲେ ତୁରନ୍ତ ବନ ବିଭାଗ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦେଉଥିବା ନଜିର ରହିଛି । ହେଲେ ଯେଉଁ ଜଙ୍ଗଲରେ ପାଦ ପକାଇବା ଆଇନତଃ ଅପରାଧ ସେହି ଜଙ୍ଗଲରେ ଖୋଦ ବନ ବିଭାଗ ତୃଣ ଭୋଜି ମାନଙ୍କ ପାଇଁ ଘାସ ପଡ଼ିଆ କରିବା ନାଁରେ କୋର ଏରିଆରୁ ଯେଉଁଭଳି ଭାବେ ଗଛ କାଟି ସଫା କରୁଛି ତାହା କେଉଁ ଆଇନରେ ଅଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ । ଅନୁସନ୍ଧାନରୁ ଜଣା ପଡ଼ିଛି ବ୍ୟାଘ୍ର ପ୍ରକଳ୍ପ ପରିଚାଳନା ଅନୁସାରେ ଜଙ୍ଗଲ ଭିତରେ ତୃଣ ଭୋଜି ମାନଙ୍କ ପାଇଁ ଘାସ ପଡ଼ିଆର ପୁନରୁଦ୍ଧାର କରାଯିବା ଆବଶ୍ୟକ । କିନ୍ତୁ ପୁର୍ବରୁ ଯେଉଁଠି ଘାସ ପଡ଼ିଆ ଅନୁନ୍ନତ ଅବସ୍ଥାରେ ରହିଥିବ ସେହି ପଡ଼ିଆକୁ ଉଦ୍ଧାର କରାଯିବା ପାଇଁ ଆଇନ ରହିଛି । ହେଲେ ଅଭୟାରଣ୍ୟ ଭିତରେ ବହୁ ସଂଖ୍ୟାରେ ଗଛ କାଟି ନୁତନ ଘାସ ପଡ଼ିଆ କରିବା ଜଙ୍ଗଲ ସୁରକ୍ଷା ଆଇନକୁ ଉଲଘଂନ କରୁଛି । ସାତକୋଶିଆ ଭିତରେ ପମ୍ପାସର, ଟିକରପଡ଼ା, ପୁରୁଣାକୋଟ ବନାଞ୍ଚଳର ପ୍ରାୟ 5ଟି ସ୍ଥାନରେ ଶହ ଶହ ଗଛ କଟାଯାଇ ଘାସ ପଡ଼ିଆ କରା ଯାଉଛି । ସବୁ ଠାରୁ ଗୁରୁତ୍ବପୁର୍ଣ୍ଣ କଥା କୋର ଏରିଆ ଭିତରେ କୈାଣସି ଶବ୍ଦଯୁକ୍ତ ଯନ୍ତ୍ର କିମ୍ବା ଯାନ ପ୍ରବେଶ ନିଷେଧ । କିନ୍ତୁ ଅତ୍ୟନ୍ତ ଶବ୍ଦ କରୁଥିବା ଜେସିବି ଲଗାଇ ବନ ବିଭାଗ ଗଛ କାଟୁଛି । ବନ୍ୟ ଜନ୍ତୁଙ୍କ ଉପରେ ଏହାର ଘୋର ପ୍ରଭାବ ପଡ଼ୁଛି । ତାହା ମଧ୍ୟ ବନ୍ୟ ଜନ୍ତୁ ସୁରକ୍ଷା ଆଇନର ଉଲଘଂନ । ଯେଉଁଠି ଘାସ ପଡ଼ିଆ କରା ଯାଉଛି ସେଠାରେ କଣ୍ଟାଯୁକ୍ତ ତାର ବାଡ଼ ଦିଆ ଯାଉଛି । ବନ୍ୟ ଜନ୍ତୁ ଚଳପ୍ରଚଳ ବେଳେ ସେମାନଙ୍କ ଜୀବନ ପ୍ରତି ବିପନ୍ନ ରହିଛି । ତାରବାଡ଼ ଦିଆ ଯାଇଥିବା ସ୍ଥାନରେ ପଡ଼ିଥିବା ହାତୀମଳରୁ ଜଣା ପଡ଼ୁଛି ସେଠାରେ ଶହ ଶହ ହାତୀ ଚଳପ୍ରଚଳ କରୁଛନ୍ତି । ତେଣୁ ବନ ବିଭାଗର ଏଭଳି କାମ ଅପରିଣାମଦର୍ଶୀତାକୁ ସୁଚଉଛି ।
Byte – 1 ବିରାଜ ଜାନୀ, ସମ୍ପାଦକ, ସାତକୋଶିଆ ପ୍ରଜା ସୁରକ୍ଷା ସମିତି
Byte – 2 ରଘୁନାଥ ଗଡ଼ତିଆ, ସାତକୋଶିଆ ବାସିନ୍ଦା
Byte – 3 ରଞ୍ଜିତ ବେହେରା, ସାତକୋଶିଆ ବାସିନ୍ଦା
Vo – 2
ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସଠିକ ପରିଚାଳନା କରିନପାରିବା କାରଣରୁ ମହାବଳ ଶିକାରୀ ଫାସରେ ମଲା । ଏନଟିସିଏ ବାଘୁଣୀ କୁ ଫେରାଇ ନେବାକୁ ନିଷ୍ପତ୍ତି ନେଲା । କୋଟି କୋଟି ଟଙ୍କା ପାଣିରେ ପଡ଼ିଲା । ଏବେ ବାଘ ପାଇଁ ଶହ ଶହ ଗଛ ମାଟିରେ ମିଶିଲା । ଗତ 2007ରେ ସାତକୋଶିଆକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରା ଯାଇଥିଲା । ସେତେବେଳେ ଏଠାରେ 12ଟି ବାଘ ଥିଲେ । ବହୁ ସଂଖ୍ୟାରେ ତୃଣ ଭୋଜି ପ୍ରାଣି ଥିଲେ । ନଚେତ ଏତେ ବାଘ ରହୁଥିଲେ କେମିତି । କିନ୍ତୁ ମାତ୍ର ଦୁଇଟି ବାଘ ପାଇଁ ହଠାତ 44ଟି ଘାସ ପଡ଼ିଆର ଆବଶ୍ୟକତା ପଡ଼ିଲା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ । କେବଳ ଏନଟିସିଏରୁ ମଞ୍ଜୁରୀ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବନ ବିଭାଗ ଏଭଳି ବାହାନା ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସାତକୋଶିଆ ଫିଲ୍ଡ଼ ଡାଇରେକ୍ଟର କ୍ୟାମେରା ସାମ୍ନା ରେ କିଛି କହନଥିବା ବେଳେ ପରୋକ୍ଷରେ ବହୁ ସଂଖ୍ୟାରେ ଗଛ କଟାଯିବାକୁ ଅସ୍ବୀକାର କରିଛନ୍ତି । କେବଳ ଏନଟିସିଏ ଗାଇଡ଼ ଲାଇନ ଅନୁସାରେ ଘାସ ପଡ଼ିଆ କରା ଯାଉଛି ବୋଲି କହିଛନ୍ତି ।
Byte – 4 ସ୍ବପ୍ନାରାଣୀ ଷଡ଼ଙ୍ଗୀ, ପରିବେଶ ବିତ
Byte – 5 ପ୍ରଦୀପ ରାଜ କରାଟ, ଫିଲ୍ଡ଼ ଡାଇରେକ୍ଟର, ସାତକୋଶିଆ
Conclusion:ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ଆଇନକୁ ଖୋଲାଖୋଲି ଭାବେ ଉଲଘଂନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଅଧିବାସୀ ଓ ପରିବେଶବିତ ମାନେ ଦାବି କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.