ETV Bharat / state

ସାମ୍ବାଦିକଙ୍କ ବାପାଙ୍କୁ ହତ୍ୟା ମାମଲା: ଦୋଷୀକୁ ଆଜୀବନ ଜେଲ - ଅନୁଗୋଳ ଖବର

ଗାଁ ଦାଣ୍ଡରେ ଜଣେ ସାମ୍ବାଦିକଙ୍କ ବାପାଙ୍କୁ ବିଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟାର ରାୟ ପ୍ରକାଶ । ଦୋଷୀ ପ୍ରଫୁଲ ବିଶ୍ବାଳଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

lifetime imprisonment to accused
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
author img

By

Published : Dec 23, 2019, 6:40 PM IST

ଅନୁଗୋଳ: ଗାଁ ଦାଣ୍ଡରେ ବିଭତ୍ସ ଭାବେ ସାମ୍ବାଦିକଙ୍କ ବାପାଙ୍କୁ ଖଣ୍ଡାରେ ହାଣି ହତ୍ୟାର ରାୟ ପ୍ରକାଶ । ଦୋଷୀ ପ୍ରଫୁଲ ବିଶ୍ବାଳଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ସମସ୍ତ 24 ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଦୋଷୀକୁ 302 ଦଫାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପ୍ରକାଶ ଥାଉକି, 2015 ମସିହା ନଭେମ୍ବର 21ରେ ଅନୁଗୋଳ କଣିହାଁ ଥାନା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରିଥିଲେ ପ୍ରଫୁଲ । ମଦନ ମୋହନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସରକାରଙ୍କ ପକ୍ଷରୁ ହରେକୃଷ୍ଣ ପାତ୍ର ମାମଲାର ଦାୟିତ୍ବ ଗ୍ରହଣ କରିଥିଲେ । ସେ ସମୟର ଅନୁଗୋଳ ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଜଗଦାନନ୍ଦ ପ୍ରଧାନଙ୍କ ବାପା ଥିଲେ ମଦନ ମୋହନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗାଁ ଦାଣ୍ଡରେ ବିବତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା ଘଟଣାର ର ରାୟ ପ୍ରକାଶ । ଅଭଯୁକ୍ତ ଙ୍କୁ କାରାଦଣ୍ଡାଦେଶ ଶୁଣିଲେ ଅଦାଲତ । Body:2015 ମସିହାରେ ଅନୁଗୋଳ ଜିଲା କଣିହାଁ ଥାନା ଅଞ୍ଚଳରେ ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା ଘଟଣାର ରାୟ ଆଜି ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଭିଆ ଥିବା ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ କୁ ଆଜୀବନ ସଜା ଶୁଣାଇ ଛନ୍ତି ତାଳଚେର ଅତିରିକ୍ତ ଜିଲା ଦୌରା ଜଜ । ଆଜି ମାମଲା ର ବିଚାର କରି ବିଚାର ପତି ଅମୃତ ରଞ୍ଜନ ନନ୍ଦ ସମସ୍ଥ 24 ଜଣ ସାକ୍ଷ ପ୍ରମାଣ କୁ ଗ୍ରହଣ କରି ଅଭିଯୁକ୍ତ କୁ 302 ଦଫା ରେ ଆଜୀବନ ସଜା ଶୁଣାଇ ଛନ୍ତି । ଗତ 2015 ମସିହା ନଭେମ୍ବର ମାସ 21 ତାରିଖ ସଖାଲେ ମଦନମୋହନ ଗାଁ ଦାଣ୍ଡରେ ଛିଡା ହୋଇଥବା ବେଳେ ପ୍ରଫୁଲ ହଠାତ ଏକ ଖଣ୍ଡା ଆଣି ତାଙ୍କୁ ହାଣି ପକାଇ ଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତର ଖାନା ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।Conclusion:ମଦନମୋହନ ସେତେବେଳେ ଈଟିଭି ର ଅନୁଗୋଳ ଜିଲା ପ୍ରତିନିଧି ଜଗଦାନନ୍ଦ ପ୍ରଧାନ ଙ୍କ ବାପା । ସରକାର ଙ୍କ ପକ୍ଷରୁ ହରେକୃଷ୍ଣ ପାତ୍ର ମାମଲା ର ପରିଚାଳନା କରୁଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.