ETV Bharat / state

ମଉଳିଲା ଶୁଭ୍ରାଂଶୁଙ୍କ ‘ନାସା’ ଆଶା - anugul boy subranshu cheated

ନାସା ନାମରେ ଚିଠି ଦେଇ ଶୁଭ୍ରାଂଶୁକୁ ଠକିଲା ଠକ ସଂସ୍ଥା । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ଅଧିକ ପଢନ୍ତୁ...

ଶୁଭ୍ରାଂଶୁର‘ନାସା’ ଆଶା
ଶୁଭ୍ରାଂଶୁର‘ନାସା’ ଆଶା
author img

By

Published : Nov 30, 2019, 2:54 PM IST

Updated : Nov 30, 2019, 5:01 PM IST

ଅନୁଗୋଳ: ସତ ପ୍ରୋଜେକ୍ଟ ପାଇଁ ନାସା ନାଁରେ ମିଛ ଚିଠି । ଠକାମୀର ଶିକାର ହେଲେ ଛାତ୍ର ଓ ସ୍କୁଲ କର୍ତ୍ତୃପକ୍ଷ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ବିଜ୍ଞାନ ପ୍ରତି ଆଗ୍ରହ ରଖି ଏକ ପ୍ରକଳ୍ପ ପ୍ରସ୍ତୁତି କରି ଚର୍ଚ୍ଚାରେ ଥିବା ଅନୁଗୋଳର ଛାତ୍ର ଶୁଭ୍ରାଂଶୁ ନାୟକଙ୍କୁ ଠକିଛି ଏହି ଠକ ସଂସ୍ଥା ।

ମଉଳିଲା ଶୁଭ୍ରାଂଶୁର‘ନାସା’ ଆଶା

ଶୁଭ୍ରାଂଶୁ ନିଜ ଉଦ୍ୟମରେ ଏକ ଅତ୍ୟାଧୁନିକ ‘ମାଭିକ’ ନାମକ ଏକ ଡ୍ରୋନ ପ୍ରସ୍ତୁତି କରିଥିଲେ । ଆମେରିକା ସ୍ଥିତ ନାସାରେ ଭାଗ ନେବା ପାଇଁ ସେ ହାଇଦ୍ରାବାଦରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ଆବେଦନ କରିଥିଲେ । ଫଳରେ ଶୁଭ୍ରାଂଶୁ ପାଠ ପଢ଼ୁଥିବା ସ୍କୁଲ ଓ ନିଜ ପାଖକୁ ମେଲ ଯୋଗେ ନାସା ଚିହ୍ନ ଥିବା ପ୍ୟାଡ଼ରେ ଲେଖା ଥିବା ଚିଠି ଆସିଥିଲା । ନାସାରେ ସାରା ବିଶ୍ବରୁ 136ଟି ମଡେଲ ସ୍ଥାନ ପାଇଥିବାବେଳେ ଭାରତରୁ ଦୁଇଟି ସ୍ଥାନ ପାଇଛି । ସେଥି ମଧ୍ୟରୁ ଶୁଭ୍ରାଂଶୁ ଅନ୍ୟତମ ବୋଲି ଚିଠିରେ ଲେଖାଥିଲା ।

ଚିଠି ପାଇଁ କେବଳ ଶୁଭ୍ରାଂଶୁ କାହିଁକି ତାଙ୍କ ପରିବାର ସଭିଏଁ ଖୁସି ହୋଇ ଯାଇଥିଲେ । ତାଙ୍କୁ ବିଭିନ୍ନ ଆଡୁ ଅଭିନନ୍ଦନର ସୁଅ ଛୁଟି ଥିଲା । ଏପରିକି ସେ ନଭେମ୍ବର 27 ତାରିଖରେ ଆମେରିକା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଖବର ମିଳି ନଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଅନୁଗୋଳ ଏସପିଙ୍କୁ ଭେଟି ଜଣାଇଥିଲେ । ଏସ୍‌ପି ପ୍ରାଥମିକ ତଦନ୍ତ କରି ନାସା ପକ୍ଷରୁ ସେଭଳି କିଛି ଚିଠି ହୋଇ ନଥିବା ସ୍ପଷ୍ଟ କରିଥିଲେ ।
ଏହାପରେ ଶୁଭ୍ରାଂଶୁଙ୍କ ପରିବାର ସ୍ଥାନୀୟ ବିଧାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେମିତି କିଛି ସୂଚନା ଆସି ନଥିବାରୁ କାର୍ଯ୍ୟାଳୟ ଭେଟିବାକୁ ଅନୁମତି ଦିଆଯାଇନଥିଲା । ପରେ ଶୁଭ୍ରାଂଶୁଙ୍କ ପରିବାର ଲୋକେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତାରେ ବୈଦେଶିକ ମନ୍ତ୍ରଣାଳୟରେ ବୁଝାସୁଝା କରିବା ପରେ ନାସା ଲେଖାଥିବା ଚିଠି ସମ୍ପୂର୍ଣ୍ଣ ମିଛ ଏବଂ ଏହା ଫେକ୍‌ ବୋଲି ଜଣା ପଡିଥିଲା । ଏହା ଜଣା ପଡିବା ପରେ ସାରା ଅନୁଗୋଳରେ ନିରାଶା ସୃଷ୍ଟି ହୋଇଛି । କିଏ କାହିଁକି ଜଣେ ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲା ତାହା ତଦନ୍ତ କରାଯିବା ଆବଶ୍ୟକ ବୋଲି ଶୁଭ୍ରାଂଶୁଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସତ ପ୍ରୋଜେକ୍ଟ ପାଇଁ ନାସା ନାଁ ରେ ମିଛ ଚିଠି । ଠକାମୀର ଶିକାର ହେଲେ ଛାତ୍ର ଓ ସ୍କୁଲ କର୍ତ୍ତୃପକ୍ଷ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲାରେ ।ବିଜ୍ଞାନ ପ୍ରତି ଆଗ୍ରହ ରଖି ଏକ ପ୍ରକଳ୍ପ ପ୍ରସୂତ କରି ଚର୍ଚ୍ଚା ରେ ଥିବା ଛାତ୍ର ଙ୍କୁ ଠକିଛି ଏହି ଠକ ସଂସ୍ଥା ।Body:ଠକାମିର ଶିକାର ହେଲେ ଅନୁଗୋଳର କୁନି ବୈଜ୍ଞାନିକ ଶୁଭ୍ରାଂଶୁ ନାୟକ। ଶୁଭ୍ରାଂଶୁ ନିଜ ଉଦ୍ୟମରେ ଏକ ଅତ୍ୟାଧୁନିକ ମାଭିକ ନାମକ ଏକ ଡ଼ରୋନ ପ୍ରସୁତ କରିଥିଲେ। ଆମେରିକାସ୍ଥିତ ନାସାରେ ଭାଗ ନେବାପାଇଁ ସେ ହାଇଦ୍ରାବାଦ ରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ବିଭିନ୍ନ ମାଧ୍ୟମରେ ଆବେଦନ କରିଥିଲେ। ଫଳରେ ଶୁଭ୍ରାଂଶୁ ପାଠ ପଢ଼ୁଥିବା ସ୍କୁଲ ଓ ନିଜ ପାଖକୁ ମେଲ ଯୋଗେ ନାସା ଶିମ୍ବଲ ଥିବା ପ୍ୟାଡ଼ରେ ଲେଖା ଥିବା ଚିଠି ଆସିଥିଲା। ନାସାରେ ସାରା ବିଶ୍ବରୁ 136ଟି ମଡେଲ ସ୍ଥାନ ପାଇଥିବା ବେଳେ ଭାରତରୁ ଦୁଇଟି ସ୍ଥାନ ପାଇଛି। ଏବଂ ସେଥି ମଧ୍ୟରୁ ଶୁଭ୍ରାଂଶୁ ଅନ୍ୟତମ ବୋଲି ଚିଠିରେ ଲେଖାଥିଲା। ଚିଠି ପାଇଁ କେବଳ ଶୁଭ୍ରାଂଶୁ କାହିଁକି ତାଙ୍କ ପରିବାର, ଗାଁ, ସ୍କୁଲ ସମସ୍ତେ ଖୁସି ହୋଇ ଯାଇଥିଲେ। ବିଭିନ୍ନ ଆଡୁ ଅଭିନନ୍ଦନର ସୁଅ ଛୁଟି ଥିଲା। ନଭେମ୍ବର 27 ତାରିଖରେ ସେ ଆମେରିକା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଖବର ମିଳି ନଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇ ଥିଲା। ସ୍କୁଲ କର୍ତ୍ତୃପକ୍ଷ ଅନୁଗୋଳ ଏସପିଙ୍କୁ ଭେଟି ଜଣାଇ ଥିଲେ। ଏସପି ପ୍ରାଥମିକ ତଦନ୍ତ କରି ନାସା ପକ୍ଷରୁ ସେଭଳି କିଛି ଚିଠି ହୋଇ ନଥିବା ସ୍ପଷ୍ଟ କରିଥିଲେ। ଏହାପରେ ଶୁଭ୍ରାଂଶୁଙ୍କ ପରିବାର ସ୍ଥାନୀୟ ବିଧାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେମିତି କିଛି ସୂଚନା ଆସି ନଥିବାରୁ କାର୍ଯ୍ୟାଳୟ ଭେଟିବାକୁ ଅନୁମତି ଦେଇ ନଥିଲା। ତଥାପି ଶୁଭ୍ରାଂଶୁଙ୍କ ପରିବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତାରେ ବୈଦେଶିକ ମନ୍ତ୍ରଣାଳୟ ରେ ବୁଝାସୁଝା କରିବା ପରେ ନାସା ଲେଖାଥିବା ଚିଠି ସମ୍ପୂର୍ଣ୍ଣ ମିଛ ଏବଂ ଏହା ଫେକ ବୋଲି ଜଣା ପଡିଥିଲା। ଏହା ଜଣା ପଡିବା ପରେ ସାରା ଅନୁଗୋଳ ରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। କିଏ କାହିଁକି ଜଣେ ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲା ତାହା ଜଣା ପଡୁନାହିଁ। ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଶୁଭ୍ରାଂଶୁଙ୍କ ପରିବାର ଦାବି କରିଛି।
ବାଇଟ1-ପ୍ରଶନ ପ୍ରଧାନ (ପ୍ରଧାନ ଆଚାର୍ଯ୍ୟ)Conclusion:ଏହା ଜଣା ପଡିବା ପରେ ସାରା ଅନୁଗୋଳ ରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। କିଏ କାହିଁକି ଜଣେ ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲା ତାହା ଜଣା ପଡୁନାହିଁ। ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଶୁଭ୍ରାଂଶୁଙ୍କ ପରିବାର ଦାବି କରିଛି।
Last Updated : Nov 30, 2019, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.