ଅନୁଗୋଳ: ଆରମ୍ଭ ହୋଇଛି ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଣ୍ଟ। ଅନୁଗୋଳ ଜିଲ୍ଲା କଣିହାଁରେ ଏନଟିପିସି ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 6 ଟି ମହିଳା ଦଳ ଭାଗ ନେଇଛନ୍ତି । ପ୍ରଥମ ମ୍ୟାଚ ବିହାର ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିଲା ।
ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ପ୍ଲାଣ୍ଟର ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଭଳିବଲ ଟୁର୍ଣ୍ଣାମେଟର ଏହି ମ୍ୟାଚକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଉଦଘାଟନ ମ୍ୟାଚରେ ବିହାର ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ଛତିଶଗଡ଼ ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚ ୱେଷ୍ଟବେଙ୍ଗଲ ଦଳ ବିଜୟୀ ହୋଇଥିଲା । ଉଭୟ ଲିଗ ଓ ନକଆଉଟ ପର୍ଯ୍ୟାୟରେ ଏହି ମ୍ୟାଚ ଖେଳାଯାଉଛି । ଏହାର ଉଦଘାଟନ ଉତ୍ସଵ ରେ ସାଂସଦଙ୍କ ସହ ଏନଟିପିସିର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ