ଢେଙ୍କାନାଳ: ନିଷ୍ଠୁରତାର ସବୁ ସୀମା ଲଙ୍ଘିଛି ନିର୍ଦ୍ଦୟ ବୋହୂ । ଅତି ନିର୍ମମ ଭାବେ ଶାଶୂକୁ ଦେଇଚାଲିଛି ନିର୍ଯ୍ୟାତନା । ଗାଁ ଦାଣ୍ଡରେ ଶାଶୂକୁ ଘୋଷାଡି ଘୋଷାଡି ମାରିବାର ଏକ ଦୃଶ୍ୟ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି ।
ଅମାନବୀୟ କାଣ୍ଡର ଚରମ ସୀମାରେ ବୋହୂ । ବୃଦ୍ଧା ଶାଶୂ ମା’ ଉପରେ ଆସିଲାନି ଦୟା । କେଉଁ ଭୁଲ ପାଇଁ ମା’ ଭଳି ଶାଶୂକୁ ଘୋଷାଡି ନେଉଛି ନିଷ୍ଠୁର ବୋହୂ । ଢେଙ୍କାନାଳର ପରଜଙ୍ଗ ଥାନା ମୁଣ୍ଡେଇଲୋ ଗେହ୍ଲେଇକାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଲଛମନର ନାୟକଙ୍କ ସ୍ତ୍ରୀ ସବିତା ନାୟକ, ଶାଶୁ ପାରେଇଙ୍କୁ ଘୋଷାଡି ନେଉଥିବା ବେଳେ କେହି ଜଣେ ଏହା ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।
ବୃଦ୍ଧା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ସତ୍ତ୍ବେ କିଛି ଶୁଣିନଥିଲା ବୋହୂ । ସେପଟେ, ରାସ୍ତାରେ ଉପସ୍ଥିତ ଥିବା ଲୋକେ ଏହାକୁ ଦେଖୁଥିଲେ ମଧ୍ୟ କେହି ପାଟି ଖୋଲି ନଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ