ETV Bharat / state

କୋରୋନା ଯୋଦ୍ଧାଙ୍କୁ ସହାୟତା ବାଣ୍ଟିଲେ ସାଂସଦ ମହେଶ ସାହୁ - Corona warrior

ଅନୁଗୋଳ ଜିଲ୍ଲା ତାଳଚେର ପୌର ପରିଷଦରେ କାର୍ଯ୍ୟ କରୁଥିବା ଶହେରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀମାନଙ୍କୁ ସାଂସଦ ଖାଦ୍ୟସାମଗ୍ରୀ ସହ ମାସ୍କ ବଣ୍ଟନ କରିଛନ୍ତି । ଏମାନଙ୍କ ସହ ସେମାନଙ୍କୁ ସଚେତନତା ପାଠ ପଢ଼ାଇଛନ୍ତି l

mp-mahesh-sahu-distributed-food-packet-to-the-corona-warrior
କୋରୋନା ଯୋଦ୍ଧାଙ୍କୁ ସହାୟତା ବାଣ୍ଟିଲେ ସାଂସଦ ମହେଶ ସାହୁ
author img

By

Published : May 29, 2020, 2:34 PM IST

ଅନୁଗୋଳ: କୋରୋନା ମହାମାରୀ ବେଳେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଥମ କରି ସହାୟତାର ହାତ ବଢ଼ାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । ଅନୁଗୋଳ ଜିଲ୍ଲା ତାଳଚେର ପୌର ପରିଷଦରେ କାର୍ଯ୍ୟ କରୁଥିବା ଶହେରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀମାନଙ୍କୁ ସାଂସଦ ଖାଦ୍ୟସାମଗ୍ରୀ ସହ ମାସ୍କ ବଣ୍ଟନ କରିଛନ୍ତି । ଏମାନଙ୍କ ସହ ସେମାନଙ୍କୁ ସଚେତନତା ପାଠ ପଢ଼ାଇଛନ୍ତି l

କୋରୋନା ଯୋଦ୍ଧାଙ୍କୁ ସହାୟତା ବାଣ୍ଟିଲେ ସାଂସଦ ମହେଶ ସାହୁ

ଏହି ସଫେଇ କର୍ମଚାରୀମାନେ ମହାମାରୀ କୋରୋନାର ସଂକ୍ରମଣକୁ ଖାତିର ନକରି ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ତାଳଚେର ସହରକୁ ସଫାସୁତୁରା କରି ନିଜ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି l ସେମାନଙ୍କୁ ବ୍ୟକ୍ତିଗତ ଉଦ୍ୟମରେ ଏହିପରି ଭାବରେ ଖାଦ୍ୟସାମଗ୍ରୀ ପ୍ରଦାନ କରିଛନ୍ତି । ଜିଲ୍ଲାରେ ପ୍ରଥମ କରି ଲୋକ ପ୍ରତିନିଧି ଏହିଭଳି ସହାୟତା କରିଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.